ଗୋଟିଏ ଦିନ ବି ମଥାରେ ରହିଲାନି ସିନ୍ଦୂର ... ଅକାଳରେ ଚାଲିଗଲା ବରର ଜୀବନ ।
ଯାହା ଆଶା କରାଯାଉଥିଲା ସେଇୟା ହିଁ ହେଲା । ଭାରତ ବିଲାୱଲଙ୍କୁ ତାଙ୍କ ସ୍ଥାନ ଦେଖାଇ ଦେଇଛି । କିଛି ଦିନ ତଳେ ସମସ୍ତ କୂଟନୈତିକ ଶାଳୀନତା ଭୁଲି ଜାତିସଂଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କରେ ଅପଶଦ୍ଦ ବ୍ୟବହାର କରିଥିଲେ ବିଲାୱଲ । ଆଉ ସେ ଭାରତ ଆସିବା ପରେ ବୈଦେଶିକମନ୍ତ୍ରୀ ଏସ. ଜୟଶଙ୍କର ବିଲାୱଲଙ୍କୁ ତାଙ୍କରି ଭାଷାରେ ଜବାବ ଦେଇଛନ୍ତି।
ଦୁଃଖର ବିଷୟ ଯେ, ଆପଣ ଭଗବାନଙ୍କୁ ଦର୍ଶନ ପାଇଁ ଯେଉଁ ଟିକେଟ କିଣିଥିବେ ତାହା ନକଲି ସାବ୍ୟସ୍ତ ହେବ ।
ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୬୪୦ ଟଙ୍କା ହୋଇଛି।
କବାବ୍ ଖାଇଦେଲେ, ଟଙ୍କା ଦେଲେନି । ଟଙ୍କା ମାଗିବାରୁ ଗୁଳି ମାରିଦେଲେ . . ବରେଲିର ପ୍ରେମନଗର ଅଞ୍ଚଳର ଏକ ପୁରୁଣା କବାବ ଦୋକାନରେ ଏହି ଘଟଣା ଘଟିଛି।
ହନିଟ୍ରାପର ଶିକାର ହୋଇଛନ୍ତି ଡିଆରଡିଓ ସାଇଣ୍ଟିଷ୍ଟ । ମହିଳା ଆଇଏସ୍ଆଇ ଏଜେଣ୍ଟଙ୍କୁ ଦେଲେ ଭାରତର ଗୁପ୍ତତଥ୍ୟ । ବ୍ୟକ୍ତିଗତ ଫଟୋ ଆଦାନ ପ୍ରଦାନ ପରେ ବ୍ଲାକମେଲ୍ କରୁଥିଲେ ରହସ୍ୟମୟୀ ।
ହଲରେ ପୂରା କିଟିକିଟି ଅନ୍ଧାରରେ ବସିଲେ ନିମନ୍ତ୍ରିତ ଅତିଥି । ପ୍ରାୟ ୯ ମିନିଟ ପରେ ଜେନେରେଟର ଦ୍ବାରା ବିଜୁଳି ପୁନର୍ବାହାଲ ହୋଇଥିବା ସୂଚନା ମିଳିଛି ।
ମଦ କିଣିବା ପରେ ଆପଣ ଅନ୍ଲାଇନ୍ ହେଉ କିମ୍ବା କ୍ୟାସ୍ରେ ପେମେଣ୍ଟ କରିବାର ଉଭୟ ସୁବିଧା ମଧ୍ୟ ରହିଛି ।
ଏମିତି ମଣିଷକୁ ଧିକ୍ । ଜଣେ ଦିବ୍ୟାଙ୍ଗ ଦୋକାନୀ ଫଲ ଦେବା ପାଇଁ ମନା କରିଦେବାରୁ ରାସ୍ତା ମଝିରେ ଗୋଇଠା ପକାଇଲେ ।
ଅଜବ ରେଲୱେ ଷ୍ଟେସନ୍ । ଏଇଠି ୧ ନୁହେଁ ବରଂ ୨ ରୁ ଆରମ୍ଭ ହୁଏ ପ୍ଲାର୍ଟଫର୍ମ...ଏମିତି ଘଟଣା ପଛର କାହାଣୀ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
ଜନ୍ମମାଟିରେ ରାଷ୍ଟ୍ରପତି। ଗାଁ ଲୋକଙ୍କ ପାଇଁ ଯେତେ ଆଦର ଓ ଗୌରବ, ତାଠୁ କେତେ ଅଧିକ ଆନନ୍ଦ ଓ ଉତ୍ସାହ ଖୋଦ୍ ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟ। କାରଣ ଘରକୁ ରାତ୍ରଭୋଜନ ପାଇଁ ଆସିଥିବା ରାଷ୍ଟ୍ରପତି ଗତକାଲି ନିଜ ଘରେ ହିଁ ରାତି କଟାଇଛନ୍ତି । ପ୍ରୋଟୋକଲ ଭାଙ୍ଗି ସାଧାରଣ ନାଗରିକଙ୍କ ଭଳି ପରିବାର ସହ ଘରେ ରହିବା ପରେ ସକାଳୁ ମହାଦେବଙ୍କ ଦର୍ଶନ ପାଇଁ ବାହାରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଆତଙ୍କବାଦ ପ୍ରସଙ୍ଗକୁ ନେଇ ପରୋକ୍ଷରେ ଟାର୍ଗେଟ୍ । ଆତଙ୍କବାଦ ବିରୋଧରେ ଲଢ଼େଇ SCOର ମୂଳ ଉଦ୍ଦେଶ୍ୟ । ଯେକୌଣସି ପରିସ୍ଥିତିରେ ଆତଙ୍କବାଦକୁ ରୋକିବାକୁ ହେବ ।
୧୦ ବର୍ଷ ତଳର ଶତ୍ରୁତା ପାଇଁ ଜୀବନ ଚାଲିଗଲା । ଗୁଳିମାଡ଼ରେ ଗୋଟିଏ ପରିବାରର ୩ ଜଣ ମହିଳାଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି।
କାଣ୍ଡି ଫରେଷ୍ଟରେ ସେନା ଚଳାଇଛି ଅପରେସନ ତ୍ରିନେତ୍ର। ଉତ୍ତର କାଶ୍ମୀରର ବାରାମୂଲା ଅଂଚଳରେ ଆତଙ୍କବାଦୀମାନେ ସକ୍ରିୟ ଥିବା ଖବର ପାଇ ଆରମ୍ଭ ହୋଇଥିଲା ଅପରେସନ୍ ।
ଗତ ଏପ୍ରିଲ ୧୯ ତାରିଖରେ ମଣିପୁରର ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ମଣିପୁରରେ ପ୍ରତିବାଦ କରାଯାଇଥିଲା
ଏକା ସାଙ୍ଗରେ ଦ୍ୱିଗୁଣିତ ହେଲା ରାମ ମନ୍ଦିର ସେବାୟତଙ୍କ ଦରମା । ଜାଣନ୍ତୁ କେତେ ପାଇବେ ଦରମା ?
ଅଧ ରାତିରେ ଅର୍ଡର କଲେ ବିରିୟାନି । ଘରେ ପହଞ୍ଚିବା ବେଳକୁ ପାର୍ସଲରୁ ବାହାରିଲା ଅସରପା । ରାଗି ତମତମ ହୋଇ...
ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୨,୪୦୦ ଟଙ୍କା ହୋଇଛି।
ଟପ୍ ମୋଷ୍ଟ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜାପୁରିଆ ହତ୍ୟା ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଗ୍ୟାଙ୍ଗୱାର୍ରେ ସାମିଲ କଏଦୀମାନେ ୧୦୦ରୁ ଅଧିକ ଥର ଟିଲ୍ଲୁ ଶରୀରରେ ଛୁରୀ ଭୁସିଥିଲେ।
ରାଷ୍ଟ୍ରପତି ହେବା ପରେ ଜନ୍ମମାଟି ମୟୂରଭଞ୍ଜରେ ପ୍ରଥମ ପାଦ ଦେଇ ଭାବବିହ୍ବଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁର ସମ୍ବର୍ଦ୍ଧନା ସଭାରେ ବଖାଣିଲେ ସଂଘର୍ଷପୂର୍ଣ୍ଣ ଜୀବନ କାହାଣୀ, କହିଲେ ଯାହା ପାଇଛି, ଆପଣମାନଙ୍କ ପାଇଁ ପାଇଛି, ଏ ମାଟି ପାଇଁ ଚିର ଋଣୀ
ପାରମ୍ପାରିକ ନୃତ୍ୟ ସଂଗୀତର ତାଳେ ତାଳେ ଝୁମୁଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁର। କାରଣ ମାଟିର ଝିଅ ଘରକୁ ଫେରିଛି। ଆଉ ସେହି ଗର୍ବ ଆଉ ଗୌରବର ମୁହୁର୍ତ୍ତ ଭିତରେ ମାଡ଼ାମ ପ୍ରେସିଡେଣ୍ଟଙ୍କୁ ଭେଟିବା ପାଇଁ ଏବଂ ତାଙ୍କର ଝଲକ ପାଇବା ପାଇଁ କିଏ ପାଚେରୀ କଡ଼ରେ ତ ଆଉ କିଏ ଗଛ ଡାଳରେ ଚଢ଼ି ଅପେକ୍ଷାରତ। ଆଉ ମହାମହିମ ପହଞ୍ଚିବା କ୍ଷଣି ଏବଂ ତାଙ୍କର ଦର୍ଶନ ପାଇ ସବୁରି ମନ କୁଣ୍ଢେମୋଟ।
୮ ଜିଲ୍ଲାରେ ଆସାମ ରାଇଫଲସ ଓ ସେନା ମୁତୟନ । ୭୫୦୦ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା ।
ଏସଟିଏଫର ଏନକାଉଣ୍ଟରରେ ଉତ୍ତରପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ନିପାତ
ଯୁବତୀ ଜଣକ ସବୁବେଳେ ଯୁବକଙ୍କୁ ଫୋନ୍ କରି ତାଙ୍କର ଫଟୋ ଏବଂ ଭିଡିଓ ରଖିଥିବା କଥା କହୁଥିଲେ ।
ଆସିଲା ଶାଳୀର କଲ୍ . . .କନ୍ୟାକୁ ମଣ୍ଡପରେ ଛାଡ଼ି ଦଉଡ଼ିଲା ବର . .