Advertisment

ଓଡ଼ିଶାରେ ବି ପଡୁଛି ଜାତୀୟ ରାଜନୀତିର ପ୍ରଭାବ ! କ’ଣ କରିବ BJD ?

NDA କ୍ୟାଂପରେ ୩୮, INDIA କ୍ୟାଂପରେ ୨୬ ଦଳ । ଜୟରାମ ରମେଶଙ୍କ ତ୍ରିଶଙ୍କୁ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

BJD, Odisha Politics

ଜାତୀୟ ରାଜନୀତିରେ ନୂଆ ସମୀକରଣ ଅଙ୍କକଷା ଭିତରେ ଜୟରାମ ରମେଶଙ୍କ ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା। ଜୟରାମ ଯେଉଁ ତ୍ରିଶଙ୍କୁ କଥା କହୁଛନ୍ତି, ବିଜେଡିର ସ୍ଥିତି ଏବେ ସେୟା। ନା NDAକୁ ଖୋଲାଖୋଲି ସମର୍ଥନ କରୁଛି ନା ବିରୋଧୀ ମେଣ୍ଟ ସହ ହାତ ମିଳାଉଛି । ସମଦୂରତା ନୀତିରେ ଆଗକୁ ବଢୁଛି ଶଙ୍ଖ ଦଳ। ତେବେ ପ୍ରକୃତରେ ବିଜେଡିର ଆଭିମୁଖ୍ୟ କଣ ?

Advertisment

ସମଦୂରତା ଆଳରେ ନବୀନ ସମମିତ୍ରତା ଫଣ୍ଡା ଆପଣାଇ ନାହାନ୍ତି ତ ? ଦଳକୁ କୌଣସି ଭୟ ବା ଚାପ ରହିଛି କି, ଯେଉଁଥିପାଇଁ ସ୍ପଷ୍ଟ ଆଭିମୁଖ୍ୟ ରଖିବାରେ ଦ୍ୱନ୍ଦ୍ୱ ରହୁଛି ? ବିଜେଡିର ଅତୀତ କାର୍ଯ୍ୟଧାରାକୁ ଦେଖିଲେ, ମୋଦି ସରକାରଙ୍କୁ ବିଭିନ୍ନ ବିଲ୍ ସମେତ ସଙ୍କଟ ବେଳେ ସମର୍ଥନ ଦେଇଆସିଛି ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପିର କୌଣସି କେନ୍ଦ୍ରୀୟ ନେତାଙ୍କୁ ସିଧା ସଳଖ ନିଶାନା କରୁନାହାନ୍ତି ନବୀନ

ଅଧିକ ପଢ଼ନ୍ତୁ: ୨୬ ଦଳଙ୍କୁ ନେଇ ବିରୋଧୀଙ୍କ ନୂଆ ମେଣ୍ଟ I.N.D.I.A 

ଅପରପକ୍ଷରେ ରାଜ୍ୟ ବିଜେପିକୁ ଲଗାତାର ଟାର୍ଗେଟ୍ କରୁଛି ବିଜେଡି । ଏଭଳି ଦୋମୁହାଁ ଆଭିମୁଖ୍ୟକୁ ନେଇ ବିଜେଡି ଉପରେ ବର୍ଷିଛି କଂଗ୍ରେସ। ଅଭିଯୋଗ କରିଛି, ଇଡି, ସିବିଆଇ, IT ରେଡ୍ ଭୟରେ ବିଜେଡି, ବିଜେପିକୁ ସମର୍ଥନ ଦେଉଛି। ତେବେ ନବୀନଙ୍କ ପାଖରେ କଣ ବାଧ୍ୟବାଧକତା ଅଛି ତାଙ୍କୁ ପଚାରନ୍ତୁ ବୋଲି କହି ବିଜେଡି କୋର୍ଟକୁ ବଲ୍ ଫିଙ୍ଗିଛି ବିଜେପି। ଯାହାର ଜବାବ ରଖିଛି ବିଜେଡି।

Advertisment

୨୪ ନିର୍ବାଚନ ପୂର୍ବରୁ ଜାତୀୟ ସ୍ତରରେ ବଡ଼ ଧରଣର ରାଜନୈତିକ ହଲ୍‌ଚଲ୍ ଚାଲିଥିବା ବେଳେ ବିଜେଡି କିନ୍ତୁ ସମଦୂରତା କଥା ଦୋହରାଇ ସବୁ ବିକଳ୍ପ ଖୋଲା ରଖିଛି। ପୂର୍ବରୁ ନବୀନଙ୍କୁ ମମତା ଓ ନୀତୀଶ କୁମାର ଭେଟି ବିରୋଧୀ ମେଣ୍ଟରେ ସାମିଲ ହେବା ନେଇ ପ୍ରସ୍ତାବ ଦେଇଥିଲେ ବୋଲି ଚର୍ଚ୍ଚା ହୁଏ। ଅନ୍ୟପଟେ ନୀତୀଶଙ୍କୁ ଭେଟିବା ପରେ ପରେ ନବୀନ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଆଉ ସ୍ପଷ୍ଟ କରିଥିଲେ, ବିଜେଡି ଏକାକୀ ଚାଲିବ।

ସେପଟେ ଜେଡିୟୁ ନେତା କେ.ସି.ତ୍ୟାଗୀ କହିଛନ୍ତି, ଆମେ ନବୀନଙ୍କୁ ବିଜେପି କ୍ୟାଂପରେ ସାମିଲ ହେବାରେ ରୋକିବାରେ ସଫଳ ହୋଇଛୁ। ଆଶା ରଖିଛୁ, ଆଜି ନହେଲେ କାଲି ସେ ଆମ କ୍ୟାମ୍ପକୁ ଆସିବେ। ତେବେ ପ୍ରଶ୍ନ ଉଠୁଛି, ବିଜେଡି ସବୁ ବିକଳ୍ପ ଖୋଲା ରଖିବାର କାରଣ କଣ? ନିର୍ବାଚନ ପରେ ସଂଖ୍ୟା ଗଣିତକୁ ଦେଖି ନିଷ୍ପତ୍ତି ନେବାକୁ ଏହି ଚାଲ୍ କି ? ରାଜନୈତିକ ସମୀକ୍ଷକ କହିଛନ୍ତି ଏହା ସୁବିଧାବାଦୀ ରାଜନୀତି ।

୨୦୦୯ରେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିଥିଲା। ତାପରେ ମଧ୍ୟ ୩ଟି ନିର୍ବାଚନରେ ବିଜେଡିକୁ ଆଶାତୀତ ସଫଳତା ମିଳିଛି। ତେବେ ୨୦୨୪ରେ ଜନମତ ନିଜ ସପକ୍ଷରେ ନେବାରେ ଶଙ୍ଖ ଦଳ କେତେ ସଫଳ ହେଉଛି ତା ଉପରେ ନଜର ।

BJD BJP Congress Odisha Politics
Advertisment
Advertisment