• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟମାଟୋ ମୂଲ୍ୟ ଏବେ ଆକାଶ ଛୁଆଁ । ଗୋଟିଏ କିଲୋଗ୍ରାମ ଟମାଟୋର ମୂଲ୍ୟ ଦେଢ଼ ଶହ ଟଙ୍କାରୁ ଅଧିକ । ଏଭଳି ସ୍ଥିତିରେ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କିଛି ସରକାରୀ ବିକ୍ରୟ କେନ୍ଦ୍ରରେ ରିହାତି ମୂଲ୍ୟରେ ବିକ୍ରି ହେଉଛି ଟମାଟୋ । ଯେଉଁଠାରେ ଏହାର ମୂଲ୍ୟ ୮୦ରୁ ୯୦ ଟଙ୍କା ରହିଛି ।

ତେବେ ଏହି କ୍ରମରେ ଏବେ ଯୋଡ଼ି ହୋଇଛନ୍ତି ଚଣ୍ଡିଗଡ଼ର ଜଣେ ଅଟୋ ଡ୍ରାଇଭର । ସେ ନିଜ ପାସେଞ୍ଜରଙ୍କୁ ମାଗଣା ଟମାଟୋ ଦେବେ ବୋଲି ଘୋଷଣା କରିଛନ୍ତି । ଏଥିପାଇଁ ସେ ଏକ ନୂଆ ସ୍କିମ୍‌ ମଧ୍ୟ ଆରମ୍ଭ କରିଛନ୍ତି । ଆଉ ତାଙ୍କର ଏଭଳି ସ୍କିମ୍‌ ପାଇଁ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା । ଟମାଟୋ ମୂଲ୍ୟକୁ ନେଇ ଯେତିକି ଚର୍ଚ୍ଚା ହେଉଛି ଏହି ଅଟୋ ଡ୍ରାଇଭରଙ୍କୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ।

ଏହି ଅଟୋ ଡ୍ରାଇଭରଙ୍କ ନାଁ ଅନୀଲ କୁମାର । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ତାଙ୍କର ଏହି ନିଆରା ସ୍କିମ୍‌ ନେଇ ରିପୋର୍ଟ ପ୍ରକାଶ ପାଇଛି । ସମସ୍ତେ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି । କାରଣ ଅନୀଲ ନିଜ ଯାତ୍ରୀଙ୍କୁ କିଲୋ ପିଛା ୧୫୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ମାଗଣା ଦେବେ ବୋଲି କହିଛନ୍ତି । ହେଲେ ଏହି ସ୍କିମ୍‌ରେ ସେ ଛୋଟ ଟ୍ୱିଷ୍ଟ ରଖିଛନ୍ତି । ସେ କହିଛନ୍ତି ଯେଉଁ ଗ୍ରାହକ ତାଙ୍କ ସହ ଅନ୍ୟୁନ ୫ ଥର ଅଟୋରେ ଯାତ୍ରା କରିବେ, ସେ ତାଙ୍କୁ ଏକ କିଲୋ ଟମାଟୋ ମାଗଣା ଦେବେ ।

ଅନିଲ କୁମାର ନିଜ ଅଟୋରେ ଏହି ସ୍କିମ୍‌ର ଏକ ପୋଷ୍ଟର ମଧ୍ୟ ମାରିଛନ୍ତି । ଯେଉଁଥିରେ ଲେଖାଯାଇଛି ଯେ ୫ ଥର ଯାତ୍ରା କରିଥିବା ଗ୍ରାହକଙ୍କୁ ଏକ କିଲୋ ଟମାଟୋ ମାଗଣାରେ ଦିଆଯିବ। ତେବେ ଏହି ସ୍କିମ୍‌ ପରେ ଅନୀଲ ଖୁବ୍‌ ପପୁଲାର ହୋଇଛନ୍ତି । ଟମାଟୋ ଦର ଭଳି ଅନୀଲ ମଧ୍ୟ ଏବେ ଘରେ ଘରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଖାଲି ସେତିକି ନୁହେଁ, ଏହା ଫଳରେ ତାଙ୍କର ବ୍ୟବସାୟ ମଧ୍ୟ ଖୁବ୍‌ ବୃଦ୍ଧି ପାଇଥିବା ସେ କହିଛନ୍ତି ।