• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତରେ ମହିଳା ସମ୍ପୂର୍ଣ୍ଣ ସୁରକ୍ଷିତ । ଏହି ଉକ୍ତିକୁ ସାରା ବିଶ୍ୱ ସାମ୍ନାରେ ପ୍ରମାଣିତ କରିବା ପାଇଁ ସାଇକେଲ ଧରି ବାହାରି ପଡ଼ିଛନ୍ତି ମଧ୍ୟପ୍ରଦେଶର ଝିଅ ତଥା ୨୪ ବର୍ଷିୟ ଆଥ୍‌ଲେଟ ଆଶା ମାଲବ୍ୟ । ସେ ଏକା ଏକା ସାଇକେଲ ଧରି ଘରୁ ବାହାରିଛନ୍ତି । ଆଉ ତାଙ୍କର ଲକ୍ଷ ରହିଛି ସେହି ସାଇକେଲରେ ଭାରତ ଭ୍ରମଣ କରିବେ । ଆଉ ଏଥିରୁ ପ୍ରମାଣିତ ହେବ ଯେ, ଭାରତରେ ମହିଳା କେତେ ସୁରକ୍ଷିତ ।

ଆଶାଙ୍କ ଏଭଳି ପଦକ୍ଷେପ ସାରା ଦେଶବାସୀଙ୍କୁ ଚକିତ କରିଛି । ନଭେମ୍ବର ୧ରୁ ସେ ଏହି ଯାତ୍ରା ଆରମ୍ଭ କରିଥିବା ବେଳେ ଗତ ସୋମବାର ସେ ତିରୁବନ୍ତପୁରମ୍‌ରେ ପହଞ୍ଚିଛନ୍ତି । ସେ ଏକା ଏକା ସାଇକେଲରେ ୨୦ ହଜାର କିଲୋମିଟର ବୁଲିବେ ବୋଲି ସ୍ଥିର କରି ଘରୁ ବାହାରିଛନ୍ତି । ଆଶା ଜଣେ ଆଥ୍‌ଲେଟ୍‌ ହେବା ସହ ଜଣେ ପର୍ବତାରୋହୀ ଭାବେ ବେଶ ଜଣାଶୁଣା ମଧ୍ୟ ।

‘ବିଦେଶରେ ଅନେକ ଲୋକଙ୍କର ଧାରଣା ଥାଏ, ଭାରତ ମହିଳାଙ୍କ ପାଇଁ ଅସୁରିକ୍ଷିତ । ହେଲେ ଏବେ ମୁଁ ଏକ ସାଇକେଲ ଧରି ୬୭୦୦ କିଲୋମିଟର ବୁଲିସାରିଲିଣି । ମଧ୍ୟପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ରାଜ୍ୟ ମୁଁ ବୁଲିସାରିଲିଣି । ଏବେ ଷଷ୍ଠ ରାଜ୍ୟ ଭାବେ କେରଳରେ ପହଞ୍ଚିଛି । ସବୁଠି ମୁଁ କେବଳ ଭଲ ପାଇବା ଆଉ ପ୍ରୋତ୍ସାହନ ପାଇଛି ।’ ଏଭଳି କହିଛନ୍ତି ଖୋଦ୍‌ ଆଶା ମାଲବ୍ୟ ।

ଶନିବାର ଆଶା ମାଲବ୍ୟ କେରଳ ଛାଡ଼ି ତାମିଲ ନାଡ଼ୁ ଅଭିମୁଖେ ବାହାରିବେ । ଏହାସହ ସୋମବାର ଦିନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ଙ୍କୁ ଭେଟିବା ସହ ପରିବହନ ମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଭେଟିବେ ।

ମଧ୍ୟପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରୋତ୍ସାହନରେ ଆଶା ମାଲବ୍ୟ ଏଭଳି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରଙ୍କ ପକ୍ଷରୁ ତାଙ୍କୁ GPS ଖଞ୍ଜାଥିବା ଏକ ହାଇବ୍ରିଡ୍‌ ସାଇକେଲ ଯୋଗାଇଦିଆଯାଇଛି ।

ଆଶା କହିଛନ୍ତି, ତାଙ୍କର ଏହି ସାଇକେଲ ଯାତ୍ରା ଅଗଷ୍ଟ ୨୦୨୩ରେ ଦିଲ୍ଲୀରେ ଶେଷ ହେବ । ସେ ଆଶା ରଖିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଦିଲ୍ଲୀରେ ଭେଟିବାକୁ ସୁଯୋଗ ମିଳିବ । ଖାଲି ସେତିକି ନୁହେଁ ଆଶାଙ୍କ ଆଶା ରହିଛି ଯେ, ଏହାପରେ ସେ ଅନ୍ୟ ଦେଶରେ ମଧ୍ୟ ସାଇକେଲ ଟୁର୍‌ କରିବେ ।