ଦିଲ୍ଲୀରେ ଚିନ୍ତା ବଢାଇଛି ବାୟୁ ପ୍ରଦୂଷଣ। AQI ୪୦୦ ପାର୍ କରିଥିବା ବେଳେ ପ୍ରଦୂଷିତ ବାୟୁକୁ ପ୍ରଶ୍ୱାସରେ ନେବା ଫଳରେ ନାନା ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି। ହେଲେ ଦିଲ୍ଲୀର ଏକ ଘରକୁ ପ୍ରଦୂଷଣ ଛୁଇଁ ପାରିନି। ବାହାରେ ବାୟୁ ଗୁଣବତ୍ତା କମ୍ ଥିବା ବେଳେ ଏହି ଘର ଭିତରେ AQI ୧୦ରୁ ୧୫ ରେକର୍ଡ ହୋଇଛି।
ଡିସେମ୍ବର ୧ରୁ ବିଳମ୍ବରେ ଆସିବ କି ଓଟିପି ? ନେଟ୍ ବ୍ୟାଙ୍କିଂ ଓ ଅଧାର ପାଇଁ ଓଟିପି ଆସିବାରେ ବିଳମ୍ବ ହେବ କି ? ଯଦି ଆପଣ ଏପରି ଭାବୁଥାଆନ୍ତି, ତେବେ ଜାଣନ୍ତୁ ସତ କଣ ? ଏ ନେଇ ସ୍ପଷ୍ଟୀକରଣ ଦେଇଛି ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (TRAI) ।
ଏବେ RDSO ପକ୍ଷରୁ ଏହି ଟ୍ରେନର ନାଁ, ‘ନମୋ ଗ୍ରୀନ୍ ରେଳ’ ରଖାଯାଇଛି । କିନ୍ତୁ ଅଶ୍ୱିନୀ ବୈଷ୍ଣବଙ୍କ କହିବାନୁଯାୟୀ ଏବେ ଯାଏଁ ହାଇଡ୍ରୋଜେନ୍ ଟ୍ରେନ୍ର କୌଣସି ନାଁ ରଖାଯାଇ ନାହିଁ ।
ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ତ୍ରୀ, ସାଂସଦ, ବିଧାୟକ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରାୟ ଦୁଇଘଣ୍ଟା କଥାହେବେ। କାଳେ ମୋଦି କ'ଣ ପଚାରି ଦେବେ, ସେଇଥିପାଇଁ ସିନେମା ଦେଖି ନିଜକୁ ପ୍ରସ୍ତୁତ କରୁଛନ୍ତି ବିଜେପି ନେତା। କଥାଟି ଆପଣଙ୍କୁ ଅଡୁଆ ଲାଗୁଥିବ, କିନ୍ତୁ କ'ଣ ଏହା ପଛର ରହସ୍ୟ, ଓଡ଼ିଶା ବିଜେପି ନେତାଏ କେଉଁ ଫିଲ୍ମ ଦେଖୁଛନ୍ତି, ଜାଣିବାକୁ ପଢ଼ନ୍ତୁ ଏହି ଖବରଟି।
ଏହା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ନେତା ହେମନ୍ତ ସୋରେନଙ୍କ ଚତୁର୍ଥ କାର୍ଯ୍ୟକାଳ ହେବ । ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସୋରେନ ୩୯,୭୯୧ ଭୋଟ ବ୍ୟବଧାନରେ ବିଜେପିର ଗାମଲିୟାଲ ହେମ୍ବ୍ରମଙ୍କୁ ପରାସ୍ତ କରି ବାରହାଟ ଆସନ ବଜାୟ ରଖିଥିଲେ ।
ଲୋକସଭା ସାଂସଦ ଭାବେ ଶପଥ ନେଲେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା। ବାଚସ୍ପତି ଓମ୍ ବିର୍ଲା ପ୍ରିୟଙ୍କାକୁ ଶପଥ ପାଠ କରାଇଛନ୍ତି। ହାତରେ ସମ୍ବିଧାନର କପି ଧରି ହିନ୍ଦୀରେ ଶପଥ ନେଇଛନ୍ତି ପ୍ରିୟଙ୍କା ।
ଝାଡ଼ଖଣ୍ଡରେ ଆଜିଠୁ ହେମନ୍ତ ସରକାର। ୧୪ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହେମନ୍ତ ସୋରେନ୍। ରାଞ୍ଚିର ମୋହରାବାଡି ଗ୍ରାଉଣ୍ଡରେ ସିଏମ୍ ଭାବରେ ଶପଥ ଗ୍ରହଣ କରିବେ ହେମନ୍ତ।
୧୦ ବର୍ଷ ତଳେ ମୋଦିଙ୍କୁ ଦେଖିବା ପାଇଁ ବାପାଙ୍କ ଠାରୁ ମାଡ଼ ଖାଇଥିଲେ । ଏବେ ପ୍ରଧାନମନ୍ତ୍ରୀଙ୍କୁ ଚା’ ପିଆଇ ଚର୍ଚ୍ଚାରେ ରହିଛନ୍ତି ଓଡ଼ିଆ ପୁଅ । ଦିନେ ତାଙ୍କ ପାଇଁ ଯାହା ଥିଲା ସ୍ବପ୍ନ, ଏବେ ନେଲା ବାସ୍ତବ ରୂପ ।
ଉତ୍ତରପ୍ରଦେଶରେ ବାଟ ଖୋଜିବାକୁ ଯାଇ ଅଧାଗଢା ବ୍ରିଜରୁ ତଳେ ପଡ଼ି ୩ ଜଣଙ୍କର ମୃତ୍ୟୁ ଘଟଣାରେ ତଦନ୍ତର ସାମନା କରିଛି ଗୁଗୁଲ ମ୍ୟାପ। କେମିତି ଓ କେଉଁ ପରିସ୍ଥିତିରେ ଫେଲ୍ ହେଲା ଗୁଗୁଲର ଜିପିଏସ୍ । ତଦନ୍ତ ଭିତରେ ସ୍ପଷ୍ଟୀକରଣ ରଖିଛି ଗୁଗୁଲ୍ ମ୍ୟାପ୍।
ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ଟ୍ରକ୍କୁ ପିଟିଲା କାର୍।
ବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ଡ କଲା ଜାତୀୟ ଡୋପିଂ ନିରୋଧକ ଏଜେନ୍ସି- NADA । ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି ପୁନିଆ ଉପରେ ଚାରି ବର୍ଷର ପ୍ରତିବନ୍ଧକ ଲଗାଇଛି।
ଦୁନିଆର ସବୁଠୁ ବଡ ଡବଲ-ଡେକର ବାଣିଜ୍ୟିକ ବିମାନ ରାତି ପ୍ରାୟ ୮ଟା ସମୟରେ ସିଙ୍ଗାପୁରରୁ ଆସି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା।ବିମାନର ପାର୍କିଂ ବ୍ରେକ୍ ଲଗାଇବାକୁ ଭୁଲିଯାଇଥିଲେ ପାଇଲଟ୍।
ଯେତେବେଳେ କୌଣସି ଦଳ ନିର୍ବାଚନରେ ଜିତୁଛି, ସେତେବେଳେ ଇଭିଏମ୍ ଟାମ୍ପର୍ ହୋଇନି ବୋଲି କହୁଛି । କିନ୍ତୁ ନିର୍ବାଚନ ହାରିଲେ ଟାମ୍ପର୍ ହୋଇଛି ବୋଲି କହୁଛ ।
ସବୁଦିନ ପରି ରେଡି ହୋଇ ଟିଫିନ ବକ୍ସ ନେଇ ସ୍କୁଲକୁ ଯାଇଥିଲେ ବିରେନ୍ । ଯେମିତି ପଢିବା କଥା ପାଠ ବି ପଢିଲେ । ମଧ୍ୟାହ୍ନ ବିରତିରେ ଘରୁ ଆଣିଥିବା ଟିଫିନ୍ ଖୋଲି ଖାଇବା ଆରମ୍ଭ କଲେ । ଠିକ୍ ସେତିକି ବେଳେ ତଳେ ପଡିଗଲେ। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।
୪ ରାଜ୍ୟ ସହ ଓଡ଼ିଶାରେ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ । ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାରେ ଗୋଟିଏ ଆସନ ଖାଲି ପଡ଼ିଛି ।
ସଙ୍କଟରେ ମଣିପୁର ସରକାର। ଏତେ ଅସ୍ତ୍ରଶସ୍ତ୍ର କେଉଁଠୁ ଆଣୁଛନ୍ତି ଉଗ୍ରବାଦୀ।
ମହାୟୁତିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ଏକନାଥ । ଇସ୍ତଫା ଦେବା ସମୟରେ ସିନ୍ଦେଙ୍କ ସହ ଡେପୁଟି ସିଏମ୍ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ ।
ମହାୟୁତିର ବିପୁଳ ବିଜୟ ଘଟିଲା । ମହାରାଷ୍ଟ୍ରରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏକନାଥ ସିନ୍ଦେ ନା ଦେବେନ୍ଦ୍ର ଫଡନାଭିସ୍ । କାହାର ପଲା ଭାରୀ ?
କୋଲକାତାର ଐତିହାସିକ ହଳଦିଆ ଟ୍ୟାକ୍ସି ଦଶନ୍ଧି ଦଶନ୍ଧି ଧରି ସହରର ହଲମାର୍କ ହୋଇ ରହିଥିଲା। ତେବେ ୬୪ ପ୍ରତିଶତ ଟାକ୍ସି ବର୍ଷକ ମଧ୍ୟରେ ୧୫ ବର୍ଷର ସେବା ସୀମା ଅତିକ୍ରମ କରିଥିବାରୁ ଏହା ପର୍ଯ୍ୟାୟକ୍ରମେ ବନ୍ଦ ହୋଇଯିବ।
୨୬/୧୧ ମୁମ୍ୱାଇ ଆକ୍ରମଣକୁ ପୂରିଲା ୧୬ ବର୍ଷ। ସୁରକ୍ଷା ବାହିନୀଙ୍କ ହାତରେ ଧରାପଡ଼ିଥିବା ଆତଙ୍କୀ କସାବ ଫାଶୀ ଖୁଣ୍ଟରେ ଝୁଲିଛି । ତେବେ ପୂରା ଘଟଣାର ମାଷ୍ଟର ମାଇଣ୍ଡ ଏଯାଏଁ ଖୁଲମଖୁଲ୍ଲା ବୁଲୁଛନ୍ତି ।
କ୍ୟାନସର ଭଳି ମାରାତ୍ମକ ରୋଗକୁ ଅତି ସରଳ ଏବଂ ଆୟୁର୍ବେଦ ଉପଚାର ଦ୍ୱାରା ନିରାକରଣ କରାଯାଇ ପାରିବ
ଦୀର୍ଘଦିନ ଧରି ବ୍ରେଷ୍ଟ କ୍ୟାନସରରେ ପୀଡିତ ଥିଲେ ନବଜୋତ୍ କୌର । ଚତୁର୍ଥ ଷ୍ଟେଜରେ ଥିବା ବେଳେ ଡାକ୍ତର କହିଥିଲେ, ବଂଚିବାର ଆଶା ମାତ୍ର ୩ ପ୍ରତିଶତ । କେମୋ ଥେରାପି ସହ ଅପରେସନ୍ ବି ହେଲା । ତା ଭିତରେ ଚାଲିଥିଲା ସୁଷମ ତଥା ନିୟନ୍ତ୍ରିତ ଖାଦ୍ୟ ପ୍ରଣାଳୀ ।
ଅଶାନ୍ତ ହେବାରେ ଲାଗିଛି ଉତ୍ତରପ୍ରଦେଶର ସମ୍ଭଲ ଅଞ୍ଚଳ । ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ।
ଆଜିଠୁ ଆରମ୍ଭ ହେବାକୁ ଥିବା ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା କରାଯାଇଛି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦାବି ରଖିଛନ୍ତି ।
କଳ୍ପନା ସୋରେନ୍। ଦିନେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ ଭାବେ ଲୋକେ ତାଙ୍କୁ ଜାଣୁଥିଲେ। ଏବେ ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଟପ୍ ଲିଡର। ବିଧାନସଭା ନିର୍ବାଚନରେ JMM ପାଇଥିବା ବଡ଼ ବିଜୟର ଶ୍ରେୟ ଦିଆଯାଉଛି କଳ୍ପନାଙ୍କୁ। ଏପରିକି ଗାଣ୍ଡେ ଆସନରୁ ଜିତି ବିଧାୟିକା ବି ହୋଇଛନ୍ତି ଏହି ଓଡ଼ିଆ ଝିଅ।