Advertisment

ଖୁସି ଖବର ! କେନ୍ଦ୍ରର ନୂଆ ନିୟମ, ଏଣିକି ପୋଷ୍ଟ ଅଫିସ୍‌ରେ ଟଙ୍କା ରଖିଲେ ମିଳିବ ଅଧିକ ସୁଧ

ସିନିୟର ସିଟିଜେନ୍ ସେଭିଂ ସ୍କିମ୍, ମନ୍ଥଲି ଇନକମ୍ ସେଭିଂ ସ୍କିମ୍, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍, କିଷାନ ବିକାଶ ପତ୍ର ଏବଂ ସମସ୍ତ ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ପାଇଁ ସୁଧହାର ବଢ଼ିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Post office

Post office

ଜାନୁଆରୀ ପହିଲାରୁ ବଢ଼ିବ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନାର ସୁଧ ହାର । ପୋଷ୍ଟ ଅଫିସ୍ ଜମା, ବରିଷ୍ଠ ନାଗରିକଙ୍କ ପାଇଁ ସଞ୍ଚୟ ଯୋଜନା ଓ NSCରେ ସୁଧ ହାର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି । ୨୦୨୩ ଜାନୁଆରୀ-ମାର୍ଚ୍ଚ ତ୍ରୈମାସ ପାଇଁ ୨୦ରୁ ୧୧୦ ବେସିସ୍ ପଏଣ୍ଟ୍ ମଧ୍ୟରେ ସୁଧହାର ବୃଦ୍ଧି ପାଇଛି । ଏନେଇ ଘୋଷଣା କରିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ।

Advertisment

ସିନିୟର ସିଟିଜେନ୍ ସେଭିଂ ସ୍କିମ୍, ମନ୍ଥଲି ଇନକମ୍ ସେଭିଂ ସ୍କିମ୍, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍, କିଷାନ ବିକାଶ ପତ୍ର ଏବଂ ସମସ୍ତ ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ପାଇଁ ସୁଧହାର ବଢ଼ିଛି । ତେବେ ପିପିଏଫ୍ ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ସୁଧହାର ଅପରିବର୍ତ୍ତିତ ରହିଛି । ସୂଚନା ଅନୁସାରେ, ଏହି ନିଷ୍ପତ୍ତି ଲାଗୁ ପରେ ଜାନୁଆରୀ ୧ରୁ ସିନିୟର୍ ସିଟିଜେନ୍ ସେଭିଂ ସ୍କିମ୍ ସୁଧହାର ୭.୬ ପ୍ରତିଶତରୁ ୮ ପ୍ରତିଶତକୁ ବୃଦ୍ଧି ପାଇବ । ସେହିପରି ମନ୍ଥଲି ଇନକମ୍ ସେଭିଂ ସ୍କିମ୍ ସୁଧହାର ୬.୭ରୁ ୭.୧ ପ୍ରତିଶତକୁ, ନ୍ୟାସନାଲ ସେଭିଂସ୍ ସାର୍ଟିଫିକେଟ୍ ବା NSC ସୁଧହାର ୬.୮ରୁ ୭ ପ୍ରତିଶତକୁ ବୃଦ୍ଧି ପାଇବ ।

PPF Post Office
Advertisment
Advertisment