ପ୍ରାଣ ହରାଇଥିବା ଚିତାର ନାଁ ଧରିତ୍ରୀ। ସେ ୨୦୨୦ ଏପ୍ରିଲ ମାସରେ ନାମିବିୟା ଅଭ୍ୟାୟରଣରେ ଜନ୍ମ ହୋଇଥିଲା। ସାଢ଼େ ୩ ବର୍ଷ ବୟସ ହୋଇଥିବା ବେଳେ ସେ ଭାରତ ଆସିଥିଲା।
ଆମ ଦେଶର ସମସ୍ତ ରାଜ୍ୟର ମୋଟ ୪ ହଜାର ୧ ବିଧାୟକଙ୍କ ସମ୍ପତ୍ତି ହେଉଛି ୫୪ ହଜାର ୫୪୫ କୋଟି ।
ନୁହରେ କର୍ଫ୍ୟୁ ଲାଗିଛି ଏବଂ ଆଖପାଖ କିଛି ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା ।...
ଭଲରେ ଶୋଇବା ଆପଣଙ୍କର ମୌଳିକ ଅଧିକାର। ଯଦି କେହି ଆପଣଙ୍କୁ ଶୋଇବା ପାଇଁ ମନା କରନ୍ତି କିମ୍ବା ବାଧା ଦିଅନ୍ତି ତା’ହେଲେ ଆପଣ ତାଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ।
ହରିୟାଣା ଗୋଷ୍ଠୀ ସଙ୍ଘର୍ଷରେ ମୃତ୍ୟୁସଂଖ୍ୟା ୪ କୁ ବୃଦ୍ଧି। ଦୁଇ ହୋମଗାର୍ଡଙ୍କ ସମେତ ଜଣେ ସାଧାରଣ ନାଗରିକ ଏବଂ ଜଣେ ଇମାମଙ୍କ ମୃତ୍ୟୁ ଘଟିଛି।
ପୃଥିବୀ ନିକଟରୁ ବିଦାୟ ନେଲା ଚନ୍ଦ୍ରୟାନ-୩। ଆଜିଠାରୁ ପୃଥିବୀ କକ୍ଷପଥକୁ ଛାଡ଼ି ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି।
ମାସ ଆରମ୍ଭରୁ ଜନତାଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର। କେବଳ କମର୍ସିଆଲ୍ ସିଲିଣ୍ଡର ଦର ହ୍ରାସ ପାଇଛି।
ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍। ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ର ସାହାପୁରରେ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଏହି ବଡ଼ ଅଘଟଣ ଘଟିଛି।
ପ୍ରେମ ପାଇଁ କିଏ ଭାରତ ଚାଲି ଆସିଲାଣି ତ କିଏ ଭାରତ ଛାଡ଼ି ଦେଲାଣି...ଲାଗୁଛି ଯେମିତି ସୀମାପାର ପ୍ରେମକାହାଣୀ ଏକ ଟ୍ରେଣ୍ଡ ପାଲଟିଗଲାଣି...
କି ଦୁଃଖ ଦେଲା ଦଇବ ! ବିବାହର ୧୦ ଦିନ ପୂରୁଣୁ ନବଦମ୍ପତିଙ୍କ ଜୀବନ ଚାଲିଗଲା ।
ପୋଲିସର ସୂଚନାନୁସାରେ ୨୧ ଲକ୍ଷ ଟଙ୍କାର ଟମାଟୋ ନେଇ ଆସୁଥିବା ଏକ ଟ୍ରକ୍ ନିଖୋଜ ହୋଇଯାଇଛି । ଯାହାର ପତ୍ତା ମିଳୁନାହିଁ । ଟ୍ରକ୍ଟି କର୍ଣ୍ଣାଟକର କୋଲାରରୁ ରାଜସ୍ଥାନର ଜୟପୁରକୁ ଯାଉଥିଲା
‘ଦୟାକରି ତାକୁ ଛାଡ଼ିଦିଅ। ସେ ନିରୀହ ପିଲା। ଯଦି ସେ କିଛି ଭୁଲ୍ କରିଛି, ତା’ପାଇଁ ମୁଁ କ୍ଷମା ମାଗି ନେଉଛି। ହେଲେ ମୋ ପୁଅକୁ ଛାଡ଼ିଦିଅ’...ଏଭଳି କିଛି ଭାବପ୍ରବଣ ହୋଇ ଆତଙ୍କାବାଦୀକୁ ନିବେଦନ କରିଛନ୍ତି ଜଣେ ଯବାନଙ୍କ ମା’।
୨୦୨୩-୨୪ ବର୍ଷ ଲାଗି ଆୟକର ରିଟର୍ଣ୍ଣ ଦାଖଲର ଆଜି ଶେଷ ଦିନ। ଗତକାଲି ସୁଦ୍ଧା ପ୍ରାୟ ୬ କୋଟି ରିଟର୍ଣ୍ଣ ଫାଇଲିଂ ହୋଇଛି ।
ହଷ୍ଟେଲ ପକ୍ଷରୁ ମଧ୍ୟ ମେଲ୍ ଆସିଥିଲା । କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏପରି ଆଚରଣ ଗ୍ରହଣୀୟ ନୁହେଁ ବୋଲି କୁହାଯାଇଥିଲା ।
ମଣିପୁର ଭାଇରାଲ୍ ଭିଡ଼ିଓ ମାମଲାରେ ୨ ଜଣ ପୀଡ଼ିତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ପୀଡ଼ିତା ପିଟିସନ୍ ଦାଖଲ କରିଛନ୍ତି।
ଚଳନ୍ତା ଟ୍ରେନ୍ରେ ଗୁଳିମାଡ଼। RPF କନଷ୍ଟେବଲ୍ଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଛି। । ଫାୟାରିଂ ପରେ କନଷ୍ଟେବଲ ଟ୍ରେନ୍ରୁ ଡେଇଁ ପଡ଼ିଥିଲେ।
ଆଜିର ଦିନରେ ଦେଶରେ ନିର୍ବାଚନ ହେଲେ କେନ୍ଦ୍ରରେ ପୁଣିଥରେ ସରକାର ଗଢିବ NDA। ପ୍ରଧାନମନ୍ତ୍ରୀ ଭାବେ ହାଟ୍ରିକ୍ କରିବେ ନରେନ୍ଦ୍ର ମୋଦି। ଇଣ୍ଡିଆ ଟିଭି- CNXର ଓପିନିଅନ୍ ପୋଲ୍ ଆକଳନରୁ ଏହି ତଥ୍ୟ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା, ବିତର୍କ ଆରମ୍ଭ ହୋଇଛି। ଏପଟେ ଓଡ଼ିଶାରେ ବିଜେଡିକୁ ୧୩ଟି, ବିଜେପିକୁ ୮ଟି ସିଟ୍ ଓ କଂଗ୍ରେସ୍ ଖାତା ଖୋଲି ପାରିବ ନାହିଁ ବୋଲି ସର୍ଭେ କହୁଛି। ଯାହାକୁ ନେଇ ତେଜିଛି ରାଜନୀତି। ସମସ୍ତ ଦଳ ଦାବି କରିଛନ୍ତି, ସେମାନେ ଓପିନିଅନ୍ ପୋଲ୍ ଆକଳନଠାରୁ ଅଧିକ ସିଟ୍ ପାଇବେ।
ମନ୍ କି ବାତରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଦେଶର ସହିଦଙ୍କୁ ସମ୍ମାନ ଜଣାଇ ଅଭିଯାନ ଆରମ୍ଭ ହେବ। ସାରା ଦେଶରେ ସହିଦଙ୍କ ସ୍ମୃତିରେ ବହୁ କାର୍ଯ୍ୟକ୍ରମ ଆୟୋଜନ ହେବ।
ମଣିପୁରରେ ଗତ ୯୦ ଦିନ ଧରି ବିଗିଡ଼ି ଯାଇଛି ଆଇନ୍ ଶୃଙ୍ଖଳା ପରିସ୍ଥିତି। ତେଣୁ ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ବିରୋଧୀ ମେଣ୍ଟ।
ଛୁଟିରେ ଘରକୁ ବୁଲି ଆସିଥିବା ସୈନିକ ନିଖୋଜ। କାର୍ ନିକଟରୁ ଚପଲ ଏବଂ ରକ୍ତ ଛିଟା ଠାବ।
ପିଏସଏଲଭି ସି 56 ଦ୍ୱାରା ସିଙ୍ଗାପୁରର DS-SAR ସାଟେଲାଇଟର ଉତକ୍ଷେପଣ କରାଯାଇଛି। ଏହି ସାଟେଲାଇଟ୍ ରାଡାର ମାଧ୍ୟମରେ ପୃଥିବୀର ବିଭିନ୍ନ ଛବି ଉତ୍ତୋଳନ କରିପାରିବ ।
ଦେଶର ରାଜନୈତିକ ଛକାପଞ୍ଝା ଭିତରେ, ବେଳେ ବେଳେ ଏମାନଙ୍କୁ ବି ନେଇ ହୁଏ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ମିଳେ ସେଲିବ୍ରିଟି ଫିଲ୍ ।
ଟମାଟୋର ଚଢ଼ାଦର ଥିବାରୁ ୧ କେଜି ବଦଳରେ ୨୫୦ ଗ୍ରାମ କିଣୁଛନ୍ତି ଗ୍ରାହକ । ହେଲେ ଏହାରି ଭିତରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚିକତ କରିଦେବ । ଜଣେ ବ୍ୟବସାୟୀ ଟମାଟୋ ବିକ୍ରି କରି ରୋଜଗାର କରିଛନ୍ତି ୪ କୋଟି ଟଙ୍କା ।
ମହରମ୍ ଶୋଭାଯାତ୍ରା ସମୟରେ ମାଡ଼ି ଆସିଲା ମୃତ୍ୟୁ । ଚାଲିଗଲା ୪ ଜୀବନ..
ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ।