Advertisment

Kolkata Yellow Cabs: ଖୁବଶୀଘ୍ର ଇତିହାସ ପାଲଟିବ କୋଲକାତାର ହଳଦିଆ ଟାକ୍ସି; ଜାଣନ୍ତୁ କାହିଁକି

କୋଲକାତାର ଐତିହାସିକ ହଳଦିଆ ଟ୍ୟାକ୍ସି ଦଶନ୍ଧି ଦଶନ୍ଧି ଧରି ସହରର ହଲମାର୍କ ହୋଇ ରହିଥିଲା। ତେବେ ୬୪ ପ୍ରତିଶତ ଟାକ୍ସି ବର୍ଷକ ମଧ୍ୟରେ ୧୫ ବର୍ଷର ସେବା ସୀମା ଅତିକ୍ରମ କରିଥିବାରୁ ଏହା ପର୍ଯ୍ୟାୟକ୍ରମେ ବନ୍ଦ ହୋଇଯିବ।

author-image
Sonali Ojha
ଅଦ୍ୟତନ ହୋଇଛି
Yellow Taxi

Yellow Taxi

କୋଲକାତାର ରାଜରାସ୍ତାରୁ ଉଭାନ ହୋଇଯିବ ସମସ୍ତଙ୍କର ଅତି ପ୍ରିୟ ହଳଦିଆ ଟ୍ୟାକ୍ସି। ଦୀର୍ଘ ଦଶନ୍ଧିର ଯାତ୍ରାରେ ପଡିଯିବ ଯବନିକା । ୧୫ ବର୍ଷର ସେବା ଅବଧି ସମାପ୍ତ ହୋଇଥିବାରୁ ପ୍ରାୟ ୪୫୦୦ଟି ଟାକ୍ସିକୁ ରାସ୍ତାରୁ ହଟାଇ ଦିଆଯାଇଛି। ଏହି ହଳଦିଆ ଟ୍ୟାକ୍ସି ପୂର୍ବରୁ ହଳଦିଆ ଏବଂ କଳା ରଂଗର ଥିଲା। ହାୱଡା ବ୍ରିଜ ଏବଂ ଭିକ୍ଟୋରିଆ ମେମୋରିଆଲ ପରି ଏହା କୋଲକାତାର ହୃଦୟ ପାଲଟି ଯାଇଥିଲା। ନବେ ଦଶକରେ କୋଲକାତାର ରାଜରାସ୍ତାରେ ଏହି ଟ୍ୟାକ୍ସି ଛାଇ ରହିଥିଲା । ତେବେ ସରକାରଙ୍କ ନିୟମକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଏହି କାର୍‌କୁ ଅଲବିଦା କହିବାକୁ ପଡିବ।

Advertisment

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, କୋଲକାତାର ଐତିହାସିକ ହଳଦିଆ ଟ୍ୟାକ୍ସି ଦଶନ୍ଧି ଦଶନ୍ଧି ଧରି ସହରର ହଲମାର୍କ ହୋଇ ରହିଥିଲା। ଏକଦା କେବଳ ଏହି ଟାକ୍ସି ହିଁ କୋଲକାତର ରାଜରାସ୍ତାରେ ଗଡୁଥିଲା। ଏହା ପରିବହନର ମାଧ୍ୟମ ସାଜିଥିଲା। କୋଲକାତାର ହଳଦିଆ ଟ୍ୟାକ୍ସି, ସହରର ଏକମାତ୍ର କ୍ୟାବ ବିକଳ୍ପ ଥିଲା। ୧୯୬୨ ମସିହାରେ ହିନ୍ଦୁସ୍ତାନ ମୋଟର୍ସ ଆମ୍ବାସାଡର କାର୍ ଆରମ୍ଭ କରିଥିଲା । ଏହାକୁ ‘ସଡ଼କର ରାଜା’ କୁହାଯାଉଥିଲା।

ଅବଶ୍ୟ, ୨୦୧୫ରେ କ୍ୟାବ ଆପ୍ସର ଆଗମନ ସହିତ ଏଗୁଡିକର ଲୋକପ୍ରିୟତା ହ୍ରାସ ପାଇବାକୁ ଲାଗିଲା । ଚଳିତବର୍ଷ ଆରମ୍ଭରେ ବାକିଥିବା ୭୦୦୦ ଟାକ୍ସିରୁ ଅଧିକାଂଶ ପୁରୁଣା ହୋଇଯାଇଥିଲା। କୋଲକାତା ପରିବହନ ବିଭାଗ ସୂଚାଇ ଦେଇଛି ଯେ ଏଗୁଡିକ ମଧ୍ୟରୁ ୪୪୯୩ଟି ଅର୍ଥାତ୍ ୬୪ ପ୍ରତିଶତ ଟାକ୍ସି ବର୍ଷକ ମଧ୍ୟରେ ୧୫ ବର୍ଷର ସେବା ସୀମା ଅତିକ୍ରମ କରିଥିବାରୁ ଏହା ପର୍ଯ୍ୟାୟକ୍ରମେ ବନ୍ଦ ହୋଇଯିବ।

Advertisment

ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ୨୦୦୮ରେ କୋଲକତା ହାଇକୋର୍ଟ କହିଥିଲେ ଯେ ୧୫ ବର୍ଷରୁ ଅଧିକ କୌଣସି ବ୍ୟବସାୟିକ ଯାନ ରାସ୍ତାରେ ଗଡ଼ିପାରିବ ନାହିଁ। ଥରେ ଏକ ଯାନ ଏହି ୧୫ବର୍ଷ ଗଡ଼ିବା ପରେ ଏହାର ଅନୁମତି ଏବଂ ଫିଟନେସ୍ ସାର୍ଟିଫିକେଟ୍ ନବୀକରଣ ହୋଇପାରିବ ନାହିଁ। ଟ୍ୟାକ୍ସି ଅପରେଟରମାନେ କହିଛନ୍ତି ଯେ ବର୍ତ୍ତମାନ ୪,୪୯୩ଟି ମିଟର ହଳଦିଆ ଟ୍ୟାକ୍ସି ଚଳାଚଳ କରୁଛି। ଏହା ବ୍ୟତୀତ ୨୫୦୦ ଟି ଗାଡି ମୁଖ୍ୟତଃ ଡି ଏବଂ ଇ-ସିରିଜ୍ ଆମ୍ବାସାଡର୍ସ ଆସନ୍ତା ବର୍ଷ ପର୍ଯ୍ୟାୟକ୍ରମେ ବନ୍ଦ ହୋଇଯିବେ । ରିପୋର୍ଟ ଅନୁଯାୟୀ ଏହି ହଳଦିଆ ଟ୍ୟାକ୍ସିର ସଂଖ୍ୟା ୩୦୦୦ରୁ ବି କମ୍ ହୋଇଯିବ।

ତେବେ ବେଙ୍ଗଲ ଟ୍ୟାକ୍ସି ଆସୋସିଏସନର ଯୁଗ୍ମ ସଚିବ ସଞ୍ଜୀବ ରାୟ ଟ୍ୟାକ୍ସି ଅପରେଟରଙ୍କ ଉପରେ ଆର୍ଥିକ ଚାପ ନେଇ ପ୍ରତିକ୍ରିୟା ଦେଇଛନ୍ତି। ନୂତନ ବିଏସ୍ VI- ଅନୁପାଳନ ଟ୍ୟାକ୍ସି କିଣିବା ସହିତ ଜଡ଼ିତ ମହଙ୍ଗା ଖର୍ଚ୍ଚକୁ ସେ ସୂଚାଇ ଦେଇଛନ୍ତି, ଯାହାର ମୂଲ୍ୟ ବର୍ତ୍ତମାନ ୮ ଲକ୍ଷରୁ ଅଧିକ । ରିପୋର୍ଟ ଅନୁଯାୟୀ, ଭଡା ସଂଶୋଧନ ଅଭାବ ଏବଂ ଅପରେଟିଂ ଖର୍ଚ୍ଚ ବୃଦ୍ଧି ଏପରି ପରିସ୍ଥିତି ସୃଷ୍ଟି କରିଛି ଯେଉଁଠାରେ ଅନେକ କ୍ୟାବ ଡ୍ରାଇଭରଙ୍କ ପକ୍ଷେ ଗାଡି ଚଳାଇ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି।

ଡିଫଲ୍ଟ ହାର ଅଧିକ ଥିବାରୁ ଡ୍ରାଇଭରମାନେ ବ୍ୟାଙ୍କରୁ ଋଣ ପାଇବା ମଧ୍ୟ କଷ୍ଟକର ହୋଇପଡିଛି। କୋଲକାତାର ଟ୍ୟାକ୍ସି ଶିଳ୍ପ ୧୯୦୮ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ଭଡା ମାଇଲ ପିଛା ୮ଅଣା ଥିଲା। ହଳଦିଆ ଏବଂ କଳା ଟ୍ୟାକ୍ସିଗୁଡିକ ୧୯୬୨ ମସିହାରେ ଲଞ୍ଚ କରାଯାଇଥିଲା। ସେମାନଙ୍କର ଶକ୍ତି ଏବଂ ଭିନ୍ନ ପରିଚୟ ହେତୁ 'କିଙ୍ଗ୍ ଅଫ୍ ଦି ରୋଡ୍' ମାନ୍ୟତା ଲାଭ କରିଥିଲା ​​। କୋଭିଡ ମହାମାରୀ ଏବଂ ଲକଡାଉନ୍ ପରେ ଏହି ସଙ୍କଟ ଆହୁରି ବଢିଗଲା । ଏକ ରିପୋର୍ଟ ଅନୁଯାୟୀ, ୨୦୨୦ରେ କୋଲକାତାରେ ପ୍ରାୟ ୧୮ବଜାର ହଳଦିଆ ଟ୍ୟାକ୍ସି ଥିଲା। ସହରର ପରିଚୟ ଭାବରେ ଜଣାଶୁଣା ଏହି ହଳଦିଆ ଟ୍ୟାକ୍ସିଗୁଡ଼ିକ ବର୍ତ୍ତମାନ ଇତିହାସର ଏକ ଅଂଶ ପାଲଟିବାକୁ ବସିଛି।

Kolkata
Advertisment
Advertisment