Advertisment

Modi Enjoys Tea At Odisha Parba: ‘ଦିନେ ମୋଦିଙ୍କୁ ଭେଟିବା ପାଇଁ ବାପାଙ୍କଠୁ ମାଡ଼ ଖାଇଥିଲି, ଏବେ ଚା’ ପିଆଇଲି...’

୧୦ ବର୍ଷ ତଳେ ମୋଦିଙ୍କୁ ଦେଖିବା ପାଇଁ ବାପାଙ୍କ ଠାରୁ ମାଡ଼ ଖାଇଥିଲେ । ଏବେ ପ୍ରଧାନମନ୍ତ୍ରୀଙ୍କୁ ଚା’ ପିଆଇ ଚର୍ଚ୍ଚାରେ ରହିଛନ୍ତି ଓଡ଼ିଆ ପୁଅ । ଦିନେ ତାଙ୍କ ପାଇଁ ଯାହା ଥିଲା ସ୍ବପ୍ନ, ଏବେ ନେଲା ବାସ୍ତବ ରୂପ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Modi Enjoys Tea At Odisha Parba

Modi Enjoys Tea At Odisha Parba

ବଲାଙ୍ଗୀରର ଚା’ ଦିଲ୍ଲୀରେ କଲା କମାଲ । ୧୦ ବର୍ଷ ତଳେ ମୋଦିଙ୍କୁ ଦେଖିବା ପାଇଁ ବାପାଙ୍କ ଠାରୁ ମାଡ଼ ଖାଇଥିଲେ । ଏବେ ପ୍ରଧାନମନ୍ତ୍ରୀଙ୍କୁ ଚା’ ପିଆଇ ଚର୍ଚ୍ଚାରେ ରହିଛନ୍ତି ଓଡ଼ିଆ ପୁଅ । ଦିନେ ତାଙ୍କ ପାଇଁ ଯାହା ଥିଲା ସ୍ବପ୍ନ, ଏବେ ନେଲା ବାସ୍ତବ ରୂପ । ସ୍ବପ୍ନ ଯେତେବେଳେ ବାସ୍ତବ ରୂପ ନିଏ ସେତେବେଳର ଖୁସି କେବଳ ଅନୁଭବୀ ହିଁ ଜାଣିପାରେ । ଯାହା ଆଜି ଘଟିଛି ବଲାଙ୍ଗୀର ସହରର ଜଣାଶୁଣା ଚା’ ଦୋକାନୀ ସୋମନାଥଙ୍କ ସହ । ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚା’ ପିଆଇ ଚର୍ଚ୍ଚାରେ ରହିଛନ୍ତି ସୋମନାଥ । 

Advertisment

ତେବେ ସୋମନାଥ ଓଟିଭିକୁ ସ୍ବତନ୍ତ୍ରସାକ୍ଷତକାର ଦେଇ ସେଦିନର କାହାଣୀ କହିଛନ୍ତି, ମୋଦିଙ୍କୁ ଭେଟିବା ପାଇଁ ମୋତେ ଭୋକ, ‌ଶୋଷ ନଥିଲା । କାରଣ ମୋଦିଙ୍କୁ ଭେଟିବା ପାଇଁ ୧୦ ବର୍ଷ ଅପେକ୍ଷା କରିଥିଲି । ଏମିତିକି ବାପାଙ୍କ ଠାରୁ ମାଡ଼ ଖାଇଥିଲି ବୋଲି କହିଛନ୍ତି । ୧୦ ବର୍ଷ ତଳେ ବରଗଡ଼ ଆସିଥିଲେ ମୋଦି, ଚା’ ଦୋକାନରେ ବସାଇଥିଲେ ବାପା । ମୁଁ କିନ୍ତୁ ଚା’ ଦୋକାନ ଛାଡ଼ି ଟ୍ରେନ୍‌ ଯୋଗେ ଯାଇଥିଲି ଦେଖିବା ପାଇଁ ଯାହା ଫଳରେ ପ୍ରବଳ ମାଡ଼ ମାରିଥିଲେ ବାପା । କିନ୍ତୁ ମୁଁ ଆଜି ୧୦ ବର୍ଷ ପରେ ମୋଦିଙ୍କୁ ଚା’ ପିଆଇ ପାରିଛି । ଯାହା ମୋ ପାଇଁ ସବୁଠୁ ବଡ଼ ସଫଳତା ବୋଲି କହିଛନ୍ତି । ଚା’ ପିଇବା ସହ ସୋମନାଥଙ୍କୁ ପ୍ରଶାଂସ କରିଥିଲେ ପ୍ରଧାନମନ୍ତ୍ରୀ ।  

ଅଧିକ ପଢ଼ନ୍ତୁ: ମିସେସ୍ ପାଣ୍ଡିଆନ୍‌ଙ୍କ ଛୁଟି ବାତିଲ୍; ଆଜିଠୁ କାର୍ଯ୍ୟରେ ଯୋଗଦେଲେ

ଖାଲି ପ୍ରଧାନମନ୍ତ୍ରୀ ମୋଦି ନୁହଁନ୍ତି ବରଂ ଦେଶର ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ବି ସୋମନାଥଙ୍କ ଟି-ଷ୍ଟଲ୍‌ ବୁଲିବା ସହ ତାଙ୍କୁ ପ୍ରଶାଂସ କରିଥିଲେ । ତେବେ ସୋମନାଥ ଭବିଷ୍ୟତକୁ ନେଇ  ବଡ଼ ଯୋଜନା ରଖିଛନ୍ତି । ମୋଦିଙ୍କୁ ଭେଟିବା ପରେ ବେଶ୍‌ ଅନୁପ୍ରାଣିତ ହୋଇଛନ୍ତି ବୋଲି କହିଛନ୍ତି ସୋମନାଥ । ତେବେ ପ୍ରଧାନମନ୍ତ୍ରୀଙ୍କୁ ମାଟି କପ୍‌ରେ ଚା’ ବଢ଼ାଇବା ବେଳେ ସୋମନାଥଙ୍କ ହାତ ଥରିଥିଲା ବୋଲି ସେ ଭାବବିହ୍ୱଳ ହୋଇ କହିଛନ୍ତି।  

Advertisment

ତେବେ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ତିନି ଦିନିଆ ଓଡ଼ିଶା ପର୍ବ ୨୦୨୪ରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ନଭେମ୍ବର ୨୨ରୁ ୨୪ ଯାଏଁ ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ପର୍ବରେ ସାମିଲ ହେବା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପାରିକ ବାଦ୍ୟ ଯନ୍ତ୍ର ବଜାଇ ଶାସ୍ତ୍ରୀୟ ସଙ୍ଗୀତ ସହିତ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ବିଭିନ୍ନ ଷ୍ଟଲ ବୁଲିବା ସହିତ ଚା’ ପିଇଥିଲେ ।

ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍‌ବୋଧନ ଦେଇ ଓଡ଼ିଶା ପର୍ବକୁ ଆସି ଗର୍ବିତ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ସ୍ୱାଧୀନତା ଆନ୍ଦୋଳନରେ ଅନେକ ଓଡ଼ିଆ ବୀରଙ୍କ ଅବଦାନ ରହିଛି । ପାଇକ ବିଦ୍ରୋହ ଏହାର ଏକ ଉଦାହରଣ । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି, ଏହା ଗର୍ବର ବିଷୟ । ୨୦୩୬ରେ ଓଡ଼ିଶା ରାଜ୍ୟ ସ୍ଥାପନର ୧୦୦ ବର୍ଷ ପୂର୍ତ୍ତି ପାଳିବ । ଦିନ ଥିଲା ପୂର୍ବ ଭାରତକୁ ପଛୁଆ ମନେ କରାଯାଉଥିଲା । ପୂର୍ବ ଭାରତକୁ ବିକାଶର ଇଞ୍ଜିନ୍ ମନେ କରି ଗତବର୍ଷ ଅପେକ୍ଷା ଏଥର ଓଡ଼ିଶାକୁ ୩୦% ଅଧିକ ବଜେଟ୍ ଦିଆଯାଇଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଧିକ ପଢନ୍ତୁ: ଉପକୂଳ ମୁହାଁ ବାତ୍ୟା ‘ପେଙ୍ଗଲ’;୨୯ ତାରିଖରେ ଛୁଇଁବ ସ୍ଥଳଭାଗ !

Narendra Modi PM Modi Jawaharlal Nehru Stadium Tea
Advertisment
Advertisment