ଯେତେବେଳେ କୌଣସି ଦଳ ନିର୍ବାଚନରେ ଜିତୁଛି, ସେତେବେଳେ ଇଭିଏମ୍ ଟାମ୍ପର୍ ହୋଇନି ବୋଲି କହୁଛି । କିନ୍ତୁ ନିର୍ବାଚନ ହାରିଲେ ଟାମ୍ପର୍ ହୋଇଛି ବୋଲି କହୁଛ ।
ଟାମ୍ପରିଂ ହେଲା ୫୧ଟା ସିଟ୍ ପାଇଲେ କେମିତି। ଗତ ୨୪ ବର୍ଷରେ ବିଜେଡି କେତେ ଥର ଇଭିଏମ ଗଣ୍ଡଗୋଳ କରିଛି କହୁ ବୋଲି କହିଛି ବିଜେପି।
ଝାରସୁଗୁଡ଼ାରେ ନିର୍ବାଚନ କମିଶନରଙ୍କ ତତ୍ତ୍ୱାବଧାନରେ ଏକ ଇଞ୍ଜିନିୟରିଂ ଟିମ୍ର ଉପସ୍ଥିତିରେ ୧୩ଟି ବୁଥ୍ରେ, ୧୩ ସେଟ୍ ଇଭିଏମ୍ ଓ ଭିଭିପାଟ୍ ଯାଞ୍ଚ କରାଯିବ ।
ଲୋକସଭା ନିର୍ବାଚନ ସରୁ ସରୁ ଉଠିଲା ଇଲେକ୍ ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମ୍ ପ୍ରସଙ୍ଗ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଇଭିଏମକୁ ନେଇ ଉଠାଇଛନ୍ତି ପ୍ରଶ୍ନ ।
ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ । ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୋଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ୍ ଦାୟିତ୍ୱରେ ରହିଛନ୍ତି ।
ରାଜ୍ୟରେ ଶେଷ ପାଳି ଭୋଟିଂ ବେଳେ ବି ଅବ୍ୟବସ୍ଥାର ମାଳ ମାଳ ଅଭିଯୋଗ। ଅଧିକାଂଶ ଅଭିଯୋଗ, ଇଭିଏମର ଅଚଳାବସ୍ଥା। ମତଦାନ ବାଧାପ୍ରାପ୍ତ ହେବାରୁ ଅସନ୍ତୋଷ ଝାଡ଼ିଥିଲେ ମତଦାତା। ତେବେ ଗତଥର ଅପେକ୍ଷା ଏଥର କମ୍ ସଂଖ୍ୟକ ତ୍ରୁଟି ହୋଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।
ଭୋଟିଂ ବେଳେ ବାରମ୍ବାର EVM ତ୍ରୁଟି ହେବାରୁ ହନ୍ତସନ୍ତ ହେଉଛନ୍ତି ଭୋଟର । EVM ତ୍ରୁଟି ପାଇଁ କେଉଁଠି ଘଣ୍ଟାଏ ତ କେଉଁଠି ଦୁଇ ଘଣ୍ଟା ଭୋଟିଂ ବିଳମ୍ବ ହୋଇଛି ।
ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ୍ ଭଙ୍ଗା ଅଭିଯୋଗ ଘଟଣାରେ ଅପରାଜିତାଙ୍କ କଡ଼ା ଜବାବ୍। ସାର୍ବଜନୀନ କଲେ ବୁଥ୍ ଭିତରର ସିସିଟିଭି ଫୁଟେଜ୍। ଯେଉଁଥିରୁ ସ୍ପଷ୍ଟ ଯେ ଇଭିଏମ୍ ଭଙ୍ଗା ଘଟଣାରେ ଜଗଦ୍ଦେବଙ୍କର ଆଦୌ ସଂପୃକ୍ତି ନାହିଁ।
ଗତ ୨୫ ତାରିଖରେ ମତଦାନ ବେଳେ ବେଗୁନିଆ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗିବା ଅଭିଯୋଗ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଛି । ଯାହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି ।
ସରିଲା ଭୋଟ୍ ଏବେ ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ଭୁବନେଶ୍ୱର ବିଜେବି କଲେଜରେ ଷ୍ଟ୍ରଙ୍ଗ ରୁମ୍...
ତାଳଚେରରେ ବି ଇଭିଏମ୍ ସିଲକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସ୍ଥାନୀୟ ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲ ଧାରଣା ଦେଇଥିଲେ। ତାଳଚେରର ତାଳବେଡ଼ା ସ୍ଥିତ ବୁଥରେ EVMରେ ବ୍ୟବହାର ହେଉଥିବା 17-C ଫର୍ମ ନଦେଇ EVMକୁ ସିଲ କରାଯାଇଥିବା ଅଭିଯୋଗ ହୋଇଛି।
ରାଜଧାନୀ ଭୁବନେଶ୍ବର ନୟାପଲ୍ଲୀର ୧୨୨ ନଂ ବୁଥ୍ରେ EVM ଅଚଳ ହୋଇଥିବା ବେଳେ ନୀଳାଦ୍ରି ବିହାର ବୁଥ୍ ନଂ ୭୩, ପାତ୍ରପଡ଼ାର ବୁଥ୍ ନଂ ୧୫୯ରେ ଇଭିଏମ୍ ଅଚଳ ହୋଇଯାଇଛି।
ଭାଇରାଲ ଭିଡିଓରେ ଜଗନ୍ନ ରେଡ୍ଡୀଙ୍କ ବିଧାୟକ ପୋଲିଂ ଅଫିସରଙ୍କ ଉପରେ ଚିଲାଉଛନ୍ତି। ପୋଲିଂ କର୍ମଚାରୀଙ୍କୁ ଧମକ ଦେବା ସହ EVM ମେସିନ୍କୁ ଫିଙ୍ଗି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।
ଏହା କହିବା ସହିତ ସୁପ୍ରିମକୋର୍ଟ ଦୁଇଟି ବଡ଼ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଇଭିଏମରେ ପାର୍ଟିର ଚିହ୍ନ ଲୋଡ୍ ହେବା ପରେ ତାକୁ ସିଲ୍ କରି ସୁରକ୍ଷିତ ଭାବେ ରଖାଯିବ।
ଏକ ଭିଡିଓ ଡକ୍ୟୁମେଣ୍ଟାରିରେ ଜଣେ ବୁଡାଳି ଭୋଟ୍ ଦେବା କାହିଁକି ଗୁରୁତ୍ୱପୂର୍ଣ୍ଣ ବୋଲି ଲୋକଙ୍କୁ ବୁଝାଇଛନ୍ତି। ଭୋଟ୍ ଦେବା ନାଗରିକଙ୍କ କର୍ତ୍ତବ୍ୟ ଏବଂ ଅଧିକାର ବୋଲି ସେ ଭିଡିଓ ବାର୍ତ୍ତାରେ କହିଛନ୍ତି।
ଏକା ସଙ୍ଗରେ ନିର୍ବାଚନ ହେଲେ ୪୬ ଲକ୍ଷ ୭୫ ହଜାର ଶହେଟି ବାଲଟ୍ ୟୁନିଟ୍, ୩୩ ଲକ୍ଷ ୬୩ ହଜାର ୩ ଶହଟି କଣ୍ଟ୍ରୋଲ ୟୁନିଟ୍ ଏବଂ ୩୬ ଲକ୍ଷ ୬୨ ହଜାର ୬ ଶହଟି ଭିଭିପାଟ୍ ଆବଶ୍ୟକ ପଡିବ।
କାରରେ ଇଭିଏମ୍ ଦେଖି ବିଭିନ୍ନ ଦଳର ଏଜେଣ୍ଟ ଏହାର ପ୍ରତିବାଦ କରିଛନ୍ତି । ଖବର ପାଇ ଡେପୁଟି କମିଶନର ତଥା ସୁପରଭିଜନ ଅଫିସର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ପରେ ପରିସ୍ଥିତି ଶାନ୍ତ ପଡିଥିବାର ଜଣାପଡିଛି ।