• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବୃଦ୍ଧ ବାପାମାଆଙ୍କୁ ହତ୍ୟା କରି ବାହାର ପଟୁ କବାଟ ଦେଇ ଫେରାର ହୋଇଗଲା ପୁଅ । ଯିଏ ଜନ୍ମ କରିଥିଲା, ତାଙ୍କୁ ହିଁ ଜୀବନରୁ ହଟେଇଦେଲା । ଏଭଳି ଭୟଙ୍କର ଘଟଣା ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି । ଘଟଣାର ଅଭିଯୁକ୍ତ ଶରତ ଫେରାର ରହିଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୋଲିସ ଡେପୁଟି କମିଶନର ବି.ଏମ୍‌. ଲକ୍ଷ୍ମୀପ୍ରସାଦଙ୍କ କହିବାନୁଯାୟୀ, ଶରତ ନାମକ ଜଣେ ୨୭ ବର୍ଷୀୟ ବ୍ୟକ୍ତି ନିଜ ବାପା ଭାସ୍କର, ମାଆ ସାନ୍ଥଙ୍କୁ ନିର୍ମମ ଭାବେ ହତ୍ୟା କରି ଘର କବାଟ ଦେଇ ଫେରାର ହୋଇଯାଇଛି । ଘଟଣାଟି ସୋମବାର ରାତି ୮.୩୦ ରୁ ୯ଟା ମଧ୍ୟରେ ଘଟିଛି । ବୃଦ୍ଧ ଦମ୍ପତ୍ତି ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ମଧ୍ୟ ପଡ଼ୋଶୀ ଏଥିପ୍ରତି ଧ୍ୟାନ ଦେଇନଥିଲେ ।

ଅଧିକ ପଢ଼ନ୍ତୁ: ନୃଶଂସ ବାପା !! ୧୮ ମାସର କଅଁଳା ଛୁଆକୁ କେନାଲକୁ ଫିଙ୍ଗିଦେଲା

ପୋଲିସର କହିବାନୁଯାୟୀ ଶରତଙ୍କ ବଡ଼ ଭାଇ ସଜିଥ୍‌ ଆଖପାଖରେ ରହୁଥିଲେ । ସଜିଥ୍‌ ପିତାମାତାଙ୍କୁ ବାରମ୍ବାର ଫୋନ୍‌ କରୁଥିବା ବେଳେ କେହି ବି ଏହାର ଉତ୍ତର ଦେଇନଥିଲେ । ସଜିଥ୍‌ଙ୍କୁ ସନ୍ଦେହ ହେବାରୁ ସେ ଘରେ ଯାଇ ଦେଖିଲା ବେଳକୁ କବାଟ ବାହାର ପଟୁ ତାଲା ପଡ଼ିଛି । ସେ ଘରର କବାଟ ଭାଙ୍ଗି ଘରକୁ ପଶିଲା ବେଳେ ତାଙ୍କ ପିତାମାତା ରକ୍ତାକ୍ତ ଅବସ୍ଥାରେ ମରି ପଡ଼ିଥିବାର ଦେଖିଲେ । ଏହାପରେ ସେ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ ।

ପୋଲିସ ତଦନ୍ତରୁ ଜାଣିପାରିଥିଲା ଯେ ଶରତଙ୍କ କିଛିଦିନ ହେବ ପିତାମାତାଙ୍କ ସହ ଝଗଡ଼ା ହେଉଥିଲା । ଶରତଙ୍କ ମାଆ ସାନ୍ଥ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ତାଙ୍କ ପିତା ଖଣିଜ ଭବନ କ୍ୟାଣ୍ଟିନ୍‌ରେ କ୍ୟାସିଅର ଥିଲେ । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି ।

ଅଧିକ ପଢ଼ନ୍ତୁ: ୯୦ ହଜାର ପାଇଁ ନୃଶଂସ ହତ୍ୟା, କକାଙ୍କୁ ଜିଅନ୍ତା ଖଣ୍ଡ ଖଣ୍ଡ କରିଦେଲା ପୁତୁରା