/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689848817.jpg)
Indian Railways announces meals for Rs 20 and 50 for General Coach passengers; IRCTC to supply food
ଏଣିକି ଟ୍ରେନ୍ରେ ମିଳିବ ଶସ୍ତାରେ ଖାଦ୍ୟ । ୨୦ ରୁ ୫୦ ଟଙ୍କା ଭିତରେ ମିଳିବ ଖାଦ୍ୟ । ଯାତ୍ରୀମାନେ କମ୍ ଖର୍ଚ୍ଚରେ ପାଇବେ ପେଟ ପୁରା ଖାଦ୍ୟ । ସାଧାରଣତଃ ଟ୍ରେନ୍ରେ ଯାତ୍ରୀମାନେ ଦୂରସ୍ଥାନକୁ ଯାତ୍ରା କରିବା ବେଳେ ଅଭିଯୋଗ କରନ୍ତି ଯେ, ଟ୍ରେନ୍ରେ ଭଲ ଖାଦ୍ୟ ଦିଆଯାଉନି କିନ୍ତୁ ଟଙ୍କା ଅଧିକ ନେଉଛନ୍ତି ।
ଏହି ସବୁ ସମସ୍ୟାର ସମାଧାନ ପାଇଁ ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ରେଳ ବିଭାଗକୁ ନିବେଦନ କରିଥିବା ବେଳେ ଏଯାଏଁ ଏହାର ସମାଧାନ ହୋଇପାରିଲା ନାହିଁ । କିନ୍ତୁ ଏବେ ଶାସ୍ତାରେ ଯାତ୍ରୀଙ୍କୁ ଖାଦ୍ୟ ପରସା ଯିବ ବୋଲି କହିଛି IRCTC । ଖାଲି ଖାଦ୍ୟ ନୁହେଁ ଭଲ ପିଇବା ପାଣି ମଧ୍ୟ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି ।
ନୂଆ ଘୋଷଣା ଅନୁସାରେ ଏଣିକି ଟ୍ରେନର ସାଧାରଣ ବଗିରେ ଯାତ୍ରୀଙ୍କୁ ମିଳିବ ଭାରତୀୟ ରେଳ ପକ୍ଷରୁ ଖାଦ୍ୟ ଓ ପାଣି । ୨୦ ଟଙ୍କାରେ ମିଲ୍ ଓ ପାଣି ବୋତଲ ଯୋଗାଇବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି। ମେଲ ଓ ଏକ୍ସପ୍ରେସ ଟ୍ରେନରେ ଥିବା ଦୁଇଟି ଜେନେରାଲ କୋଚରେ ଯାତ୍ରା କରୁଥିବା ପାସେଂଜରଙ୍କୁ ଏହି ସୁବିଧା ମିଳିବ । ଏହାଦ୍ୱାରା ଯାତ୍ରୀ ଭାରତୀୟ ରେଳ ପ୍ରତି ଭଲ ଅନୁଭୂତି ପାଇବେ । ଏକ୍ସପ୍ରେସ ଟ୍ରେନର ପ୍ରଥମ ଓ ଶେଷରେ ଜେନେରାଲ କୋଚ୍ ଥିବାରୁ ଏହାକୁ ଦେଖି ଖାଦ୍ୟ କାଉଣ୍ଟର ପ୍ଲାଟଫର୍ମରେ କରାଯିବ ।
ତେବେ ଯାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟକୁ ଦୁଇ ପ୍ରକାର କରାଯାଇଛି । ୭ ପଟ ପୁରୀ, ଶୁଖିଲା ଆଳୁ ତରକାରୀ ଓ ଆଚାରର ଦାମ ୨୦ ଟଙ୍କା ରଖାଯାଇଥିବା ବେଳେ ଭାତ, ରାଜମା, ଚଣା ତରକାରୀ, କୁଲଚା, ଭଟୁରେ, ପାଓ ଭାଜି ଓ ମସଲା ଦୋଷା ଭଳି ଖାଦ୍ୟର ଦାମ ୫୦ ଟଙ୍କା ରଖାଯାଇଛି । ତେବେ ଖାଦ୍ୟ କାଉଣ୍ଟର କେଉଁଠି ରହିବ ଏହା ରେଲୱେ ଜୋନ ଅନୁସାରେ ନିଷ୍ପତ୍ତି ହେବ । ପରୀକ୍ଷାମୂଳକ ଭାବେ ଏହା ୬ ମାସ ପର୍ଯ୍ୟନ୍ତ ଚାଲିବ ।
ଓଡ଼ିଶାରେ କେଉଁ ଷ୍ଟେସନରେ ଉପଲବ୍ଧ ହେବ ?
ଓଡ଼ିଶାର ରାଉରକେଲା ଓ ଝାରସୁଗୁଡ଼ା ରେଳ ଷ୍ଟେସନକୁ ମିଶାଇ ସାରା ଭାରତରେ ଏପର୍ଯ୍ୟନ୍ତ ୬୪ ଟି ରେଳ ଷ୍ଟେସନରେ ଏହି ସେବା ଉପଲବ୍ଧ କରାଯାଛି । ଓଡ଼ିଶାର ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ସମେତ ଆହୁରି ଅନେକ ଷ୍ଟେସନ ଠାରେ ଏହି ସେବା ଉପଲବ୍ଧ କରାଇବା ପାଇଁ ଯୋଜନା ମଧ୍ୟ କରାଯାଉଛି ।
जनसाधारण के लिए भारतीय रेल की अभूतपूर्व पहल!
भारतीय रेल द्वारा यात्रियों के लिए 20 रुपये में किफायती भोजन उपलब्ध कराया जा रहा है। यात्रियों को यह सुविधा जनरल कोच के पास दी जा रही है। pic.twitter.com/762Np8Fyzs
— Ministry of Railways (@RailMinIndia) July 19, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)