• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଦୃଢ଼ ଇଚ୍ଛାଶକ୍ତି ଆଣିଦେଲା ସଫଳତା । ବାରମ୍ବାର ବିଫଳତା ପରେ ସଫଳତାର ସ୍ୱାଦ ଚାଖିଲେ ଅଙ୍କିତ । ଇଞ୍ଜିନିୟରରୁ ବନିଗଲେ IAS ଅଫିସର । ଏ ହେଉଛନ୍ତି ରାଜଗାଙ୍ଗପୁରର ଅଙ୍କିତ ଅଗ୍ରୱାଲ । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୨୯୭ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଆଉ ନିଜ ପରିବାର ଓ ଅଞ୍ଚଳ ପାଇଁ ଆଣି ଦେଇଛନ୍ତି ଗୌରବ ।

ଅଙ୍କିତଙ୍କ ବାପା କମଲ ଅଗ୍ରୱାଲ ଜଣେ ବ୍ୟବସାୟୀ । ଆଉ ମା’ ଗୃହିଣୀ । ନିଜ ପୁଅର ଏହି ସଫଳତାକୁ ନେଇ ବେଶ୍‌ ଖୁସି ଅଛନ୍ତି ଉଭୟ ବାପା-ମା’ । ସେପଟେ ନିଜର ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ତାଙ୍କୁ ସଫଳତା ଆଣିଦେଇଥିବା ଅଙ୍କିତ କହିଛନ୍ତି । ତାଙ୍କର କହିବା ଅନୁସାରେ ଇଞ୍ଜିନିୟରିଂ ଚାକିରି ଛାଡି ପ୍ରଶାସନିକ ସେବାରେ ଯୋଗଦେବାକୁ ଇଚ୍ଛା ଥିଲା । ତେଣୁ ସେ କାମ ଭିତରେ ମଧ୍ୟ ପାଠପଢ଼ା ଜାରି ରଖିଥିଲେ । ପୂର୍ବରୁ ଅଙ୍କିତ ୩ଥର ପରୀକ୍ଷା ଦେଇଥିଲେ ମଧ୍ୟ ତାଙ୍କୁ ସଫଳତା ମିଳିପାରିନଥିଲା । ହେଲେ ନିଜର ଧୈର୍ଯ୍ୟ ନହରାଇ ବାରମ୍ବାର ପ୍ରୟାସ କରିଚାଲିଥିଲେ ସେ । ଯାହା ପାଇଁ ଆଜି ସେ ଏହି ସଫଳତା ପାଇପାରିଛନ୍ତି ।

ଅଧିକ ପଢ଼ନ୍ତୁ: Success Story: ସଂଘର୍ଷର ଜିତାପଟ; କନଷ୍ଟେବଳରୁ UPSC ରାଙ୍କ ନଂ ୭୮୦...

ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି ଅଙ୍କିତ । ଯୁବପିଢ଼ିଙ୍କୁ ନିଜ ଲକ୍ଷ୍ୟରେ ଯିବାକୁ ହେଲେ ବିଫଳତାକୁ ନେଇ ଭଙ୍ଗି ନପଡ଼ି ଆଗକୁ ବଢ଼ିବାକୁ ସେ ପରାମର୍ଶ ଦେଇଛନ୍ତି ।