• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଳମ୍ବିତ ରାତ୍ରିରେ ବିଚ୍‌ ରାସ୍ତାରେ ଜୀଅନ୍ତା ଜଳିଗଲେ । ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଜଣେ ବାଇକ୍ ଆରୋହୀଙ୍କ ସହ ଗୁରୁତର ଦୁର୍ଘଟଣା ଘଟିଛି । ବାଇକ୍ ସହିତ ଚାଳକଙ୍କ ଦେହରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ଛାତି ତଳୁ ଯୁବକଙ୍କର ପୂରା ଶରୀର ପୋଡ଼ି ଯାଇଥିଲା। ଏହି ଦୃଶ୍ୟ ଦେଖି ସେଠାରେ ଯାଉଥିବା ଲୋକେ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ । କୌଣସି ପ୍ରକାରେ ନିଆଁ ଲିଭାଇବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଥିଲା । କିନ୍ତୁ ବାଟରେ ହିଁ ତାଙ୍କର ଜୀବନ ଚାଲିଯାଇଛି ।

ଶନିବାର-ରବିବାର ରାତିରେ ପାଖାପାଖି ୧ଟାରେ ଲକ୍ଷୀମପୁରରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିବା କିଛି ଲୋକ ବାଇକ୍‌ ଆରୋହୀ ତଳେ ପଡ଼ି ଛଟପଟ୍‌ ହେଉଥିବା ଦେଖିବାକୁ ପାଇଥିଲେ । ବାଇକ ଏବଂ ବାଇକ୍ ଚାଳକଙ୍କ ଶରୀରରେ ନିଆଁ ଲାଗିଯାଇଥିଲା । ଯୁବକଙ୍କ ଛାତି ତଳ ଅଂଶ ସମ୍ପୂର୍ଣ୍ଣ ଜଳିଯାଇଥିଲା । କିଛି ଲୋକ ଗାଡି ଅଟକାଇ ଯୁବକକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।

ମାଟି, ପାଣି ଓ ପାଉଁଶ ମିଶାଇ ନିଆଁ ଲିଭାଇଥିଲେ । ତୁରନ୍ତ ଘଟଣା ସମ୍ପର୍କରେ ଲଖୀମପୁର ଖେରୀ ପୋଲିସକୁ ସୂଚନା ଦିଆଯାଇଥିଲା । ୧୦୮କୁ କଲ କରି ଆମ୍ବୁଲାନ୍ସ ମଧ୍ୟ ଡକାଯାଇଥିଲା । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ଡାକ୍ତରଖାନାକୁ ନେଇଥିଲା ।

ହେଲେ ପୋଲିସ ସୂଚନା ଅନୁସାରେ, ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଯୁବକଙ୍କର ମୃତ୍ୟୁ ଘଟିଛି । ତାଙ୍କ ଶରୀର ପୂରା ଜଳିଯାଇଥିଲା । ମୃତକଙ୍କ ସମ୍ପର୍କରେ ଏବେ ଖବର ନିଆଯାଉଛି । ବର୍ତ୍ତମାନ ତାଙ୍କ ମୃତଦେହକୁ ପୋଷ୍ଟମୋଟର୍ମ ପାଇଁ ପଠାଇ ଦିଆଯାଇଛି ।