Advertisment

ଦିଲ୍ଲୀରେ ମହିଳାଙ୍କୁ ୪ କିମି ଘୋଷାଡ଼ି ନେଲା ଚଳନ୍ତା କାର

ମହିଳାଙ୍କ ମୃତଦେହ ଉଦ୍ଧାର ବେଳକୁ ସେ ସମ୍ପୂର୍ଣ୍ଣ ବସ୍ତ୍ରହୀନ ଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
20-yr-old Dies After Being Dragged By Car For Over 4 Kms

20-yr-old Dies After Being Dragged By Car For Over 4 Kms

ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ। ମହିଳାଙ୍କୁ ବିଚ୍ ରାସ୍ତାରେ ୪ କିଲୋମିଟର ଯାଏଁ ଘୋଷାଡ଼ି ନେଲା ଚଳନ୍ତା କାର। କିଛି ମଦ୍ୟପ ଯୁବକଙ୍କ ଏଭଳି ବର୍ବୋରଚିତ କାଣ୍ଡରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଛି। ଗତକାଲି ସକାଳେ ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ଘଟିଥିଲା ଏହି ଘଟଣା। ଦିଲ୍ଲୀରେ ରହୁଥିବା ସଂପୃକ୍ତ ମହିଳା ଜଣକ ତାଙ୍କ ସ୍କୁଟିରେ ଯାଉଥିବା ବେଳେ ଏକ କାର ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା।

Advertisment

ପରେ ମହିଳା ଜଣକ କାର ତଳେ ରହିଯାଇଥିବା ବେଳେ ତାଙ୍କୁ ୪ କିଲୋମଟିର ରାସ୍ତା ଘୋଷାଡ଼ି ନେଇଯାଇଥିଲା। ଉକ୍ତ ଚଳନ୍ତା କାର ଦୁର୍ଘଟଣା ପରେ ମହିଳାଙ୍କ ଗୋଡ଼ କିମ୍ବା ହାତ କାରରେ ଲାଖି ରହିଥିଲା। କାରରେ ୫ ଜଣ ଯୁବକ ଥିଲେ। ଏ ଘଟଣା ପରେ ପୋଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଅଟକ ରଖିିଛି।

ମହିଳାଙ୍କ ମୃତଦେହ ଉଦ୍ଧାର ବେଳକୁ ସେ ସମ୍ପୂର୍ଣ୍ଣ ବସ୍ତ୍ରହୀନ ଥିଲେ। ସେପଟେ ମହିଳାଙ୍କୁ ଯୌନ ଉତ୍ପୀଡନ କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ମହିଳା ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛି ପୋଲିସ। ସେପଟେ ଘଟଣା ଉପରେ ପୋଲିସକୁ ରିପୋର୍ଟ ମାଗିଛନ୍ତି ଦିଲ୍ଲୀ ମହିଳା କମିଶନ୍ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ୱାଲ।

Advertisment
Hit And Run Case In Delhi Hit And Run Case Road Accident
Advertisment
Advertisment