Advertisment

ଗୋଟିଏ ପରିବାରର ୪ ଜଣଙ୍କୁ ମର୍ଡର୍; କୁନି ଛୁଆକୁ ବି ଛାଡିଲାନି ସୈତାନ !

ଖବର ପାଇ ପୋଲିସ ପହଞ୍ଚି ଘର ଭିତରକୁ ପ୍ରବେଶ କରିବା ସହ ୪ଟି ପୋଡ଼ା ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
 6-month-old among 4 of family killed, set on fire

6-month-old among 4 of family killed, set on fire

ରାଗ ସୁଝାଇବାକୁ ଯାଇ ଜଘନ୍ୟ ହତ୍ୟାକାଣ୍ଡ! ଗୋଟିଏ ପରିବାରର ଚାରି ଚାରିଟା ଲୋକଙ୍କୁ ନିର୍ମମ ଭାବେ ହତ୍ୟା । କେବଳ ସେତିକି ନୁହେଁ, ସରଳ ନିଷ୍ପାପ ୬ ମାସର ପିଲାର ଜୀବନ ବି ନେବାକୁ ପଛାଇଲାନି ସୈତାନ। ଏଭଳି ଘଟଣା ଘଟିଛି ରାଜସ୍ଥାନର ଯୋଧପୁର ଅଞ୍ଚଳରେ। 

Advertisment

ରାଜସ୍ଥାନରେ ଗଣହତ୍ୟା।  ହତ୍ୟା ପରେ ମୃତଦେହକୁ ପୋଡ଼ି ଦିଆଯାଇଛି। ଖାଲି ସେତିକି ନୁହେଁ, ଖଣ୍ଡବିଖଣ୍ଡିତ ଶରୀରକୁ ପୋଡ଼ି ମଧ୍ୟ ଦେଇଛି। ପୁଲିସ୍‌ ଏବେ ଖଣ୍ଡବିଖଣ୍ଡିତ ଶରୀରରକୁ ଜବତ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ପୋଲିସ କହିବାନୁଯାୟୀ ହତ୍ୟାକୀରୀ କୁରାଢୀ କିମ୍ବା କୌଣସି ଧାରୁଆ ଅସ୍ତ୍ରରେ ପ୍ରଥମେ ଆକ୍ରମଣ କରିଛି। ପରେ ମୃତଦେହଗୁଡ଼ିକୁ ନିବୁଜ କୋଠରୀରେ ଆଣି ରଖିଛି। ସେସବୁକୁ ପୋଡ଼ି ଦେଇଛି। ହତ୍ୟାକାରୀ ମୃତକଙ୍କ ସମ୍ପର୍କୀୟ ବୋଲି ପୋଲିସ କହିଛି। ରାଗ ସୁଝାଇବାକୁ ଯାଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ଆଶଙ୍କା କରିଛି। 

Advertisment

ତେବେ ନିବୁଜ କୋଠରୀରୁ ଧୂଆଁ ବାହାରୁ ଥିବା ବେଳେ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ଘର ଭିତରକୁ ପ୍ରବେଶ କରିବା ସହ ୪ଟି ପୋଡ଼ା ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲା। 

ମୃତକ ହେଲେ ପୂନରାମ, ତାଙ୍କ ପତ୍ନୀ ଭାନୱାରୀ,  ଶାଳୀ ଧପୁ ଓ ୬ ମାସର ଝିଅ। ତେବେ ପୁନରାମଙ୍କ ପୁଅ ସେଦିନ ରାତିରେ କାମ ପାଇଁ ରାତ୍ରଭୋଜନ ସାରି ଘରୁ ଚାଲିଯାଇଥିଲେ।  

ଘଟଣାସ୍ଥଳରେ ଯୋଧପୁର ଗ୍ରାମାଞ୍ଚଳ ଏସ୍‌ପି ପହଞ୍ଚିଥିଲେ। ତେବେ ମୃତକଙ୍କ ସମ୍ପର୍କୀୟଙ୍କ ହତ୍ୟାକାଣ୍ଡ ସହ ଲିଙ୍କ ଥାଇପାରେ, ସବୁ ଦିଗରୁ ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଫରେନସିକ୍‌ ଟିମ୍‌ ପହଞ୍ଚି କ୍ରାଇମ୍‌ ସିନ୍‌ ଅନୁଧ୍ୟାନ କରିଛନ୍ତି। ପ୍ରମାଣ ସଂଗ୍ରହ କରିବା ପାଇଁ ଡଗ୍‌ ସ୍କ୍ୱାଡ୍‌କୁ ନିୟୋଜିତ କରାଯାଇଛି। 

Mass Murder
Advertisment
Advertisment