• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Supreme Court on quota
କୋଟା ବ୍ୟବସ୍ଥା ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ...କୋଟା ଲାଭ ପାଉଥିଲେ ଅନ୍ୟମାନଙ୍କୁ ସୁଯୋଗ ଦିଅ

ଗ୍ରାମାଞ୍ଚଳରେ ଥିବା ବ୍ୟକ୍ତି ଓ ପ୍ରକୃତରେ ଏହି ସୁବିଧା ପାଇବାର ହକ ଥିବା ବ୍ୟକ୍ତି ଏଥିରୁ ବଞ୍ଚିତ ହେଉଛନ୍ତି। ତେବେ ପଛୁଆବର୍ଗଙ୍କ ମଧ୍ୟରେ ଅଧିକ ପଛୁଆବର୍ଗଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାନଗଲେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ ଲାଭବାନ ହେବା ସହ ଅନ୍ୟ ବର୍ଗଟି ଏଇ ସୁବିଧାରୁ ବଞ୍ଚିତ ହେବ।

Ancient Vishnu idol similar to Ram Lalla
ବ୍ରିଜ ପାଇଁ ଖୋଳା ଚାଲିଥିଲା ନଦୀ...ହଠାତ ଉଭା ହେଲେ ରାମଲାଲା

ଐତିହାସିକ ପଦ୍ମଜା ଦେଶାଇ ଏହି ପ୍ରତିମୂର୍ତ୍ତି ନେଇ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଏକାଦଶ ଶତାବ୍ଦୀର। କଲ୍ୟାଣ ଚାଲୁକ୍ୟ ରାଜବଂଶର ଶାସନ କାଳରେ ଏହା ନିର୍ମିତ ହୋଇଥିଲା।

Crime Against Women
ନିଷ୍ଠୁର ପାଲଟିଲା ସାଙ୍ଗ; କଲା ଦୁଷ୍କର୍ମ, ଢାଳିଲା ଗରମ ଡ଼ାଲି

ରାଜଧାନୀ ଦିଲ୍ଲୀରେ ଲଜ୍ଜାଜନକ ଘଟଣା। ପୁରୁଷ ବନ୍ଧୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ଯୁବତୀ।

U 19, Cricket world Cup
ଦକ୍ଷିଣ ଆଫ୍ରିକାକୁ ୨ ୱିକେଟରେ ହରାଇ U19 ଫାଇନାଲରେ ଭାରତ

୩୨ ରନ୍ ରେ ଚତୁର୍ଥ ୱିକେଟ ହରାଇଥିଲା ଭାରତ। ତଥାପି ୭ଟି ବଲ୍ ବାକି ଥାଇ ଟାର୍ଗେଟ ରନ୍ ହାସଲ କରି ଦେଇଛି ଟିମ୍ ଇଣ୍ଡିଆ।

NCP
ଶରତ ପାୱାରଙ୍କୁ ନିର୍ବାଚନ କମିଶନଙ୍କ ଛାଟ, ନୂଆ ଦଳ ଗଠନ ପାଇଁ ଦେଲେ ନିର୍ଦ୍ଦେଶ

ବଦଳିଲା ଏନସିପି ରାଜନୈତିକ ସମୀକରଣ । ଶରଦ ପାୱାରଙ୍କୁ ବଡ଼ ଝଟକା ଦେଇଛନ୍ତି ନିର୍ବାଚନ କମିଶନ ।

Rahul Gandhi
ରାହୁଲ ବଖାଣିଲେ କୁକୁର ବିସ୍କୁଟ ପଛର ସତ...ବିରୋଧୀଙ୍କୁ କଲେ ଟାର୍ଗେଟ

ଏହି ଘଟଣା ଉପରୁ ପରଦା ଉଠାଇଛନ୍ତି ଖୋଦ ରାହୁଲ ଗାନ୍ଧୀ। ରାଲିରେ କ’ଣ ଘଟିଥିଲା ଓ କୁକୁର ବିସ୍କୁଟ ପଛର ସତ କ’ଣ ସେ କହିଛନ୍ତି। ଏଥିସହ ସମାଲୋଚନାକାରୀଙ୍କୁ ଓଲଟା ସମାଲୋଚନା କରିଛନ୍ତି।

Lemon
ସବୁଠାରୁ ମହଙ୍ଗା ଲେମ୍ବୁ...କଣ ଏହାର ବିଶେଷତ୍ୱ...କାହିଁକି ଏତେ ଟଙ୍କା...

ଲେମ୍ବୁର ଦାମ ଦେଢ଼ ଲକ୍ଷ ଟଙ୍କା ! ଆପଣ ବିଶ୍ୱାସ କରି ପାରୁଛନ୍ତି କି...ସାମାନ୍ୟ ଗୋଟିଏ ଲେମ୍ବୁର ଦାମ ଦେଢ଼ ଲକ୍ଷ ଟଙ୍କା । ହଁ ଆଜ୍ଞା, ଗୋଟିଏ ଲେମ୍ବୁ ବର୍ତ୍ତମାନ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ।

  • Tuesday, 06 February 2024
  • Lemon
paytm
ପେଟିଏମ୍ ନେଇ ବଡ଼ ଅପଡେଟ୍, କ’ଣ କହିଲା କମ୍ପାନୀ ଜାଣନ୍ତୁ...

ଗତ ବର୍ଷ ଡିସେମ୍ବରରେ, ପିପିବିଏଲ୍ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଦ୍ୱାରା ବ୍ୟାଙ୍କଗୁଡିକ ମଧ୍ୟରେ ଶୀର୍ଷ UPI ହିତାଧିକାରୀ ମାନ୍ୟତା ପାଇଥିଲା ପେଟିଏମ୍ । ଗତବର୍ଷ ୨୮୩.୫ କୋଟି ଟଙ୍କାର କାରବାର ହୋଇଥିଲା।

Crime Against Women
ନୃଶଂସ ଭାଇ !! ଅଶ୍ଲୀଳ ଭିଡିଓ ଦେଖିବା ପରେ ଉଭଣୀକୁ କଲା ଦୁଷ୍କର୍ମ

ପୋଲିସର କହିବାନୁଯାୟୀ ଅଭିଯୁକ୍ତ ସଞ୍ଜୁ ତା’ର ସମ୍ପର୍କୀୟ ଭଉଣୀକୁ ଘରେ କେହି ନଥିବା ବେଳେ ଦୁଷ୍କର୍ମ କରିବା ସହ ହତ୍ୟା ବି କରିଛି।

Live-In Relationships
ରହୁଛନ୍ତି କି ଲିଭ୍‌-ଇନ୍‌ରେ ? ତଥ୍ୟ ନ ଦେଲେ ୩ ମାସ ଜେଲ୍‌, ଗଣିବେ ୨୫ ହଜାର !

ଯୁବକ ଯୁବତୀମାନେ ଏକାଠି ରହୁଥିଲେ ଆର୍ଥାତ୍‌ ଲିଭ୍‌-ଇନ୍‌ରେ ଥିଲେ ଏହି ନିୟମ ଜାଣି ରଖିବା ଜରୁରୀ । ୟୁନିଫର୍ମ ସିଭିଲ୍ କୋଡ୍ ଆଇନ୍ ହେବା ପରେ ଜିଲ୍ଲା ଅଧିକାରୀଙ୍କ ନିକଟରେ ସେମାନେ ପଞ୍ଜିକରଣ କରିବା ଆବଶ୍ୟକ ।

Blast
ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ୬ ମୃତ, ୬୦ରୁ ଅଧିକ ଆହତ

ମଧ୍ୟ ପ୍ରଦେଶ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ପାଖାପାଖି ଆହତ ହୋଇଛନ୍ତି ।

Varun Kumar
ଭାରତୀୟ ହକିକୁ ଲଜ୍ଜା: ବିବାହର ପ୍ରତିଶ୍ରୁତି ଦେଇ ବରୁଣ କରୁଥିଲେ ବାରମ୍ବାର ଦୁଷ୍କର୍ମ !

ହକି ଖେଳାଳି ବରୁଣ କୁମାରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ । ବେଙ୍ଗାଲୁରୁର ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଅଣିଛନ୍ତି । ପୋଲିସ ତରଫରୁ ଏନେଇ ସୂଚନା ମିଳିଛି । ଜଣେ ୨୨ ବର୍ଷୀୟ ମହିଳା ବରୁଣଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।

ED Raid
ମନି ଲଣ୍ଡ୍ରିଂ ମାମଲା: ଆପ୍ ଏମପି ଓ କେଜ୍ରିୱାଲଙ୍କ ପିଏସଙ୍କ ଘରେ ଇଡି ରେଡ୍

ମନି ଲଣ୍ଡ୍ରିଂ ମାମଲାରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଘରେ ରେଡ୍ କରୁଛି ଇଡି । ଏହାସହ ଦିଲ୍ଲୀ ଜଳବୋର୍ଡର ପୂର୍ବତନ ସଦସ୍ୟ ସଲାଭ କୁମାରଙ୍କ ଘରେ ବି ରେଡ୍ ଚାଲିଛି ।

 Couple Protested
୧୫ ବର୍ଷ ଧରି ଡ୍ରେନ୍‌ ସଫା କଲାନି ପ୍ରଶାସନ; ଅଳିଆ ଭିତରେ ବାହା ହେଲେ ଦମ୍ପତି

ଭଗବାନ ଶର୍ମା ଏବଂ ଉଷା ଦେବୀ । ଯିଏକି ୧୬ ବର୍ଷ ପୂର୍ବେ ବିବାହ କରିଥିଲେ । ଆଉ ଏବେ ନିଜର ୧୭ତମ ବିବାହ ବାର୍ଷିକୀକୁ କିଛି ଅଲଗା ରୂପରେ ପାଳିଛନ୍ତି ।

Wife Death
କୁକୁରକୁ ବଞ୍ଚାଉଥିଲେ, ସ୍ତ୍ରୀକୁ ହରାଇଲେ..ଥାନାରେ ନିଜ ନାଁରେ ଦେଲେ ଏତଲା..

ମୋ ପାଇଁ ମୋ ସ୍ତ୍ରୀର ଜୀବନ ଗଲା। ଏମିତି କହି ଥାନାରେ ନିଜ ନାଁରେ FIR ଦେଲେ ସ୍ୱାମୀ।

Rail minister
ନିଯୁକ୍ତି କ୍ୟାଲେଣ୍ଡର ଡ୍ରାଇଭ; ଆଶାୟୀ ଯୁବକଙ୍କୁ ସୁଯୋଗ ଦେବ ରେଳବାଇ

ରେଳମନ୍ତ୍ରୀଙ୍କ କହିବା ଅନୁସାରେ ବାର୍ଷିକ କ୍ୟାଲେଣ୍ଡରରେ ରେଳବିଭାଗରେ ବିଭିନ୍ନ ଚାକିରିର ସୁଯୋଗ ରହିବ । ରେଳବାଇ ପକ୍ଷରୁ ପ୍ରତିବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯିବ ।

PM Modi
‘ଶହେ ଦିନରେ ୩୭୦ ସିଟ୍‌ରେ ସରକାର ଗଢ଼ିବୁ’

କଂଗ୍ରେସ ବହୁ ଚେଷ୍ଟା କଲା, କିନ୍ତୁ ଆଲାଏନ୍ସର ଆଲାଏନମେଣ୍ଟ ବିଗିଡ଼ିଗଲା। ଆମେ ନିଶ୍ଚିତ ତୃତୀୟ ଥର ସରକାର ଗଢ଼ିବୁ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Champai Soren wins floor test
ଆସ୍ଥା ଭୋଟ୍ ହାତେଇଲେ ଚମ୍ପାଇ...ସପକ୍ଷରେ ପଡ଼ିଲା ୪୭ଭୋଟ୍, ବିପକ୍ଷରେ ୨୯

ଫ୍ଲୋର୍ ଟେଷ୍ଟ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ବିଧାନସଭାରେ ଉପସ୍ଥିତ ରହି ଭୋଟ୍ ଦେଇଛନ୍ତି । ଚମ୍ପାଇ ସୋ‌ରେନ ବିଜୟୀ ହେବା ପରେ ଗୃହକୁ ଦିନକ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବ।

Election Commission
ନିର୍ବାଚନ ଆୟୋଗଙ୍କ ଚେତାବନୀ ! ପିଲାଙ୍କୁ ପ୍ରଚାରରେ ଲଗାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଆୟୋଗ କଡା ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ସାଧାରଣ ନିର୍ବାଚନରେ ​​ଶିଶୁ କିମ୍ବା ନାବାଳିକାଙ୍କୁ ପ୍ରଚାର ପାମ୍ପଲେଟ୍ ବଣ୍ଟନ, ପୋଷ୍ଟର ଲଗାଇବା, ସ୍ଲୋଗାନ ଦେବା କିମ୍ବା ପାର୍ଟି ପତାକା ଓ ବ୍ୟାନର ଧରିବା ଯେମିତି ଦେଖାନଯାଏ ।

Accused Men Pushing Police Van
ଅଧା ବାଟରେ ପୋଲିସ ଗାଡ଼ିରୁ ସରିଗଲା ପେଟ୍ରୋଲ...ଠେଲି ଠେଲି ନେଲେ ଅଭିଯୁକ୍ତ

ଗାଡିରେ ଥିବା ୪ ଅଭିଯୁକ୍ତ ଗାଡ଼ିଟିକୁ ଠେଲି ଠେଲି ଆଗକୁ ନେଇଥିଲେ। ଅଭିଯୁକ୍ତଙ୍କ ଅଣ୍ଟାରେ ଦଉଡି ବନ୍ଧା ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।

Question Paper Leak
ଆଉ ତ୍ରାହି ନାହିଁ ! ଏଥର ପ୍ରଶ୍ନପତ୍ର ଲିକ୍‌ ହେଲେ ମିଳିବ ବଡ଼ଦଣ୍ଡ...

କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଯଦି କୌଣସି ଭୁଲ୍ କାର୍ଯ୍ୟରେ ଧରାପଡନ୍ତି, ତେବେ ଉକ୍ତ ସଂସ୍ଥାକୁ ମଧ୍ୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ । ଏହା ବ୍ୟତୀତ ଉକ୍ତ ସଂସ୍ଥାକୁ ଚାରି ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ପରିଚାଳନା କରିବାକୁ ବ୍ୟାନ୍‌ କରାଯାଇପାରେ ।

Gobi Manchurian
ବ୍ୟାନ୍‌ ହେଲା କୋବି ମଞ୍ଚୁରିଆନ୍‌; ଏଠି ଆଉ ମିଳିବନି ଏହି ଡିସ୍‌ର ମଜା

କୋବି ମଞ୍ଚୁରିଆନ୍‌ର ରଙ୍ଗ ଓ ସ୍ୱଚ୍ଛତାକୁ ନେଇ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଭୋଜି ହେଉ କି ଅନ୍ୟ କିଛି ସବୁଠି ଏହା ଉପରେ ରୋକ୍‌ ଲଗାଯାଇଛି !

  • Monday, 05 February 2024
Threw a puppy from a high-rise
ଛାତ ଉପରୁ କୁକୁର ଛୁଆକୁ ପିଙ୍ଗିଦେଲା କୁନି ପୁଅ...ବାପା କଲେ ଭିଡିଓ ରେକର୍ଡ

ପିଲାଟିର ବାପା ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଏହି ଭିଡିଓ ଦେଖି ପଶୁପ୍ରେମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। କୁକୁରଟି ଛଟପଟ ହୋଇ ମରିଯିବାର ଦୃଶ୍ୟ ପଶୁପ୍ରେମୀଙ୍କୁ ଶକ୍ତ ଆଘାତ ଦେଇଛି।

Pm suraksha bima yojana
କେନ୍ଦ୍ର ସରକାରଙ୍କ ଏହି ଯୋଜନା; ମାସକୁ ରଖିବେ ୨ ଟଙ୍କା, ପାଇବେ ୨ ଲକ୍ଷର ସୁବିଧା !

ଜନତାଙ୍କ ହିତ ପାଇଁ କେନ୍ଦ୍ର ସରକାର ଏକ ସୁନ୍ଦର ଯୋଜନା ଆଣିଛନ୍ତି । ଯେଉଁ ଯୋଜନା ଦ୍ୱାରା ସାଧାରଣ ଜନତା ଲାଭ ପାଇପାରିବେ । ମାସକୁ ମାତ୍ର ୨ ଟଙ୍କା ସଞ୍ଚୟ କରି ପାଇପାରିବେ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ।

Bangle Vendor Wins Hearts
ଫଟାଫଟ୍ ଇଂରାଜୀ କହୁଛନ୍ତି ଏହି ବୁଲା ବିକାଳି...ସୋସିଆଲ ମିଡିଆର ଭାଇରାଲ ଭିଡିଓ କରିବ ଆଶ୍ଚର୍ଯ୍ୟ

ଅତି ସାଧାରଣ ବେଶ ପୋଷାକରେ ଥିବା ମହିଳା ଜଣକ ଗୋଆର ଭ୍ୟାଗେଟର୍ ବିଚ୍‌ରେ ଚୁଡି ବିକ୍ରି କରନ୍ତି। ତେବେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ସହ ସେ ପ୍ରାଞ୍ଜଳ ଭାବରେ ଇଂରାଜୀରେ କଥା ହେଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।