/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689759220.jpg)
Yamuna River Touches Taj Mahal
ଭାଙ୍ଗିଲା ୪୫ ବର୍ଷର ଇତିହାସ, ଆଗ୍ରାର ତାଜମହଲ ଛୁଇଁଲା ଯମୁନା ନଦୀର ଜଳସ୍ତର । ଦିଲ୍ଲୀରେ ଲଗାଣ ବର୍ଷା ସହ ହରିଆଣାରୁ ଜଳ ଆସିବା ଫଳରେ ଯମୁନା ନଦୀର ଜଳସ୍ତର କମିବାର ନାଁ ଧରୁନି । ତାଜମହଳକୁ ଲାଗିଥିବା ବଗିଚା ଭିତରକୁ ଯମୁନା ନଦୀର ଜଳ ପଶିଆସିଛି । ଏହାପୂର୍ବରୁ ୧୯୭୮ ମସିହାରେ ତାଜମହଲର କାନ୍ଥକୁ ଯମୁନା ନଦୀର ଜଳସ୍ତର ଛୁଇଁଥିଲା ।
ସେପଟେ ତାଜମହଲକୁ ଆସିଥିବା ପର୍ଯ୍ୟଟକ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଯମୁନା ନଦୀର ବଢି ଜଳକୁ ବି ଉପଭୋଗ କରୁଛନ୍ତି । ସେପଟେ ଯମୁନା ନଦୀର ଜଳସ୍ତର ଯେମିତି ସମୟକୁ ସମୟ ବଢୁଛି ସେନେଇ ଭୟଭୀତ ହୋଇ ଉଠିଛନ୍ତି ନଇକୂଳିଆ ଲୋକେ । ଗତ କାଲି ଠାରୁ ଆଜି ଯମୁନା ନଦୀର ଜଳସ୍ତର ୫ଫୁଟ ବଢିଥିବାରୁ ଉପକୂଳିଆ ଲୋକେ ଆତଙ୍କିତ ହୋଇ ଉଠିଛନ୍ତି ।
ସେପଟେ ଦିଲ୍ଲୀରେ ବନ୍ୟା ସ୍ଥିତିରେ ସୁଧାର ଆସିବା ପରେ ବି ପୁଣି ଲୋକେ ଆତଙ୍କିତ । ଯମୁନା ନଦୀର ଜଳସ୍ତର ୫ ଫୁଟ ବଢିବା ପରେ ପୁଣି ଦେଖାଦେଇଛି ବନ୍ୟା ଆଶଙ୍କା । ଅନେକ ସ୍ଥାନରେ ବନ୍ୟାଜଳ ନିସ୍କାସିତ ହୋଇଥିବା ବେଳେ ଜଳସ୍ତର ବଢିବା ପୁଣି ଲୋକଙ୍କ ଚିନ୍ତା ବଢାଇଛି । ଯେଉଁ ଲୋକଙ୍କୁ ବନ୍ୟା ଆଶ୍ରୟ ଘରେ ରଖାଯାଇଛି, ସେମାନଙ୍କୁ ନିଜ ଘରକୁ ଛଡାଯାଇନି । ବନ୍ୟା ଆଶ୍ରୟ ସ୍ଥଳରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)