Advertisment

କୁକୁର ପାଇଁ ବି ଦେବାକୁ ହେବ ଭରଣପୋଷଣ ! ପତ୍ନୀଙ୍କଠାରୁ ଅଲଗା ହୋଇଥିବା ସ୍ୱାମୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ଉଭୟ ୧୯୮୬ରେ ବିବାହ କରିଥିଲେ । ବିବାହ ପରେ ଦୁହେଁ ଦକ୍ଷିଣ ଭାରତର ଏକ ସହରରେ ରହିବାକୁ ଲାଗିଲେ। ତାଙ୍କର ଦୁଇ ବିବାହିତ ଝିଅ ବିଦେଶରେ ରୁହନ୍ତି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Mumbai Court

Mumbai Court

ମୁମ୍ବାଇର ମାଜିଷ୍ଟ୍ରେଟ୍ କୋର୍ଟ ରକ୍ଷଣାବେକ୍ଷଣ ନେଇ ଏକ ଭିନ୍ନ ମାମଲାର ଶୁଣାଣି କରିଥିଲେ। ଏହି ଶୁଣାଣିରେ କୋର୍ଟ କହିଛନ୍ତି- ଗୃହପାଳିତ ପଶୁମାନେ ମଧ୍ୟ ଏକ ସଭ୍ୟ ଜୀବନଶୈଳୀର ଅଂଶ ବିଶେଷ। ମଣିଷଙ୍କ ସୁସ୍ଥ ଜୀବନଯାପନ ପାଇଁ ସେମାନେ ଅତ୍ୟନ୍ତ ଜରୁରୀ । କାରଣ ପରିବାରରେ ସମ୍ପର୍କ ଭାଙ୍ଗିବା ପରେ ସୃଷ୍ଟି ହେଉଥିବା ଭାବନାତ୍ମକ ସ୍ଥିତିକୁ ସେମାନେ ପୁରଣ କରିଥାନ୍ତି।

Advertisment

ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ କୋମଲ ସିଂହ ରାଜପୁତ ଏକ ଘରୋଇ ହିଂସା ମାମଲାର ଶୁଣାଣି କରିବା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଜଣେ ୫୫ ବର୍ଷିୟ ମହିଳା ନିଜ ସ୍ୱାମୀଠାରୁ ଅଲଗା ହୋଇଥିବା ବେଳେ ସେ ସ୍ୱାମୀଙ୍କଠାରୁ ନିଜର ଭରଣପୋଷଣ ସହ ତାଙ୍କ ଉପରେ ନିର୍ଭର ଥିବା ତିନି କୁକୁରଙ୍କ ଭରଣପୋଷଣ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସୂଚନା ଅନୁଯାୟୀ, ଉଭୟ ୧୯୮୬ରେ ବିବାହ କରିଥିଲେ । ବିବାହ ପରେ ଦୁହେଁ ଦକ୍ଷିଣ ଭାରତର ଏକ ସହରରେ ରହିବାକୁ ଲାଗିଲେ। ତାଙ୍କର ଦୁଇ ବିବାହିତ ଝିଅ ବିଦେଶରେ ରୁହନ୍ତି। ଗତ କିଛିବର୍ଷ ହେବ ସେମାନଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ହେବାରୁ ଉଭୟ ଅଲଗା ହୋଇଥିଲେ । ମହିଳାଙ୍କ ସ୍ୱାମୀ ୨୦୨୧ ତାଙ୍କୁ ମୁମ୍ବାଇ ପଠାଇ ଦେଇଥିଲେ ।

Advertisment

ଭରଣପୋଷଣ ପାଇଁ ୭୦ ହଜାର ଟଙ୍କା ଦାବି କରିଥିଲେ ମହିଳା

ମହିଳା ଜଣକ କହିଛନ୍ତି ଯେ ସ୍ୱାମୀ ତାଙ୍କୁ ଭରଣପୋଷଣ ଏବଂ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପରେ ସେ ତାହା ପୁରଣ କରିନଥିଲେ । ମହିଳା ଜଣକ ଆହୁରି କହିଛନ୍ତି, ‘ମୋର କୌଣସି ପ୍ରକାର ରୋଜଗାରର ଉତ୍ସ ନାହିଁ, ଏମିତିକି ମୁଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ।’ ଖାଲି ସେତିକି ନୁହେଁ ମହିଳା ଜଣକ କହିଛନ୍ତି, ‘ମୋର ଅନ୍ୟାନ୍ୟ ସୁବିଧା ବାଦ୍ ମୋ ଉପରେ ତିନୋଟି ରଟ୍‌ହ୍ୱିଲର କୁକୁର ନିର୍ଭର କରନ୍ତି । ସେଥିପାଇଁ ମୁଁ ମୋର ଭରଣପୋଷଣ ପାଇଁ ମାସିକ ୭୦ ହଜାର ଟଙ୍କା ଦାବି କରୁଛି ।’

‘ବ୍ୟବସାୟରେ କ୍ଷତି କାରଣରୁ ଦେଇପାରି ନାହିଁ ଭରଣପୋଷଣ’

ଅନ୍ୟପଟେ ସ୍ୱାମୀ ଦାବି କରିଛନ୍ତି ଯେ, ‘ମୋର କିଛି ବି ଭୁଲ ନାହିଁ । ମୋ ପତ୍ନୀ ତାଙ୍କ ଇଚ୍ଛାରେ ଘର ଛାଡ଼ି ମୋଠାରୁ ଅଲଗା ହୋଇଛନ୍ତି । ଏହା ସହ ମୋର ବ୍ୟବସାୟ ଏବେ ଠିକ୍‌ ଚାଲି ନାହିଁ । ବ୍ୟବସାୟରେ ଖୁବ୍‌ କ୍ଷତି ସହିଛି । ସେଥିପାଇଁ ତାଙ୍କର ଭରଣପୋଷଣ ପାଇଁ ଟଙ୍କା ଦେଇପାରି ନାହିଁ । କିନ୍ତୁ ମଝିରେ କିଛି ଅର୍ଥ ତାଙ୍କୁ ମୁଁ ଦେଇଛି ।’ ତେବେ ଉଭୟଙ୍କ ଯୁକ୍ତି ଶୁଣିବା ପରେ ମାଜିଷ୍ଟ୍ରେଟ୍‌ ବିଚାର କରି କହିଛନ୍ତି ଯେ ମହିଳା ଜଣକ ଭରଣପୋଷଣ ପାଇବାକୁ ହକ୍‌ଦାର ।

୫୦ ହଜାର ଟଙ୍କା ଦେବାକୁ ଆଦେଶ

କୋର୍ଟ କହିଛନ୍ତି ଯେ ମହିଳାଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବାବେଳେ ତାଙ୍କ ବୟସ ଏବଂ ଅସୁସ୍ଥତାକୁ ବିଚାର କରିବା ଆବଶ୍ୟକ, ଏମିତିକି ସେ ପାଳି ରଖିଥିବା ଗୃହପାଳିତ ପଶୁମାନେ ମଧ୍ୟ ତାଙ୍କର ଖର୍ଚ୍ଚ ବଢ଼ାଉଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯଦିଓ ଅଭିଯୁକ୍ତ ଭରଣପୋଷଣରେ କ୍ଷତି ସହିଛନ୍ତି, ତଥାପି ଏହା ତାଙ୍କୁ ତାଙ୍କ ଦାୟିତ୍ୱରୁ ମୁକ୍ତ କରିପାରିବ ନାହିଁ । ଅଦାଲତ ଏହି ଆବେଦନକୁ ଆଂଶିକ ଅନୁମତି ଦେଇଥିବାବେଳେ କହିଛନ୍ତି ଯେ ଆବେଦନକାରୀ ଆବେଦନ କରିବା ଦିନଠାରୁ ତାଙ୍କ ମୁଖ୍ୟ ଆବେଦନ ଉପରେ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ୫୦ ହଜାର ଟଙ୍କା ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ଦେବା ଉଚିତ୍।

Mumbai
Advertisment
Advertisment