• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଶା ନଷ୍ଟ କରିଦେଲା ପରିବାର । ଆଉ କେହି ନାହିଁ ପରିବାରରେ । ନା ଛୁଆ ନା ପତ୍ନୀ । ନିଶା ମଣିଷକୁ ଏମିତି ମାତ୍ରାରେ ବଶ କରିନିଏ ଯେ, ତା କବଳରୁ ମୁକୁଳିବା ଭାରି କଷ୍ଟ । ନିଶା ଅନେକ ପରିବାର ଛାରଖାର କରିଦେଇଛି । ଏଭଳି ଅନେକ ଉଦାହରଣ ବି ଆମ ଚାରି ପାଖରେ ରହିଛି । ଠିକ୍‌ ସେମିତି, ନିଶା ଯୋଗୁଁ ଏକ ପରିବାର ଛାରଖାର ହୋଇଥିବା ଖବର ଆଜି ଆମେ ଆପଣଙ୍କୁ କହିବୁ । ଜଣେ ବ୍ୟକ୍ତି ନିଶାରେ ପତ୍ନୀ ଓ ପିଲାଙ୍କୁ କରିଛି ହତ୍ୟା । ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ମାହୋବାରେ । ଏନେଇ ପୋଲିସ ମଙ୍ଗଳବାର ସୂଚନା ଦେଇଛି ।

ଅଭିଯୁକ୍ତ ଜଣକ ହେଲା ଦେବେନ୍ଦ୍ର ବିଶ୍ୱକର୍ମା । ସେ ନିୟମିତ ଭାବେ ମଦ ଓ ହ୍ରଗ୍ସ ସେବନ କରେ । ୨୪ ଘଣ୍ଟା ସେ ନିଶାରେ ଥାଏ । ଯାହାଫଳରେ ପରିବାର ମଧ୍ୟରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ । ଛୋଟ ଛୋଟ କଥାକୁ ନେଇ ନିଜ ସ୍ତ୍ରୀ-ପିଲାଙ୍କୁ ସେ ମାରପିଟ୍ କରେ । ଯେମିତିକି ରୁଟି ଟିକେ ପୋଡ଼ିଗଲେ କିମ୍ବା ତାରକାରୀରେ ଟିକେ ଅଧିକ ପାଣି ରହିଲେ, ଲୁଣ ଟିକେ କମିଲେ, ଏମିତି ବିଭିନ୍ନ କାରଣ ପାଇଁ ଦେବେନ୍ଦ୍ର ସ୍ତ୍ରୀକୁ ମାରପିଟ୍ କରେ ।

ଏମିତି ହଠାତ୍‌ ଗୋଟିଏ ଦିନ ରାତିରେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହେଲା । ଝଗଡ଼ା ଏତେ ତୀବ୍ର ହେଲା ଯେ ଦେବେନ୍ଦ୍ର ରାଗି ଯାଇ ସ୍ତ୍ରୀକୁ ହାତ ଉଠାଇ ମାଡ଼ ମାରିଥିଲା । ତାପରେ ଅଧିକ ଉତ୍‌କ୍ଷିପ୍ତ ହୋଇ ସ୍ତ୍ରୀ ରାମ କୁମାରୀ ଓ ଦୁଇ କୁନି ଝିଅ ୯ ବର୍ଷର ଆରୁଷି ଓ ୫ ବର୍ଷର ସୋନାକ୍ସିଙ୍କୁ ପଥରରେ ଛେଚି ଛେଚି ମାରିଦେଲା । 

ଅପରାଧ ଘଟାଇବା ପରେ ଅଭିଯୁକ୍ତ ଦେବେନ୍ଦ୍ର ସେଠାରୁ ଫେରାର ହୋଇଯାଇଥିଲା । ଚିତ୍କାର ଶୁଣି ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁ କିଛି ସରିଯାଇଥିଲା । ସେମାନେ ଘରେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହି ଟ୍ରିପଲ ମର୍ଡର ଘଟଣା ଆଖି ପିଛୁଳାକେ ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହୋଇ ଯାଇଥିଲା । ପୁରା ଅଞ୍ଚଳରେ ଏହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।