Advertisment

ବିରୋଧୀଙ୍କୁ ମୋଦିଙ୍କ ନିଶାନା; ‘ବାଧ୍ୟବାଧକତା ଯୋଗୁଁ ହାତ ମିଶାଇଛନ୍ତି ବିରୋଧୀ’

ମୋଦି କହିଛନ୍ତି ଯେ ନିଜ ନିଜ ସ୍ୱାର୍ଥ ପାଇଁ ବିରୋଧୀ ଏକଜୁଟ୍ ହୋଇଛନ୍ତି, ଯାହାକୁ ଦେଶବାସୀ ଦେଖୁଛନ୍ତି ଆଉ ବୁଝି ମଧ୍ୟ ସାରିଛନ୍ତି ।

author-image
Manoranjan Behera
ଅଦ୍ୟତନ ହୋଇଛି
Opposition vs NDA Meeting Live Updates

PM Modi

NDA ବୈଠକରେ ସିଧା ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଶାନା । ଦେଶରେ ସ୍ଥିରତା ପାଇଁ NDA ଆବଶ୍ୟକ ଥିଲା, ଆଉ ଏବେ ବି ପ୍ରଥମ ଭରସା-NDA ।ଜାତି, ଧର୍ମ, ପରିବାରକୁ ନେଇ ମେଣ୍ଟ ଦେଶକୁ ନଷ୍ଟ କରିଛି । ପଶ୍ଚିମବଙ୍ଗରେ ଟିଏମସି ସହ ଓ କେରଳ ବାମ ଦଳ ସହ କଂଗ୍ରେସ ପିଟାପିଟି ହେଉଥିବା ବେଳେ ବେଙ୍ଗାଲୁରୁରେ କେମିତି ଫଟୋ ସୁଟ୍ କରୁଛନ୍ତି ? କେମିତି କୋଳାକୋଳି ବୋଲି ପ୍ରଶ୍ନ କରିଛନ୍ତି ମୋଦି ।

Advertisment

ମୋଦି କହିଛନ୍ତି ଯେ ନିଜ ନିଜ ସ୍ୱାର୍ଥ ପାଇଁ ବିରୋଧୀ ଏକଜୁଟ୍ ହୋଇଛନ୍ତି, ଯାହାକୁ ଦେଶବାସୀ ଦେଖୁଛନ୍ତି ଆଉ ବୁଝି ମଧ୍ୟ ସାରିଛନ୍ତି । NDA ସବକା ସାଥରେ ବିଶ୍ୱାସ କରେ । ରାଜ୍ୟରୁ ରାଷ୍ଟ୍ର ଗଠନ ଉଦ୍ଦେଶ୍ୟରେ ଏନଡିଏର ପରିକଳ୍ପନା ହୋଇଥିଲା । ତାହା ଗଲା ୯ ବର୍ଷରେ ସତ ପ୍ରମାଣିତ ହୋଇଛି । ସରକାରରେ ଥିବା ବେଳେ ଓ ବିରୋଧରେ ଥିଲା ବେଳେ ସକାରାତ୍ମକ ରାଜନୀତି ଏନଡିଏ କରିଛି ବୋଲି ଦୋହରାଇଛନ୍ତି ମୋଦି । ଖାଲି ସେତିକି ନୁହେଁ, NDA ସହ ଥିବା କୌଣସି ବି ଦଳ ଛୋଟ କିମ୍ବା ବଡ଼ ନାହାନ୍ତି ବୋଲି କହି ସହଯୋଗୀଙ୍କୁ ଉତ୍ସାହିତ କରିଛନ୍ତି ।

Advertisment

ପିଏ ବନିଲା ଇଣ୍ଡିଆ । ୨୬ ମିଳିତ ବିରୋଧୀଙ୍କ ବେଙ୍ଗଳୁରୁ ବୈଠକରେ ମେଣ୍ଟର ନୂଆ ନାଁ ରଖାଯାଇଛି ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ ବା ଇଣ୍ଡିଆ। ୨୪ ନିର୍ବାଚନରେ ବିରୋଧୀଙ୍କ ପିଏମ୍ ଚେହେରା କିଏ ହେବ, ସେ ନେଇ ଏହି ବୈଠକରେ କୌଣସି ନିଷ୍ପତ୍ତି ହୋଇନଥିବା ବେଳେ, କଂଗ୍ରେସ ପ୍ରଧାନମନ୍ତ୍ରୀ ଆସନ ପାଇଁ ଆଗ୍ରହୀ ନୁହେଁ ବୋଲି କାଳେ ସ୍ପଷ୍ଟ କରିଛନ୍ତି ସଭାପତି ଖାଡ଼ଗେ ।

୨୪ରେ NDA ବନାମ୍ ଇଣ୍ଡିଆ ଲଢ଼େଇ । ଗୋଟିଏ ପଟେ ୩୮ ଦଳଙ୍କୁ ନେଇ ବଳିୟାନ୍ NDA ଅନ୍ୟପଟେ ବିରୋଧୀଙ୍କ ସ୍ପେଶାଲ୍-୨୬ ମହାମେଣ୍ଟ । ଗତକାଲି ଠାରୁ ୨୬ଟି ବିରୋଧୀ ଦଳଙ୍କୁ ନେଇ ବେଙ୍ଗଳୁରୁରେ ଚାଲିଥିବା ମାନସମନ୍ଥନରୁ ଆଜି ନିଷ୍କର୍ସ ବାହାରିଛି । ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ମାତ୍ ଦେବାକୁ ନିଜର ନବକଳେବର କରିଛି ୟୁପିଏ। ନୂଆ ନାଁ ଦେଇଛି ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ ବା ଇଣ୍ଡିଆ ।

NDA PM Narendra Modi Opposition Parties
Advertisment
Advertisment