• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବେଙ୍ଗଲରେ ହାଇଡ୍ରାମା । ମଞ୍ଚକୁ ଚଢ଼ିଲେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ । ଯେତେ ବୁଝାଇଲେ ବି କାହା କଥା ସେ ବୁଝିଲେନି କି ଶୁଣିଲେନି । ଏମିତିକି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟପାଳ ସିଭି ଆନନ୍ଦ ବୋଷ ମଧ୍ୟ ମମତାଙ୍କୁ ବୁଝାଇଥିଲେ ବି ସେ ତାଙ୍କ କଥା ଶୁଣିନଥିଲେ । ଆଉ ମମତା ମଞ୍ଚକୁ ନଚଢ଼ିବାରୁ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ନେତା ମନ୍ତ୍ରୀ ଚିନ୍ତିତ ଥିଲେ ।

ଏହି ଘଟଣାକୁ ନେଇ ଏବେ ପଶ୍ଚିମବଙ୍ଗ ତଥା ସାରା ଦେଶରେ ଖୁବ୍‌ ଚର୍ଚ୍ଚା ଚାଲିଛି । ସୋସିଆଲ ମିଡିଆ ରେ ମଧ୍ୟ ଏହାକୁ ନେଇ ଢ଼େର ଚର୍ଚ୍ଚା ଆରମ୍ଭ ହେଲାଣି । କୋଲକତାର ହୱଡ଼ାରେ ଜଲପାଇଗୁଡ଼ିକୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଭର୍ଚୁଆଲ୍‌ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ତେବେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଥିବା ମଞ୍ଚରେ ସବୁ ନେତା ଛିଡ଼ା ହୋଇଥିବା ବେଳେ କେବଳ ମମତା ବାନାର୍ଜୀ ମଞ୍ଚକୁ ଯିବାକୁ ମନା କରିଥିଲେ । ସେ ସାଧାରଣ ଲୋକଙ୍କ ସହ ଦର୍ଶକ ଭାବେ ମଞ୍ଚ ତଳେ ପଡ଼ିଥିବା ଚେୟାରରେ ବସିଥିଲେ । ମଞ୍ଚକୁ ଆସିବା ପାଇଁ ତାଙ୍କୁ ସମସ୍ତେ ବୁଝା ସୁଝା କରିଥିଲେ ବି ସେ ଆସିନଥିଲେ ।

High Drama At PM's Bengal Event, Mamata Banerjee Refuses To Go On Stage

ଅନ୍ୟପଟେ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇଆସିଥିବା ଗୋଟିଏ ବର୍ଗର ଜନତାଙ୍କ ଦ୍ୱାରା କରାଯାଉଥିବା ନାରା ବାଜିରେ ମମତା ବିରକ୍ତି ପ୍ରକାଶ କରିଥିଲେ । 

6uqmc1o4