• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cosmetic surgery cost 60 lakh
୩ ଇଞ୍ଚ ଉଚ୍ଚତା ବଢାଇବା ପାଇଁ ବ୍ୟାଙ୍କରୁ ଉଠାଇଲେ ୬୦ ଲକ୍ଷ ଋଣ

ସୁନ୍ଦର ଦିଶିବା ପାଇଁ କିଏ ବା ନ ଚାହେଁ ? ହେଲେ ଯାହାର ଚେହେରା ଯେମିତି ସେ ସେମିତି ହିଁ ଦିଶିବ। ତଥାପି ସୁନ୍ଦର, ଆଉ ସ୍ମାର୍ଟ ଦିଶିବା ପାଇଁ ସମସ୍ତେ ନିଜ ଉପାର୍ଜନର ବେଶ୍‌ କିଛି ଭାଗ ନିଶ୍ଚୟ ବଜେଟ୍‌ରେ ରଖୁଥିବେ। ପାର୍ଲର ଫିସ, କସ୍‌ମେଟିକ୍‌ ରେଟ କହିବ ଏହି ବଜେଟ କେତେ। ହେଲେ ଉଚ୍ଚତା ବଢାଇବାକୁ ଜଣେ ବ୍ୟକ୍ତି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ, ତାହା ପୁଣି ଋଣ କରି ! ଏକଥା ଶୁଣିଲେ ଆପଣ ବିଶ୍ୱାସ କରିବେ ?

5 quick tips to know if you are blocked
ବ୍ଲକ ଲିଷ୍ଟରେ ପଡ଼ିଛି କି ଆପଣଙ୍କ ନମ୍ବର ? ଜାଣିବା ପାଇଁ ୫ଟି ଟିପ୍ସ

ୟୁଜର୍ସଙ୍କ ପ୍ରାଇଭେସି ରକ୍ଷା ପାଇଁ ହ୍ୱାଟ୍‌ସଅପ୍‌ ସବୁବେଳେ ଚେଷ୍ଟା କରିଆସୁଛି। ୟୁଜର୍ସ ଫ୍ରେଣ୍ଡଲି ହେବା ପାଇଁ ହ୍ୱାଟସ୍‌ଅପ ପ୍ରତି ମାସରେ କିଛି କିଛି ନୂଆ ଫିଚର ନେଇ ଆସୁଛି। ଏହି ସେପ୍ଟି ଫିଚର ମଧ୍ୟରୁ ଗୋଟିଏ ହେଉଛି ବ୍ଲକ ଅପ୍‌ସନ। ହ୍ୱାଟ୍‌ସଅପରେ ଆପଣ ଯେ କୌଣସି ନମ୍ବରକୁ ଚାହିଁଲେ ବ୍ଲକ କରିପାରିବେ। ହେଲେ ଯଦି କିଏ ଆପଣଙ୍କୁ ବ୍ଲକ କରିଛନ୍ତି ତେବେ ଆପଣ କେମିତି ଜାଣିବେ ?

What to do when your private photos or videos go viral?
ନିଜର ପ୍ରାଇଭେଟ୍‌ ଭିଡିଓ କିମ୍ବା ଫଟୋ ଭାଇରାଲ୍‌ ହେଲେ କ’ଣ କରିବେ ? କେମିତି ହଟାଇବେ, ଜାଣନ୍ତୁ...

ବିନା ଅନୁମତିରେ କୌଣସି ବ୍ୟକ୍ତିଙ୍କ ପ୍ରାଇଭେଟ୍‌ ଫଟୋ କିମ୍ବା ଭିଡିଓ ଭାଇରାଲ୍‌ କରିବା କେବଳ ବିଶ୍ୱାସଘାତକତା ନୁହେଁ ବରଂ ଏହା ଏକ  ଅପରାଧ ମଧ୍ୟ।

Raju Srivastav is no more
ମାତ୍ର ୫୦ ଟଙ୍କାରେ କମେଡି ସୋ କରୁଥିଲେ ରାଜୁ ଶ୍ରୀବାସ୍ତବ

ଆଉ ନାହାନ୍ତି ରାଜୁ ଶ୍ରୀବାସ୍ତବ । ଟିଭି ପରଦାରେ ହେଉ ବା ଫିଲ୍ମରେ କମେଡି କିଙ୍ଗଙ୍କ କମେଡି ଆଉ ଦର୍ଶକଙ୍କୁ ହସେଇବନି । ମାତ୍ର ୫୮ ବୟସରେ   ପରଲୋକ ହୋଇଯାଇଛି ରାଜୁ ଶ୍ରୀବାସ୍ତବଙ୍କର । ଅଗଷ୍ଟ ୧୦ ତାରଖରେ କାର୍ଡିଆକ ଆରେଷ୍ଟ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ଧରି ସେ AIIMSରେ ଚିକିତ୍ସିତ ହେବା ପରେ ଆଜି ତାଙ୍କର ପରଲୋକ ହୋଇ ଯାଇଛି। ଯେଉଁ କମେଡିଆନ ଦିନେ ସାରା ବଲିଉଡ ଦର୍ଶକଙ୍କୁ ହସ ବାଣ୍ଟୁଥିଲେ ଆଜି ସେ ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲି ଯାଇଛନ୍ତି କେଉଁ ଅଫେରା ରାଇଜକୁ।

City Traffic change life
ଟ୍ରାଫିକ ଜାମ୍‌ରୁ ପ୍ରେମ ଆଉ ତା’ ପରେ ହେଲେ ସାରା ଜୀବନର ସାଥୀ

ରାସ୍ତାରେ ଟ୍ରାଫିକ ଜାମରେ ଥରେ ଯିଏ ଫସିଥିବ ସେ ଜାଣିଥିବ ଏମିତି ଫସିବାର କଷ୍ଟ। ଯେତେ କଷ୍ଟ ହେଲେ ବି ବଡ ବଡ ସହରରେ ଏମିତି ଟ୍ରାଫିକରେ ଫସିବାକୁ ସମସ୍ତେ ବାଧ୍ୟ। କିନ୍ତୁ ଏହି ବିରକ୍ତିକର ଟ୍ରାଫିକ ଜାମ ବେଳେବେଳେ ଏକ ମଧୁର ସ୍ମୃତି ହୋଇ ରହିଯାଏ। ଟ୍ରାଫିକ୍‌ ଜାମରେ ଫସି ଯାଇଥିବା ଏହି ସମୟ ବେଳେବେଳେ ଜୀବନର ଗତିପଥକୁ ବଦଳାଇ ଦେଇଥାଏ।

World Leaders Praise PM Modi
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ବିଶ୍ୱ ନେତା

ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସାମ୍ନାରେ ରଖିଥିବା ମନ୍ତବ୍ୟକୁ ଜାତିସଂଘ ସାଧାରଣ ଅଧିବେଶନରେ ପ୍ରଶଂସା କରାଯାଇଛି। ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ପ୍ରଶଂସା କରିଛନ୍ତି।

gold price today
Today Gold Price - 21st Sept : ପାର୍ବଣରେ କିଣନ୍ତୁ ସୁନା, ଜାଣନ୍ତୁ କେତେ ରହିଛି ଦାମ୍

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ରହିଛି ୪୯ ହଜାର ୨ଶହ ଟଙ୍କା।

4 Killed As Speeding Truck Mowed Down Them While Sleeping On Road Divider
ଫୁଟ୍‌ଫାଥ୍‌ରେ ଶୋଇଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ୪ ମୃତ

ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ  ଦ୍ରୁତ ବେଗରେ ଏକ ଟ୍ରକ୍ ଆସି ଡିଭାଇଡର୍‌ ଉପରେ ଶୋଇଥିବା ୬ ଜଣ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏହାପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Congress Prez poll
କିଏ ହେବେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ?

ନିକଟରେ ନୂଆଦିଲ୍ଲୀରେ ସୋନିଆ ଗାନ୍ଧିଙ୍କୁ ବରିଷ୍ଠ ନେତା ଶଶି ଥରୁର୍‌ ଭେଟି ଥିଲେ। କଂଗ୍ରେସର ଅଧ୍ୟକ୍ଷ ରେସ୍‌ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ନାଁକୁ ନେଇ ବି ଜୋରଦାର ଚର୍ଚ୍ଚା ହେଉଛି।

Know about those 05 peoples who will process congress party president election
ଜାଣନ୍ତୁ ଏହି ୫ଜଣଙ୍କୁ ଯିଏ କରିବେ କଂଗ୍ରେସର ସଭାପତି ଚୟନ

ଅକ୍ଟୋବର ୧୭ ରେ ହେବେ କଂଗ୍ରେସର ସଭାପତି ଚୟନ। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ୫ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି। ସେମାନେ ନାମାଙ୍କନପତ୍ରରୁ ପ୍ରାର୍ଥୀ ହେବା ପର୍ଯ୍ୟନ୍ତ ଏବଂ ଦଳରେ ଅଂଶଗ୍ରହଣ କରିବା ଏବଂ ସମଗ୍ର ନିର୍ବାଚନ ପ୍ରକ୍ରିୟା କରିବେ। ଜାଣନ୍ତୁ କିଏ ଏମାନେ?

Supreme Court
ସୁପ୍ରିମକୋର୍ଟରେ ହିଜାବ ଝଡ: ହିନ୍ଦୁ ମହିଳାଙ୍କ ଓଢଣା ପରି ହିଜାବ ଗରିମାର ପ୍ରତୀକ

ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆଜି ପକ୍ଷ-ପ୍ରତିପକ୍ଷଙ୍କ ଯୁକ୍ତି ଜୋରଦାର ହୋଇଛି। ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରୁଛନ୍ତି। ଆଜି ୮ ଦିନ ହେଲା ଏହି ମାମଲାର ବିଚାର ଚାଲିଛି। ହିଜାବ ରଦ୍ଦ କରିବା ମାମଲାରେ ବରିଷ୍ଠ ଆଇନଜୀବୀ ଦୁଷ୍ମନ୍ତ ଦବେ ତାଙ୍କର ବଳିଷ୍ଠ ଯୁକ୍ତି ରଖିଛନ୍ତି ।

Prisoners in Punjab can now spend some time with their spouses
ଏଣିକି ଜେଲ୍‌ରେ ରୋମାନ୍ସ କରିବେ କଏଦୀ, ମିଳିବ ୨ ଘଣ୍ଟା ସମୟ

ଏହି ଯୋଜନା କଏଦୀଙ୍କ ମାନସିକ ଅବସ୍ଥାକୁ ଠିକ ରଖିବା ସହ ଦାମ୍ପତ୍ୟ ଜୀବନକୁ ଆଗକୁ ନେବ।

supreme court of India
ମୃତ୍ୟୁ ଦଣ୍ଡ ଦିଆଯିବା ପୂର୍ବରୁ ଆଉ ଥରେ ଭାବିବା ଜରୁରୀ-ସୁପ୍ରିମକୋର୍ଟ

ମୃତ୍ୟୁ ଦଣ୍ଡ କେଉଁ ପରିସ୍ଥିତିରେ ଦିଆଯିବ? ମୃତ୍ୟୁ ଦଣ୍ଡ ଶୁଣାଣି ପୂର୍ବରୁ ଏହା ଉପରେ ବିଚାର କରିବାର ଆବଶ୍ୟକତା ରହିଛି କି ? ଦେଶର ବିଚାର ବ୍ୟବସ୍ଥାରେ ଦିଆଯାଉଥିବା ମୃତ୍ୟୁ ଦଣ୍ଡ ପ୍ରସଙ୍ଗକୁ ଗୁରୁତ୍ୱ ସହ ନେଇଛନ୍ତି ସୁପ୍ରିମକୋର୍ଟ । ଏହାର ସବିଶେଷ ବିଚାର ପାଇଁ ସବୋର୍ଚ୍ଚ ଅଦାଲତ ୫ ଜଣିଆ ଖଣ୍ଡପୀଠ ଗଠନ କରିଥିଲେ ।

Special story
ପାଞ୍ଚ ମିନିଟ୍‌ରେ କମାଲ କଲେ : ଇନଷ୍ଟାଗ୍ରାମ ପକ୍ଷରୁ ଯୁବକଙ୍କୁ ମିଳିଲା ୩୮ ଲକ୍ଷ

ବଗ୍‌ ବାହାର କରିବା ପରେ ଭାରତୀୟ ଯୁବକଙ୍କୁ ମିଳିଲା ପୁରସ୍କାର ।

muslim community help a needy hindu family
ଏକ ନିଆରା ଗାଁର କାହାଣୀ; ହିନ୍ଦୁଙ୍କ ଦୁଃଖରେ ମୁସ୍‌ଲମାନ ବଢାନ୍ତି ସହାୟତାର ହାତ

ଧର୍ମକୁ ନେଇ ରକ୍ତର ନଦୀ ବହୁଛି। ଧର୍ମ ନାଁରେ ସାଂପ୍ରଦାୟିକ ହିଂସା ମଣିଷକୁ ଅଣନିଃଶ୍ୱାସୀ କରି ଦେଉଛି। ଧର୍ମର ରକ୍ଷା ନାଁରେ ମଣିଷ କେତେ ଯେ ଅଧର୍ମ କରୁଛି ତାହାର ହିସାବ ଏଠି ନାହିଁ। ଏମିତି ପରିସ୍ଥିତିରେ ରାଜସ୍ଥାନ ଚେରୁର ଏହି ଘଟଣା ମଣିଷ ସମାଜ ପାଇଁ ଏକ ଆଶ୍ୱସ୍ତି, ଏକ ଆଶ୍ୱାସନା। ଏଠି ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଯେପରି ସାଂପ୍ରଦାୟିକ ସୌହାର୍ଦ୍ଦ ଭାବ ରହିଛି, ତାହା ଏ ମଣିଷ ସମାଜ ପାଇଁ ଏକ ନିଆରା ଉଦାହରଣ ଆଉ ପ୍ରେରଣା ନିଶ୍ଚୟ।

Viral Video
ମୁଣ୍ତରେ ହେଲମେଟ୍‌ ନାହିଁ; ପୋଲିସ ବାବୁ ଫାଇନ୍‌ କାଟିବେ କ’ଣ ବରଂ ହାତ ଯୋଡ଼ିଦେଲେ

ବିନା ହେଲମେଟ୍‌ ରେ ସ୍ତ୍ରୀଙ୍କ ସହ ଘରୁ ବାହାରିଥିଲେ। ଅଧା ରାସ୍ତାରେ ଧରିଲା ପୋଲିସ...ଫାଇନ ନେଲାନି ବରଂ ହାତଯୋଡି ହେଲମେଟ୍‌ ପିନ୍ଧିବା ପାଇଁ କହିଲା। ଇଜ୍ଜତ ସିନା ସ୍ତ୍ରୀ ସାମ୍ନାରେ ବଂଚିଗଲା, ହେଲେ ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Congress President Election
କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରେ ଥରୁର, ଗେହଲଟ; କିଏ ଧରିବ ମଙ୍ଗ ?

​ କିଏ ହେବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ? କାହା ମୁଣ୍ଡରେ ବନ୍ଧାହେବ ଶିରପା ? ଅକ୍ଟୋବରରେ କଂଗ୍ରେସ ପାଇବା ତାର ନୂଆ ମୁଖିଆ। ଏଥର କଂଗ୍ରେସର ମଙ୍ଗ ଗାନ୍ଧି ପରିବାରର ସଦସ୍ୟ ଧରିବେ ନା ବାହାରର କାହା ହାତକୁ ଯିବ ? ଏ ନେଇ କଳ୍ପନାଜଳ୍ପନାର ଅନ୍ତ ନାହିଁ। ରାଜନୈତିକ ସ୍ଥିତି ବି ଗୋଳିଆ ଦିଶୁଛି।

Cash Donation
ରାଜନୈତିକ ଦଳର ବେନାମୀ ଚାନ୍ଦା ଉପରେ ଅଙ୍କୁଶ !

ଏଣିକି ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦା ଉପରେ ଲାଗିବ ଲଗାମ। ଚନ୍ଦା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ନିର୍ବାଚନ କମିଶନ। ବିଭିନ୍ନ ସୂତ୍ରରୁ ମିଳୁଥିବା ବେନାମୀ ଚାନ୍ଦାର ଆକାର ୨୦ ହଜାରରୁ ୨ ହଜାରକୁ କମାଇବାକୁ ସେ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ।

Chandigarh University video
ଚଣ୍ଡିଗଡ଼ ୟୁନିଭର୍ସିଟି ଭିଡିଓ ଲିକ୍ ଘଟଣା : ୩ ଗିରଫ, ୨୪ ତାରିଖ ଯାଏଁ କ୍ଲାସ୍ ବନ୍ଦ

ଭିଡିଓ ଲିକ୍‌ ଘଟଣାରେ ସଂପୃକ୍ତିକୁ ନେଇ ଗିରଫଦାରୀ ବଢ଼ୁଛି ।

Sashi Tharoor
ଜୋରଦାର ଚର୍ଚ୍ଚା ! ଶଶି ଥରୁର ହୋଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ, ସୋନିଆ ଦେଲେ ଗ୍ରୀନ୍‌ ସିଗ୍‌ନାଲ

ଏହି ଖବର ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ସୋନିଆ ଗାନ୍ଧିଙ୍କ ସହ ଶଶି ଥରୁର ଘଣ୍ଟାଏରୁ ଅଧିକ ସମୟ ଧରି ଆଲୋଚନା ସାରି ବାହାରିଥିଲେ ।

Akhilesh Yadav
ଜୋରଦାର ରାଲି ବାହାର କରିଥିଲେ ଅଖିଳେଶ, ଭଣ୍ଡୁର କରିଦେଲା ୟୁପି ପୋଲିସ

ଅଖିଲେଶଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ରାସ୍ତା ଉପରେ ବସି ବିରୋଧ ପ୍ରଦର୍ଶନ କରିଥିଲେ ।

Amarinder Singh
ପଞ୍ଜାବ ଲୋକ କଂଗ୍ରେସକୁ ବିଜେପିରେ ମିଶାଇଲେ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ

କିଛି ଦିନ ପୂର୍ବରୁ ସେ ନିଜେ ଗଢ଼ିଥିବା ପଞ୍ଜାବ ଲୋକ କଂଗ୍ରେସ ଦଳକୁ ବିଜେପି ସହ ମିଶାଇ ଦେଇଛନ୍ତି ।

CM punjab Bhagwant Mann
ମୁଖ୍ୟମନ୍ତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ଘଟଣାକୁ ନେଇ ବିରୋଧୀ ତାତିଲେ, କହିଲେ ମାନ୍‌ ନିଶାରେ ଥିଲେ

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଜର୍ମାନର ଫ୍ରାଙ୍କଫର୍ଟ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯାଇଥିବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି। ଏହାକୁ ନେଇ ଆପ ସରକାର ଏବଂ ଆପ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ଅତ୍ୟଧିକ ମଦ୍ୟପାନ କରିଥିବାରୁ ତାଙ୍କୁ ବିମାନରୁ ଓହ୍ଳାଇ ଦିଆଗଲା ବୋଲି ଅଭିଯୋଗ ଆଣିଛି ବିରୋଧୀ।

viral video from UP
ମହଙ୍ଗା ପଡ଼ିଲା କମେଣ୍ଟ ମରା; ଚପଲରେ ସେକି ଦେଇଗଲେ ଯୁବତୀ

ଯୁବତୀଙ୍କୁ କମେଣ୍ଟ ମାରିବା ଏକ ଅଭ୍ୟାସ ଥିଲା। ହେଲେ ସବୁଦିନ ସମାନ ଯାଏ ନାହିଁ।  ସେଦିନ  କମେଣ୍ଟ ମାରିବା ଏମିତି ମହଙ୍ଗା ପଡ଼ିବ ବୋଲି ସେ କେବେ ବି ଭାବି ନ ଥିଲେ । ଯୁବତୀ ଜଣକ କିଛି ସହଯୋଗୀଙ୍କ ସହ ମିଶି ଏମିତ ଧୂଲେଇ କଲେ ଯେ ଯୁବକଙ୍କ ମଦ ନିଶା ତ ଉତୁରିଗଲା। କମେଣ୍ଟ ମାରିବା ନିଶା ବି ଉତୁରି ଯାଇଥିବ।  ଯୁବତୀ ଜଣକ ୨୧ ସେକେଣ୍ଡରେ ୪୫ ଚପଲ ମାଡ ନାଦି ଦେଲେ ରସିକିଆ ଯୁବକଙ୍କୁ।