Advertisment

ନୂଆବର୍ଷରେ ଭୟଙ୍କର ଦୁର୍ଘଟଣା: କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ଚାଲିଗଲା ୫ ଜୀବନ

ନୂଆବର୍ଷରେ ଭୟଙ୍କର ଦୁର୍ଘଟଣା। ଆଜି ଭୋର ସମୟରେ କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
5 Dead In Road Accident In Rajasthan

5 Dead In Road Accident In Rajasthan

ନୂଆବର୍ଷରେ ଭୟଙ୍କର ଦୁର୍ଘଟଣା। ରାଜସ୍ଥାନର ହନୁମାନଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ଲୋକଙ୍କ ଜୀବନ ଚାଲି ଯାଇଛି। ଆଜି ଭୋର ସମୟରେ କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

Advertisment

ସୂଚନା ଅନୁସାରେ, ହନୁମାନଗଡ଼ ମେଗା ହାଇୱେ ବିରାସର ଗାଁ ନିକଟରେ କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ଆଖି ବୁଜିଥିଲେ। ଦୁର୍ଘଟଣାରେ ଗୁରୁତର ଜଣେ ଯୁବକଙ୍କୁ ବିକାନେରର ପଲ୍ଲୁ ହସ୍ପିଟାଲ୍‌କୁ ରେଫର୍‌ କରାଯାଇଛି। କେମିତି ଦୁର୍ଘଟଣା ଘଟିଥଲା ? କାର୍‌ରେ ଥିବା ଲୋକ କେଉଁଠୁ ଫେରୁଥିଲେ ? ଏନେଇ କୌଣସି ସୂଚନା ମିଳିପାରି ନାହିଁ। ପଲ୍ଲୁ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ଲାଗି ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। 

ସୂଚନାଥାଉ କି, ଶନିବାର ଦିନ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଗୁଜରାଟର ନବସାରୀ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଥିଲା। ଏନ୍‌ଏଚ୍‌ ଉପରେ ଏକ ଫର୍ଚ୍ୟୁନର କାର୍‌ ଓ ଲକ୍‌ଜୁରୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଥିଲେ। ସମସ୍ତ ମୃତକ କାର୍‌ରେ ଥିଲେ ବୋଲି ଜଣାପଡ଼ିଛି।

Advertisment

ଗାଡ଼ି ଚଲାଉ ଥିବାବେଳେ ବସ୍‌ ଡ୍ରାଇଭରଙ୍କ ହଠାତ୍‌ ହାର୍ଟ ଆଟାକ୍‌ ଆସିବାରୁ ସେ ନିୟନ୍ତ୍ରଣ ହରାଇ ଥିଲେ। ଫଳରେ ଦ୍ରୁତ ଗତିରେ ଆସୁଥିବା କାର୍‌ ସହ ବସ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରରକୁ ୨ ଲକ୍ଷ ଟଙ୍କା ଲେଖାଏ ଓ ଆହତଙ୍କ ଚିକିତ୍ସା ଲାଗି ୫୦ ହଜାର ଟଙ୍କା ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। 

Accident
Advertisment
Advertisment