• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ୧୫ ମୃତ । ଉତ୍ତରାଖଣ୍ତ ଚମୋଲି ଜିଲ୍ଲା ଅଳକାନନ୍ଦା ନଦୀ ତଟରେ ଥିବା ‘ନମାମି ଗଙ୍ଗେ ପ୍ରକଳ୍ପ’ ର ବିଦ୍ୟୁତ୍‌ ଟ୍ରାନ୍ସଫର୍ମର  ବିସ୍ଫୋରଣ ଘଟିଛି । ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୪ ଜଣ ପୋଲିସ କର୍ମଚାରୀ ଥିବା କୁହାଯାଉଛି ।

ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି, ୧୫ ଜଣ ମୃତକଙ୍କ ମଧ୍ୟରେ ପିପଲକୋଟିର ଫାଣ୍ଡି ଇନ୍‌ଚାର୍ଜ ଓ ୫ ଜଣ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ଅଘଟଣରେ ଅନେକ ଲୋକ ପୋଡ଼ିଯାଇ ଆହତ ହୋଇଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଚାମୋଲି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପରମେନ୍ଦ୍ର ଡୋଭାଲ୍‌ କହିଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ରିଲିଫ୍‌ ଅଭିଯାନ ଆରମ୍ଭ କରିଛନ୍ତି ।