• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରେମିକ ପାଇଁ ମୃତ୍ୟୁର ଜାଲ ବୁଣିଲା କିଲର୍‌ ପ୍ରେମିକା । ସାପୁଆ କେଳାର ସାହାଯ୍ୟ ନେଇ ପ୍ରେମିକକୁ ବିଷଧର ସାପ କାମୁଡ଼ାରେ ମାରିଲା । ଦିନେ ଯେଉଁ ଯୁବତୀଙ୍କ ପ୍ରେମରେ ପାଗଳ ଥିଲେ, ସେ ହିଁ ଜୀବନ ନେଇଗଲା । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଉତ୍ତରାଖଣ୍ଡର ନୈନିତାଲରେ ଘଟିଛି ।

ମୃତକ ହେଲେ ବ୍ୟବସାୟୀ ଅଙ୍କିତ ଚୌହାନ । ଜୁଲାଇ ୧୫ରେ ୩୨ ବର୍ଷିୟ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ୍‌ । ଅଙ୍କିତ୍‌ କାର୍‌ ଭିତରେ ଥିବାବେଳେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା । ତେବେ ତଦନ୍ତ ଆରମ୍ଭ ହେବା ପରେ ମୃତ୍ୟୁର ଅସଲ କାରଣ ସାମ୍ନାକୁ ଆସିଛି ।

ଶବ ବ୍ୟବଚ୍ଛେଦ ରିପୋର୍ଟରେ ସାପ କାମୁଡ଼ାରେ ଅଙ୍କିତଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏପରିକି ଅଙ୍କିତଙ୍କ ଗୋଡ଼ରେ ସାପ କାମୁଡ଼ା ଚିହ୍ନ ବି ସ୍ପଷ୍ଟ ଭାବେ ଦେଖା ଯାଇଥିଲା । ତା’ପରେ ପୁଣି ଥରେ ହତ୍ୟା ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ।

ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଅଙ୍କିତ୍‌ଙ୍କ ଫୋନ୍‌ର କଲ୍‌ ଡିଟେଲ୍ସ ଯାଞ୍ଚ କରିଥିଲା । କଲ୍‌ ଡିଟେଲ୍ସରୁ ଜଣାପଡ଼ିଥିଲା ମୃତକ ଅଙ୍କିତ, ମାହି ନାମକ ଜଣେ ଯୁବତୀଙ୍କୁ ବାରମ୍ବାର ଫୋନ୍‌ କରିଛନ୍ତି । କଲ ଡିଟେଲସରୁ ଜଣେ ସାପୁଆକେଳା ସହ ସେ ଯୋଗାଯୋଗ କରିଥିବା ଜଣାପଡିଥିଲା ।

ସାପୁଆ କେଳାକୁ ଜେରା ବେଳେ ସେ ୧୦ ହଜାର ଟଙ୍କା ନେଇ ଅଙ୍କିତଙ୍କୁ ବିଷଦେଇ ହତ୍ୟା କରିଥିବା ଜଣାପଡିଥିଲା । ମାହି ଆର୍ଯ୍ୟା ତାଙ୍କର ଆଉ ଜଣେ ପ୍ରେମିକଙ୍କ ଡେଟିଂ କରୁଥିବା ବେଳେ ଅଙ୍କିତ ସେମାନଙ୍କୁ ବାରମ୍ବାର ଫୋନ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ମାହି ଆର୍ଯ୍ୟା ଓ ତାଙ୍କ ପ୍ରେମିକ ସାପୁଆକେଳା ସହାୟତାରେ ବିଷ ଦେଇ ହତ୍ୟା କରିଥିଲେ ।

ଦୁଇ ଅଭିଯୁକ୍ତ ଏବେ ଫେରାର ହୋଇ ନେପାଳରେ ଥିବା ସୂଚନା ମିଳିଛି । ସେମାନଙ୍କୁ ଗିରଫ କରିବା ପାଇଁ ହଲଦୀୱାନୀ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରୁଛି । ...