• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍ । ଗାନ୍ଧିନଗର ଶ୍ମଶାନରେ ହୀରାବେନଙ୍କ ଅନ୍ତିମ ସତ୍କାର ହୋଇଛି । ହିନ୍ଦୁ ରୀତିନୀତି ଅନୁସାରେ ସମସ୍ତ ବିଧି ସମ୍ପନ୍ନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ବଡ଼ ଭାଇ ପଙ୍କଜ ମୋଦି ପ୍ରଥମେ ମୁଖାଗ୍ନି ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମା’ଙ୍କୁ ବିଦାୟ ଜଣାଇଛନ୍ତି ।

ଆଜି ଭୋର୍ ସାଢ଼େ ୩ଟା ବେଳେ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ମୋଦି(Prime Minister Narendra Modi)ଙ୍କ ମା’ ହୀରାବେନଙ୍କ ପରଲୋକ ହୋଇଥିଲା । ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡ଼ିତ ଥିବା ହୀରାବେନ୍ ଗତ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ । ତେବେ ଗାନ୍ଧିନଗର ଘରକୁ ଯାଇ ମା’ଙ୍କୁ ଶେଷ ଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ । ଭାବବିହ୍ୱଳ ହୋଇ ମା’ଙ୍କ କୋକେଇକୁ କାନ୍ଧ ଦେଇଥିଲେ । ଏହି ସମୟରେ ଗାନ୍ଧିନଗରକୁ ପହଞ୍ଚିଛନ୍ତି ଶହ ଶହ ଲୋକ । ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ଲୋକ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ।

ଅନ୍ୟପଟେ ମା’ଙ୍କ ପରଲୋକ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ । ପଶ୍ଚିମବଂଗରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ସାମିଲ ହେବେ । ପଶ୍ଚିମବଂଗରେ ୭ହଜାର ୮ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ନ୍ୟାସନାଲ ଗଙ୍ଗା କାଉନସିଲ ବୈଠକରେ ଯୋଗଦେବେ ।

ହୀରାବେନଙ୍କ ସଂଘର୍ଷର କାହାଣୀ . .

୧୮ ଜୁନ୍ ୧୯୨୨ରେ ଜନ୍ମ ନେଇଥିଲେ ହୀରାବେନ୍ । ନିଜେ ସଂଘର୍ଷ କରିବା ସହ ପୁଅକୁ ସଂଘର୍ଷ କରିବା ଶିଖାଇଥିଲେ । ଫେସବୁକ୍ ଫାଉଣ୍ଡର ମାର୍କ ଜୁକରବର୍ଗଙ୍କ ସହ ଆଲୋଚନା ବେଳେ ପିଲା ବେଳର ଅନେକ କାହାଣୀକୁ ଖୋଲି କହିଥିଲେ ମୋଦି । ହୀରାବେନ୍ ଲୋକଙ୍କ ଘରେ କାମ କରି କିପରି ନିଜ ପିଲାଙ୍କୁ ବଡ଼ କରିଥିଲେ ।

ବାପାଙ୍କ ଦେହାନ୍ତ ପରେ ଘର କେତେ କଷ୍ଟରେ ସେ ସମ୍ଭାଳିଥିଲେ ସେ କଥାକୁ କହିଥିଲେ ମୋଦି । ଏହି ସମୟରେ ଭାବ ବିହ୍ୱଳ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ । ମା’ଙ୍କ ବିଷୟରେ ବଖାଣିବା ବେଳେ ନିଜ ଲୁହ ଓ କୋହକୁ ସମ୍ଭାଳି ପାରିନଥିଲେ । . .