Advertisment

Viral Video: ଖୋଲା ଜିପ୍‌ରେ ବୁଲୁଥିଲେ ପର୍ଯ୍ୟଟକ, ଗୋଡ଼ାଇ ଆସିଲା ‘ଗଣ୍ଡା’

ଏକ ଖୋଲା ଜିପ୍‌ରେ କିଛି ପର୍ଯ୍ୟଟକ ଉଦ୍ୟାନ ଭିତରେ ବୁଲୁଥିବା ବେଳେ ହଠାତ୍ ଏକ ଗଣ୍ଡା ସେମାନଙ୍କୁ ଗୋଡ଼ାଇ ଆସିଥିଲା। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rhino chases tourists at Manas National Park in Assam

Rhino chases tourists at Manas National Park in Assam

ପର୍ଯ୍ୟଟକଙ୍କ ଆଡ଼କୁ ଗୋଡ଼ାଇ ଆସିଲା ଗଣ୍ଡା। ଏକ ଖୋଲା ଜିପ୍‌ରେ କିଛି ପର୍ଯ୍ୟଟକ ଉଦ୍ୟାନ ଭିତରେ ବୁଲୁଥିବା ବେଳେ ହଠାତ୍ ଏକ ଗଣ୍ଡା ସେମାନଙ୍କୁ ଗୋଡ଼ାଇ ଆସିଥିଲା। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଆସାମ ମାନସ ଜାତୀୟ ଉଦ୍ୟାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

Advertisment

ସୂଚନା ଅନୁସାରେ, ଏକ ଖୋଲା ଜିପ୍‌ରେ କିଛି ପର୍ଯ୍ୟଟକ ମାନସ ଜାତୀୟ ଉଦ୍ୟାନ ବୁଲୁଥିଲେ। ଏହି ସମୟରେ ଏକ ସିଙ୍ଗିଆ ଗଣ୍ଡା କିଛି ବାଟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଗୋଡ଼ାଇ ଥିଲା। ଆଉ ଜୀବନ ବଞ୍ଚାଇବାକୁ ଯାଇ ପର୍ଯ୍ୟଟକମାନେ ଗାଡ଼ି ଧରି ସ୍ପିଡ୍‌ରେ ଯାଉଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। 

ଭିଡିଓଟି ଗତ ଡିସେମ୍ବର ୨୯ ତାରିଖର ବୋଲି ଜଣାପଡ଼ିଛି। ଗଣ୍ଡାଟି କିଛି ବାଟ ଗୋଡ଼ାଇବା ପରେ ଅଟକି ଯାଇଥିଲା ଏଥିରେ ପର୍ଯ୍ୟଟକଙ୍କର କୌଣସି କ୍ଷତି ହୋଇନଥିବା ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି।

Advertisment
Viral Video
Advertisment
Advertisment