• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜସ୍ଥାନ ପାଲିରେ ଟ୍ରେନ୍ ଦୁର୍ଘଟଣା । ସୂର୍ଯ୍ୟନଗରୀ ଏକ୍ସପ୍ରେସର(Suryanagari Express )୮ଟି ବଗି ଲାଇନଚ୍ୟୁତ(train derail) । ବାନ୍ଦ୍ରାରୁ ଯୋଧପୁର ଯାଉଥିବା ବେଳେ ଭୋର୍ ସମୟରରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।

ଟ୍ରେନ୍‌ଟି ବାନ୍ଦ୍ରାରୁ ଯୋଧପୁର ଅଭିମୁଖେ ଯାଉଥିଲା । ସୋମବାର ଭୋର ୩ଟା ୨୭ରେ ଦୁର୍ଘଟଣା ଘଟିଥିବା ଉତ୍ତର-ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଛି । ଏହି ଟ୍ରେନ୍‌ର ୮ଟି ସ୍ଲିପର୍ କୋଚ୍ ରେଳ ଧାରଣାରୁ ତଳକୁ ଖସି ଯାଇଛି । ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବର୍ତ୍ତମାନ ଘଟଣାସ୍ଥଳକୁ ଏକ ରିଲିଫ ଟ୍ରେନ୍ ପଠାଯାଇଛି । ଯାତ୍ରୀଙ୍କ ଯୋଗଯୋଗ ପାଇଁ ଜୟପୁରରେ ଏକ କଣ୍ଟୋଲରୁମ୍ ଖୋଲାଯାଇଛି ।  ଦୁର୍ଘଟଣା ପାଇଁ ଅନେକ ଟ୍ରେନ୍‌ର ଗମନା ଗମନରେ ବ୍ୟାଘାତ ସୃଷ୍ଟି ହୋଇଛି । ୪ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଏହି ରୁଟକୁ ବନ୍ଦ କରି ଦିଆଯାଇଛି । ଫଳରେ ଘଟଣାସ୍ଥଳରେ ଉତ୍ତର-ପଶ୍ଚିମ ରେଳ ବିଭାଗର ଟିମ୍ ପହଞ୍ଚି ଯାତ୍ରୀମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ବ୍ୟବସ୍ଥା କରିଛନ୍ତି ।

ଅଧିକ ପଢ଼ନ୍ତୁ: ଟ୍ରେନ୍ ନୁହେଁ ଚଳନ୍ତା ଫାଇଭ୍‌ ଷ୍ଟାର ହୋଟେଲ୍ ! ଗୋଟିଏ ଟିକେଟ୍‌ର ଦାମ୍ ୧୯ ଲକ୍ଷରୁ ଅଧିକ

ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇନଥିବା ଜଣାପଡ଼ିଛି ।  କାହିଁକି ଏବଂ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାର ତଦନ୍ତ ପାଇଁ ରେଳବାଇ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରାଯାଇଛି ... ।