କଳ୍ପନା ସୋରେନ୍। ଦିନେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ ଭାବେ ଲୋକେ ତାଙ୍କୁ ଜାଣୁଥିଲେ। ଏବେ ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଟପ୍ ଲିଡର। ବିଧାନସଭା ନିର୍ବାଚନରେ JMM ପାଇଥିବା ବଡ଼ ବିଜୟର ଶ୍ରେୟ ଦିଆଯାଉଛି କଳ୍ପନାଙ୍କୁ। ଏପରିକି ଗାଣ୍ଡେ ଆସନରୁ ଜିତି ବିଧାୟିକା ବି ହୋଇଛନ୍ତି ଏହି ଓଡ଼ିଆ ଝିଅ।
ଜେଲରୁ JMM ସରକାର 2.O । ଝାଡ଼ଖଣ୍ଡରେ ପୁଣି ହେମନ୍ତ ସୋରେନ ସରକାର । ଆସନ୍ତା ୨୮ରେ ଶପଥ ଗ୍ରହଣ । ହେଲେ JMMର ଏହି ଧୂଆଁଧାର ବିଜୟର କ୍ରେଡିଟ୍ ଦିଆଯାଉଛି ଓଡ଼ିଆ ଝିଅ କଳ୍ପନା ସୋରେନଙ୍କୁ ।
ବୁଥ୍ ବାହୁଡ଼ାର ମତ ଅନୁସାରେ ମହାରାଷ୍ଟ୍ରରେ ‘ମହାୟୁତି’କୁ ସ୍ପଷ୍ଟ ବହୁମତ ମିଳୁଥିବା ଅଧିକାଂଶ ଏଗଜିଟ ପୋଲରେ ଜଣାପଡିଛି।
ଆସିଲା ବୁଥ୍ ବାହୁଡ଼ା ମତ । ଏଥିରେ ଝାଡ଼ଖଣ୍ଡରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳୁଛି ।
ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ଗୋଟିଏ ଦିନରେ ହେଉଛି ମତଦାନ । କିନ୍ତୁ ଝାଡଖଣ୍ଡରେ କାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଝାଡଖଣ୍ଡରେ ୪୩ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଗତ ୧୩ ତାରିଖରେ ହୋଇଛି । ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟରେ ୩୮ଟି ଆସନରେ ଭୋଟଗ୍ରହଣ କରାଯିବ ।
ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାର ପ୍ରଥମରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଅଛନ୍ତି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା ପୋଟକାରୁ ଲଢିବେ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୁ ପୂର୍ଣ୍ଣିମା ଦାସ ସାହୁଙ୍କୁ ଜାମସେଦପୁର ଇଷ୍ଟରୁ ପ୍ରାର୍ଥୀ କରାଯାଇଛି ।