• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତ ଅଧିବେଶନ । ନଭେମ୍ବର ୨୫ରୁ ଆରମ୍ଭ ହୋଇ ଏହି ଅଧିବେଶନ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ସରକାର ପାଞ୍ଚଟି ନୂତନ ବିଲ୍ ଆଗତ କରିପାରନ୍ତି । ଏଥିରେ ପରିବହନ କ୍ଷେତ୍ର ସହିତ ଜଡିତ ତିନୋଟି ବିଲ୍ ଅନ୍ତର୍ଭୁକ୍ତ । କୋଷ୍ଟାଲ୍ ସିପିଂ ବିଲ୍, ଇଣ୍ଡିଆନ୍ ପୋର୍ଟସ୍ ବିଲ୍, ମର୍ଚାଣ୍ଟ ସିପିଂ ବିଲ୍ ମଧ୍ୟ ସଂସଦରେ ଉପସ୍ଥାପନା କରିପାରନ୍ତି । ଏଥି ସହିତ, ପୂର୍ବରୁ ଉପସ୍ଥାପିତ ହୋଇଥିବା ୧୩ଟି ବିଲ୍ ପାସ୍ ପାଇଁ ତାଲିକାଭୁକ୍ତ କରାଯାଇଛି । ଏଥିରେ ବ୍ୟାଙ୍କିଙ୍ଗ୍ ଆଇନ୍ ସଂଶୋଧନ ବିଲ୍ ଏବଂ ୱାକଫ୍ ବିଲ୍ ମଧ୍ୟ ରହିଛି ।

ସେପଟେ ଆଜିଠୁ ଆରମ୍ଭ ହେବାକୁ ଥିବା ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା କରାଯାଇଛି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦାବି ରଖିଛନ୍ତି । ଆଦାନୀ ଲାଂଚ କାରବାର ଅଭିଯୋଗ ପ୍ରସଙ୍ଗ, ମଣିପୁର ହିଂସା, ବାୟୁ ପ୍ରଦୂଷଣ, ରେଳ ଦୁର୍ଘଟଣା ଆଦି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦାବି କରିଛନ୍ତି । ଆଜି ପ୍ରଥମ ଦିନ ରାଷ୍ଟ୍ରପତି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି । ନଭେମ୍ବର ୨୬ ତାରିଖରେ ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସମ୍ବିଧାନ ଦିବସ ପାଳନ ହେବ ।

ଅଧିକ ପଢ଼ନ୍ତୁ: ଝାଡ଼ଖଣ୍ଡରେ ପୁଣି ସୋରେନ ସରକାର; କିଙ୍ଗ ମେକର୍ ସାଜିଲେ ଓଡ଼ିଆ ଝିଅ କଳ୍ପନା 

ବାସ୍ତବରେ ସରକାର ବ୍ୟାଙ୍କିଙ୍ଗ୍ ନିୟମର ଉନ୍ନତି ଦିଗରେ ଆଉ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ତେଣୁ ସରକାର ୨୦୨୪ ବ୍ୟାଙ୍କିଙ୍ଗ୍ ଆଇନ (ସଂଶୋଧନ) ବିଲ୍ ଆଗତ କରିବାକୁ ଯାଉଛନ୍ତି। ଏହି ବିଲରେ, ଏକ ବ୍ୟାଙ୍କ ଆକାଉଣ୍ଟରେ ଉତ୍ତରାଧିକାରୀଙ୍କ ସଂଖ୍ୟା ୪କୁ ବୃଦ୍ଧି କରାଯିବ, ଅର୍ଥାତ୍ ବର୍ତ୍ତମାନ ଆକାଉଣ୍ଟଧାରୀ ତାଙ୍କ ଆକାଉଣ୍ଟରେ ଚାରି ଜଣଙ୍କୁ ନୋମିନୀ ରଖିପାରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪ ବ୍ୟାଙ୍କ ଆଇନ (ସଂଶୋଧନ) ବିଲ୍ ଆଗତ କରିବେ ।

ଏହି ବିଲ୍‌କୁ ନିକଟରେ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ଏହା ଅଧୀନରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକ୍ଟ, ୧୯୩୪, ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ, ୧୯୪୯, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକ୍ଟ, ୧୯୫୫, ବ୍ୟାଙ୍କିଙ୍ଗ୍ କମ୍ପାନୀଗୁଡିକ (ଅଣ୍ଡରଟେକିଂ ଅଧିଗ୍ରହଣ ଏବଂ ସ୍ଥାନାନ୍ତର) ଅଧିନିୟମରେ ସଂଶୋଧନ କରାଯାଇଛି । ସୂଚନା ଅନୁସାରେ ୧୮ ତମ ଲୋକସଭାର ପ୍ରଥମ ମୌସୁମୀ ଅଧିବେଶନରେ ସରକାର ୧୨ଟି ବିଲ୍ ଆଗତ କରାଯାଇଥିଲା । ଏଥିମଧ୍ୟରୁ ଚାରିଟି ବିଲ୍ ପାରିତ ହୋଇଥିଲା ।

ଅଧିକ ପଢ଼ନ୍ତୁ: ‘ନେଗେଟିଭ୍ ପଲିଟିକ୍ସ, ପରିବାରବାଦର ପରାଜୟ ହୋଇଛି’

ସେପଟେ ୱାକଫ୍‌ ସଂଶୋଧନ ବିଲ୍ ଉପରେ ଆଲୋଚନା ପାଇଁ ଗଠିତ ଜେପିସି ଶୀତ ଅଧିବେଶନର ପ୍ରାରମ୍ଭିକ ସପ୍ତାହ ଶେଷରେ ଏହାର ରିପୋର୍ଟ ଉପସ୍ଥାପନ କରିବାର ସମ୍ଭାବନା ରହିଛି । ତେବେ ଜେପିସିରେ ଅନ୍ତର୍ଭୁକ୍ତ ବିରୋଧୀ ସାଂସଦମାନେ ରିପୋର୍ଟ ଦାଖଲ କରିବାକୁ ଅଧିକ ସମୟ ଦାବି କରୁଛନ୍ତି ।

ଅନ୍ୟପଟେ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗତକାଲି ବସିଥିଲା ସର୍ବଦଳୀୟ ବୈଠକ । ଏହି ସର୍ବଦଳୀୟ ବୈଠକ ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ‘ଯଦିଓ ଆସନ୍ତାକାଲି ଠାରୁ ଶୀତ ଅଧିବେଶନ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି, ତଥାପି ସମ୍ବିଧାନ ଦିବସ ପାଳନକୁ ଦୃଷ୍ଟିରେ ରଖି ନଭେମ୍ବର ୨୬ରେ କୌଣସି ଅଧିବେଶନ ହେବ ନାହିଁ । ୭୫ ବର୍ଷ ପୂରଣ ହେବା ପରେ ସମ୍ବିଧାନ ଭବନରେ ଉଭୟ ଗୃହର ସଦସ୍ୟଙ୍କ ସହ ସମ୍ବିଧାନ ଦିବସ ପାଳନ କରାଯିବ’ ।

OTV is now on Whatsapp

Join and get latest news update delivered to you via whatsapp

Join Now