• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଘଟଣାରେ ସୁପ୍ରିମକୋର୍ଟଙ୍କ କ୍ଷୋଭ । ମଣିପୁର ଘଟଣା ସାମ୍ବିଧାନିକ ବ୍ୟବସ୍ଥାର ଚରମ ବିଫଳତା । ମାମଲାର ଶୁଣାଣି କରି ସୁପ୍ରମକୋର୍ଟ ସର୍ବୋଚ୍ଚ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ଏ ସମ୍ପର୍କରେ ଅବଗତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମଣିପୁରରେ ମହିଳାମାନଙ୍କ ସୁରକ୍ଷା ପାଇଁ କଣ ପଦକ୍ଷେପ ନିଆଯାଉଛି ସେ ସମ୍ପର୍କରେ ଜଣାଇବାକୁ କୁହାଯାଇଛି।

ମଣିପୁରର ଭିଡିଓ ଅତ୍ୟନ୍ତ ବିଚଳିତ କଲାଭଳି । ଏହା ଗ୍ରହଣୀୟ ନୁହେଁ । ଏବେ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଏକଥା ବି କହିଛନ୍ତି, ଯଦି ସରକାର କିଛି କରିବେନି, ତା ହେଲେ ଆମେ ପଦକ୍ଷେପ ନେବୁ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ ତାରିଖରେ ହେବ। ...

ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ

ଏହି ଘଟଣାରେ  ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଏପରିକି ମୃତ୍ୟୁ ଦଣ୍ଡାଦେଶ ଦେବା ଉପରେ ବିଚାର କରାଯାଉଛି । ମଣିପୁରରେ ଏଭଳି ବର୍ବରୋଚିତ ହିଂସାର କୌଣସି ସ୍ଥାନ ନାହିଁ । ଏହା ମାନବିକତା ବିରୋଧରେ ଅପରାଧ । ମଣିପୁର ପୋଲିସ ଏନେଇ ନିଜ ଆଡୁ ମାମଲା ରୁଜୁକରି ଆଜି ସକାଳୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।

ମେ ୪ର ଭିଡିଓ

ସୋସିଆଲ ମିଡିଆରେ ବର୍ବରୋଚିତ କାଣ୍ଡର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଗତ ମେ ମାସ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଇଥିଲେ । ଏପରିକି ଦୁଇ ମହିଳାଙ୍କୁ ପରେ ଗଣଦୁଷ୍କର୍ମ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଟ୍ୱିଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ସେପଟେ ମଣିପୁର ଭିଡିଓ ଭାଇରାଲକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ୱିଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏହି ଭିଡିଓ ଭାଇରାଲ ହେବା ଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିଲା । ଏଥିପାଇଁ ଟ୍ୱିଟରକୁ ନୋଟିସ ଜାରି କରାଯାଇଛି ।

ମଣିପୁରକୁ ନେଇ ମୋଦିଙ୍କ ଉଦବେଗ

ମଣିପୁର ଲଜ୍ଜା ଘଟଣାକୁ ନେଇ ଉଦବେଗ୍ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ପାର୍ଲାମେଣ୍ଟ ସେସନ୍ ପୂର୍ବରୁ ଯାହା ଘଟିଲା ମୋତେ ଗଭୀର ଆଘାତ ଦେଇଛି । ମଣିପୁର ଘଟଣାରେ କୌଣସି ବି ଅଭିଯୁକ୍ତଙ୍କୁ ଛଡ଼ାଯିବନି। ମଣିପୁର ଘଟଣା ଅତ୍ୟନ୍ତ ଲଜ୍ଜାଜନକ । ମାଆ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରିବୁ। ଯାହା ଘଟିଛି, ତାହାକୁ କୌଣସି ସଭ୍ୟ ସମାଜ ଗ୍ରହଣ କରିବନି । ଏହି ଘଟଣାକୁ ନେଇ ସମଗ୍ର ଘଟଣାରେ ୧୪୦ କୋଟି ଭାରତୀୟଙ୍କ ଇଜ୍ଜତ ଯାଇଛି । ରାଜନୀତିରୁ ଊର୍ଦ୍ଧରେ ରହି ନାରୀକୁ ସମ୍ମାନ ପ୍ରତି ଗୁରୁତ୍ବ ଦିଆଯାଉଛି ।