• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାହୁଲ ଗାନ୍ଧିଙ୍କୁ ଲାଗୁନି ଥଣ୍ଡା । ହାଡ଼ ଭଙ୍ଗା ଶୀତରେ ବି ସ ପିନ୍ଧୁନାହାନ୍ତି ସ୍ୱେଟର । ତାଙ୍କ ପାଇଁ କେବଳ ସେଇ ଧଳା ଟି-ସାର୍ଟ ହିଁ କାଫି । କେବଳ ଟି-ସାଟ ପିନ୍ଧି ସେ ଦିଲ୍ଲୀର ହାଡ଼ ଭଙ୍ଗା ଶୀତକୁ କରୁଛନ୍ତି ମୁକାବିଲା । ଭାରତ ଯୋଡ଼ୋ ଯାତ୍ରା ସମୟରୁ ସେ ଏହିଭଳି ଧଳା ଟି-ସାର୍ଟ ପିନ୍ଧି ଆସୁଛନ୍ତି । ଯେତେ ଥାଣ୍ଡା ହେଲେ ବି ତାଙ୍କୁ କେବେ ସ୍ୱେଟର କିମ୍ବା ଜ୍ୟାକେଟ୍ ପିନ୍ଧିଥିବା ଦେଖାଯାଇ ନାହିଁ ।

ତେବେ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ ଚାଲିଥିଲା । ଏହି ସମୟରେ ରାହୁଲଙ୍କ ଟି-ସାର୍ଟକୁ ନେଇ ସାମ୍ବାଦିକମାନେ କିଛି ପ୍ରଶ୍ନ କରିଥିଲେ । ଯାହାକୁ ନେଇ ରାହୁଲ ହସି ହସି ଉତ୍ତର ଦେଇଥିଲେ । କହିଥିଲେ, ‘ମୋ ଟି-ସାର୍ଟକୁ ନେଇ ଆପଣ ମାନଙ୍କୁ ଏତେ ଅସୁବିଧା କାହିଁକି ? ଆପଣମାନେ କ’ଣ ଚାହୁଁଛନ୍ତି ମୁଁ ସ୍ୱେଟର ପିନ୍ଧେ । ମୁଁ ଥଣ୍ଡାକୁ ଡରେ ନାହିଁ, ତେଣୁ ମୋତେ ସ୍ୱେଟର ଦରକାର ପଡ଼ିନାହିଁ । ଯେତେବେଳେ ମୋତେ ଥଣ୍ଡା ଲାଗିବ ମୁଁ ନିଶ୍ଚୟ ଜ୍ୟାକେଟ୍‌ କିମ୍ବା ସ୍ୱେଟର ପିନ୍ଧିବି ।’

ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସିଥିଲେ ରାହୁଲ । ଅନ୍ୟନେତାମାନେ ବି ସେଠାରେ ଉପସ୍ଥିତ ଥିଲେ । କିନ୍ତୁ ସମସ୍ତେ ଜ୍ୟାକେଟ୍, ସ୍ୱେଟର, ମଫଲର ପିନ୍ଧିଥିଲେ । ହେଲେ ଦିଲ୍ଲୀରେ ହାଡ଼ ଭଙ୍ଗା ଶୀତରେ ବି ରାହୁଲ କେବଳ ଟିସାର୍ଟ ପିନ୍ଧିଥିବା ଦେଖାଯାଇଥିଲା ।