Advertisment

ଅଜବ ! ୧୧୨ ଡାଏଲ୍‌ କରି ପୋଲିସ୍‌କୁ କହିଲେ- ‘ମୋର ଚପଲ ହଜି ଯାଇଛି, ଖୋଜି ଦିଅନ୍ତୁ’

ଚପଲ ହଜି ଯାଇଛି ଓ ଏହାକୁ ଖୋଜି ଆଣିବା ଲାଗି ପୋଲିସ୍‌କୁ କଲ୍‌ କରିବା କଥାଟା, ଯେକେହିବି ଶୁଣିଲେ ତାଙ୍କୁ ଏହା ଅଜବ ଲାଗିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
man dials 112 asks police to find his missing footwear

man dials 112 asks police to find his missing footwear

କିଛି ଅସୁବିଧାରେ ପଡ଼ିଲେ କି ଜିନିଷ ଚୋରି ହୋଇଗଲେ ପୋଲିସ୍‌କୁ ଫୋନ୍‌ କରି ସହାୟତା ଲୋଡ଼ିଥାଉ। ହେଲେ ଚପଲ ହଜି ଯାଇଛି ଓ ଏହାକୁ ଖୋଜି ଆଣିବା ଲାଗି ପୋଲିସ୍‌କୁ କଲ୍‌ କରିବା କଥାଟା, ଯେକେହିବି ଶୁଣିବେ ତାଙ୍କୁ ଏହା ଅଜବ ଲାଗିବ। ଏମିତି ଏକ ଫୋନ୍‌ କଲ୍‌ ମାଙ୍ଗାଲୁରୁ ପୋଲିସ୍‌ ନିକଟକୁ ଆସିଥିଲା। ଜଣେ ବ୍ୟକ୍ତି ପୋଲିସ୍‌କୁ ଫୋନ୍‌ କରି କହିଥିଲେ ଏକ ସିଟି ହଲ୍‌ରୁ ତାଙ୍କର କ୍ଲଗ୍‌ସ ହଜି ଯାଇଛି ଓ ଏହାକୁ ଖୋଜି ଦିଅନ୍ତୁ। 

Advertisment

ଏଭଳି ଅଜବ ଅଭିଯୋଗକୁ ଗ୍ରହଣ କରି ମାଙ୍ଗାଲୁରୁ ପୋଲିସ୍‌ ଚପଲ ଚୋରି କରିଥିବା ବ୍ୟକ୍ତିକୁ ଚିହ୍ନଟ କରିଛି। ହେଲେ ଏ ପର୍ଯ୍ୟନ୍ତ ଚପଲ ମିଳିପାରିନି। ପୋଲିସ୍‌ ସୂଚନା ଅନୁସାରେ, ଅଭିଯୋଗ କରିଥିବା ବ୍ୟକ୍ତି ଜଣକ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସିଟି ହଲ୍‌କୁ ଯାଇଥିଲେ। ବାହାରେ କ୍ଲଗ୍‌ସ(ଚପଲ) ରଖି ଭୋଜନ କରିବାକୁ ହଲ୍‌ ଭିତରକୁ ଯାଇଥିଲେ। ତେବେ ଭୋଜନ ସାରି ଫେରିବା ପରେ ତାଙ୍କୁ ଆଉ ଚପଲ ମିଳିନଥିଲା। ଏହା ହଜି ଯାଇଥିବା ଭାବି ସେ ୧୧୨ ନମ୍ବର ଡାଏଲ୍‌ କରି ପୋଲିସ୍‌ରେ ଅଭିଯୋଗ କରିଥିଲେ। 

ଏହାପରେ ଏହି କଲ୍‌କୁ ମାଙ୍ଗାଲୁରୁ ନର୍ଥ ପୋଲିସ୍‌ ଷ୍ଟେସନକୁ ଡାଇଭର୍ଟ କରାଯାଇଥିଲା। ଖବରପାଇ ତୁରନ୍ତ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏଥିରେ ଜଣାପଡ଼ିଥିଲା, ଜଣେ ଶ୍ରମିକ ଯିଏକି ସେଠାରେ କାମ କରୁଥିଲେ ସେ ଏହି ଚପଲ ଚୋରି କରି ନେଇଛନ୍ତି। ତାଙ୍କୁ ଧରିବା ପାଇଁ ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। ପ୍ରକୃତରେ ଚପଲର ଦାମ୍‌ କେତେ ଟଙ୍କା, ତାହା ଜଣାପଡ଼ିନି। ଅନ୍‌ଲାଇନ୍‌ରେ ଏହାର ଦାମ୍‌ ୫୧୫ ଟଙ୍କାରୁ ୧୬୦୦ ଟଙ୍କା ବୋଲି ସୂଚନା ମିଳିଛି। 

Advertisment
Bizarre
Advertisment
Advertisment