• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ୨୩ ଦିନର ଏହି ମୌସୁମୀ ଅଧିବେଶନରେ ୧୭ଟି କାର୍ଯ୍ୟ ଦିବସ ରହିଛି । ଏହି ସମୟ ଭିତରେ ୨୧ଟି ନୂଆ ବିଲ୍ ଓ ୭ଟି ପୁରୁଣା ବିଲ୍ ପାସ୍ କରାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି । ଏଥିରେ ରହିଛି ୟୁନିଫର୍ମ ସିଭିଲ କୋଡ, ଡିଜିଟାଲ ଡାଟା ପ୍ରୋଟେକସନ ବିଲ ଓ ମେଡିଏସନ ବିଲ୍ ପରି ଗୁରୁତ୍ୱପୂର୍ଣ୍ଣ ବିଧେୟକ ।

ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ ସରକାର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଦଳର ପ୍ରତିନିଧି ଯୋଗ ଦେଇଥିଲେ । ବୈଠକରେ ସବୁ ଦଳଙ୍କ ସହଯୋଗ ଲୋଡ଼ିଥିଲେ ସରକାର । ସର୍ବଦଳୀୟ ବୈଠକରେ କଂଗ୍ରେସ, ବିଜେଡି, ୱାଇଏସ୍‌ଆର କଂଗ୍ରେସ, ବିଆରଏସ୍‌ ସମେତ ଅନ୍ୟ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସେପଟେ ମଣିପୁର ଓ ଦରଦାମ ପ୍ରସଙ୍ଗରେ ଘେରିବେ ବିରୋଧୀ ।

ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ମୌସୁମୀ ଅଧିବେଶନ ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିବ । ଅଗଷ୍ଟ ୧୧ରେ ମୌସୁମୀ ଅଧିବେଶନ ଶେଷ ହେବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ପୁରୁଣା ପାର୍ଲାମେଣ୍ଟ ବିଲଡିଂରେ ଚାଲିବ। ଏହାପରେ ସଂସଦର ପରବର୍ତ୍ତୀ ଅଧା ଅଧିବେଶନକୁ ନୂଆ ବିଲଡିଂକୁ ସ୍ଥାନାନ୍ତର କରାଯିବ।...

OTV is now on Whatsapp

Join and get latest news update delivered to you via whatsapp

Join Now