• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦ୍ରୁତ ଗତି ମହା ବିପତ୍ତି । ଧୀରେ ଗାଡ଼ି ଚଳାଇବା ପାଇଁ ସରକାରଙ୍କ ପକ୍ଷରୁ ସଚେତନ କରାଗଲେ ସୁଦ୍ଧା ସମସ୍ତେ ଏ କାନରେ ଭର୍ତ୍ତି କରି ସେ କାନରେ ବାହାର କରିଦେଉଛନ୍ତି । ଫଳରେ କେତେ ଯେ ଅମୂଲ୍ୟ ଜୀବନ ଚାଲିଯାଉଛି, ଆଉ ପୁଣି କେତେ ନିରୀହ ପଙ୍ଗୁ ହୋଇଯାଉଛନ୍ତି କିମ୍ବା ଦୁର୍ଘଟଣାରେ ଗୁରୁତର ହେଉଛନ୍ତି । ଜଣକର ଭୁଲର ଫଳ ଅନ୍ୟକୁ ମିଳୁଛି । ରାଜଧାନୀ ଲକ୍ଷ୍ନୌର ମାଲିହାବାଦରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ।

ଏଠାରେ ଜଣେ କାର୍ ଆରୋହୀ ରାସ୍ତାରେ ଯାଉଥିବା ୩ ଶିଶୁଙ୍କୁ ଦଳି ଦେଇଛି । ବାପାଙ୍କ ସହ ଶତ୍ରୁତା ଥିବାରୁ ପିଲାଙ୍କ ଜୀବନ ନେବାକୁ ଚେଷ୍ଟା କରିଛି ଅଭିଯୁକ୍ତ । ଦୁର୍ଘଟଣାରେ ଗୁରୁତର ୩ ଶିଶୁଙ୍କ ବୟସ ୪ ବର୍ଷରୁ ୮ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣାର ଶିକାର ହୋଇଥିବା ପିଲାଙ୍କ ଆର୍ତ୍ତ ଚିତ୍କାର ଶୁଣି ଲୋକେ ରୁଣ୍ଡ ହୋଇ କାର୍‌ ଚାଳକଙ୍କୁ ଘେରି ଯାଇଥିଲେ । ହେଲେ ନିଜ ଭୁଲ ବୁଝିବା ପରିବର୍ତ୍ତେ କାର ଡ୍ରାଇଭର ପ୍ରଥମେ ଝଗଡ଼ା କରିଥିଲେ । ଗୁରୁତର ପିଲାଙ୍କ ସମ୍ପର୍କୀୟଙ୍କୁ ନାଲି ଆଖି ଦେଖାଇ ଡରାଇବାକୁ ଚେଷ୍ଟା କରିଥିଲା । ପରେ ସମ୍ପର୍କୀୟମାନେ ଯୁବକକୁ କାବୁ କରି ପୋଲିସ୍‌ ଜିମା ଦେଇଥିଲା । ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା ।

ଅଭିଯୁକ୍ତ ଗୋବିନ୍ଦ ଯାଦବ ଦ୍ରୁତ ଗତିରେ ନିଜ କାର୍‌ ଧରି ଯାଉଥିବା ବେଳେ ପିଲାମାନଙ୍କ ଉପରେ ଜାଣିଶୁଣି ଚଢ଼ାଇ ଦେଇଥିଲା । ଆଉ ତା’ପରେ ଘଟଣାସ୍ଥଳରୁ ଫେରାର ମାରିବା ପାଇଁ ଚେଷ୍ଟା କରୁଥିଲା ।

ପୋଲିସ ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରିଛି । ଲକ୍ଷ୍ନୌ ପୋଲିସର ଟ୍ୱିଟ୍ ଅନୁସାରେ, ଥାନାରେ ମାମଲା ରୁଜୁ ହୋଇଛି, ଅଭିଯୁକ୍ତକୁ ଗିରଫ କରିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।