ଶରୀରରେ ପୋଷାକ ନାହିଁ.. ରାଜରାସ୍ତାରେ ୧୨ରୁ ଅଧିକ ଯୁବକ ଉଲଗ୍ନ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । ଛତିଶଗଡ଼ର ରାଜଧାନୀ ରାୟପୁରରେ କିଛି ଯୁବକ ନକଲି ଜାତି ପ୍ରମାଣପତ୍ର ବ୍ୟବହାର କରି ସରକାରୀ ଚାକିରି ପାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏହି ଯୁବକମାନେ ଉଲଗ୍ନ ପ୍ରଦର୍ଶନ କରିଛନ୍ତି । ବିଧାନସଭା ଆଡ଼କୁ ଯାଉଥିବା ବେଳେ ପୋଲିସ ଉଲଗ୍ନ ବିକ୍ଷୋଭକାରୀଙ୍କୁ ଗିରଫ କରିଛି । ଛତିଶଗଡ଼ ବିଧାନସଭାରେ ଚାରି ଦିନିଆ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି ।
ସୂଚନା ଅନୁସାରେ ଅନୁସୂଚିତ ଜାତି ଓ ଜନଜାତିର ଯୁବକମାନେ ଚାକିରି ପାଇବା ପାଇଁ ନକଲି ଜାତି ପ୍ରମାଣପତ୍ର ବ୍ୟବହାର କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନଗ୍ନ ହୋଇ ବିଧାନସଭା ଆଡ଼କୁ ଅଗ୍ରସର ହୋଇଥିଲେ । ସମସ୍ତ ପ୍ରଦର୍ଶନକାରୀ ଉଲଗ୍ନ ହୋଇ ବିଧାନସଭା ଘେରାଉ କରିବା ପାଇଁ ବାହାରିଥିଲେ । ତେବେ ଏହା ପୂର୍ବରୁ ପୋଲିସ ସମସ୍ତ ପ୍ରଦର୍ଶନକାରୀଙ୍କୁ ଗିରଫ କରି ନେଇଥିଲା । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ।
छत्तीसगढ़ में आज विधानसभा सत्र शुरु हुआ है.
— Alok Putul (@thealokputul) July 18, 2023
जब VVIP विधानसभा जा रहे थे, उसी समय दर्जन भर नौजवान पूरी तरह से नग्न हो कर सड़कों पर आ गए.
इन नौजवानों की माँग थी कि फ़र्ज़ी आरक्षण प्रमाण पत्र के आधार पर नौकरी कर रहे लोगों पर कार्रवाई की जाए. pic.twitter.com/e9gr8GuyXI
ଯେଉଁମାନେ ନକଲି ଜାତି ପ୍ରମାଣ ପତ୍ରରେ ଚାକିରି କରୁଛନ୍ତି, ସେମାନଙ୍କର ଯାଞ୍ଚ କରାଯାଉ ବୋଲି ଦାବି କରାଯାଇଛି । ଏଭଳି ବିରୋଧ ପ୍ରଦର୍ଶନ ରାଜ୍ୟରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।
ଅନ୍ୟପକ୍ଷରେ ବିକ୍ଷୋଭକାରୀମାନେ କହିଛନ୍ତି, ରାଜ୍ୟ ସରକାରଙ୍କ ଅନୁସନ୍ଧାନ କମିଟି ନକଲି ଜାତି ପ୍ରମାଣପତ୍ର ମାମଲାର ଯାଞ୍ଚ କରିବା ପରେ ଅଭିଯୁକ୍ତଙ୍କ ସମ୍ପର୍କରେ ଜଣାପଡ଼ିଛି । ୨୬୭ ସରକାରୀ କର୍ମଚାରୀ ଜାଲ୍ ଏସସି / ଏସଟି ସାର୍ଟିଫିକେଟ୍ ବ୍ୟବହାର କରି ଚାକିରି କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
'ପୂର୍ବରୁ ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଭୋକିଲା ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲୁ । କିନ୍ତୁ ଆମର ଦାବିକୁ ଅଣଦେଖା କରାଯାଇଥିଲା, ତେଣୁ ବର୍ତ୍ତମାନ ଆମେ ଉଲଗ୍ନ ବିରୋଧ ପ୍ରଦର୍ଶନ କରୁଛୁ।'