/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713518374.jpg)
Operation Prahar
ମାଓ ବିରୋଧୀ ଅପରେସନରେ ବଡ଼ ସଫଳତା । ନିର୍ବାଚନ ପୂର୍ବରୁ ସଫା ହୋଇଗଲେ ୨୯ ମାଓବାଦୀ । ଟଳିପଡ଼ିଲେ ଟପ୍ ମାଓନେତା । ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା ମାଓ କ୍ୟାମ୍ପ । ଦୁଇ ଦିନ ତଳେ କାଙ୍କେର ଜିଲ୍ଲା ଛୋଟିବେଠିଆ ଥାନା ହାପାଟୋଲା ଜଂଗଲରେ ବିଏସଏଫ୍ ଏବଂ ଡିଆରଜି ଯବାନ ମିଳିତ ଅପରେସନ୍ କରି ଏହି ସଫଳତା ପାଇଛନ୍ତି । ଏହାର ଗୋଟିଏ ଦିନ ପରେ ଆରମ୍ଭ ହୋଇଛି ଅପରେସନ୍ ପ୍ରହାର । ଦେଶରୁ ନକ୍ସଲବାଦ ଖତମ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରିଛି ସୁରକ୍ଷା ବାହିନୀ । ସୁରକ୍ଷା ବାହିନୀ ୧୭ ଟପ୍ ମାଓନେତାଙ୍କୁ ଚିହ୍ନଟ କରିଛନ୍ତି । ଅପରେସନ୍ ପ୍ରହାର ଅଧୀନରେ ପ୍ରସ୍ତୁତ ହୋଇଥିବା ତାଲିକାରେ ଟପ୍ ମାଓନେତା ମାଣ୍ଡଭି ହିଡମା ମଧ୍ୟ ସାମିଲ ରହିଛି ।
ଦକ୍ଷିଣ ସୁକମାର ପୁରଭର୍ତ୍ତୀ ଗ୍ରାମରେ ଜନ୍ମ ହୋଇଥିବା ହିଡମା, ୨୦୦୧ ମସିହାରୁ ମାଓ ସଂଗଠନ ସହ ଜଡିତ ରହିଛି ଏବଂ ବର୍ତ୍ତମାନର ସବୁଠାରୁ ଟପ୍ ମାଓନେତା ଭାବରେ ଜଣାଶୁଣା । ଚାରିଆଡ଼େ ହିଡମାର ନେଟୱାର୍କ ରହିଛି । AK-47 ବ୍ୟବହାର କରିବାରେ ହିଡ଼ମା ମାହିରି ବୋଲି ସୂଚନା ମଧ୍ୟ ରହିଛି । ବର୍ତ୍ତମାନ ସେ ଛତିଶଗଡର ସୁକମା ଜଙ୍ଗଲ ଲୁଚି ରହିଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ: ନିର୍ବାଚନର କିଛି ଘଣ୍ଟା ପୂର୍ବରୁ ପୁଲିଂ ବୁଥ୍ରେ ଯବାନଙ୍କ ସନ୍ଦେହ ଜନକ ମୃତ୍ୟୁ
କୁହାଯାଉଛି, ୨୦୨୩ ଡିସେମ୍ବରରୁ ଏଯାଏଁ ୬୮ ଜଣ ମାଓବାଦୀ ବସ୍ତର ଅଞ୍ଚଳରେ ନିପାତ ହେଲେଣି । ତେଣେ ଝାଡ଼ଖଣ୍ଡ ଗୋଏଲକେରା ଥାନା ଟେନ୍ ଟୋ ଜଙ୍ଗଲରେ ଧ୍ବଂସ ହୋଇଛି ଏକ ମାଓ କ୍ୟାମ୍ପ। ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ ପରେ ମାଓବାଦୀ ଖସିଯାଇଥିଲେ ବି ମିଳିଥିଲା ବିପୁଳ ବିସ୍ପୋରକ ସାମଗ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ଗତ ୩ ମାସ ଭିତରେ ଏନକାଉଣ୍ଟରରେ ୮୦ରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୨୫ ଜଣ ଗିରଫ ଏବଂ ୧୫୦ରୁ ଅଧିକ ଆତ୍ମସମର୍ପଣ କରିଛନ୍ତି। ଖୁବଶୀଘ୍ର ଦେଶରୁ ଖତମ ହୋଇଯିବ ନକ୍ସଲବାଦ।
ଅପରେସନ୍ ପ୍ରହାରର ମୂଳ ଉଦ୍ଦେଶ୍ୟ ହେଉଛି ଟପ୍ ନକ୍ସଲ ନେତାମାନଙ୍କୁ ମୂଳପୋଛ କରିବା । ଆଗାମୀ ଦିନରେ ଅପରେସନ୍ ଆହୁରି ଜୋରଦାର ହେବ ବୋଲି ସୂଚନା ମିଳିଛି । ଟପ୍ ମାଓନେତା ଲିଷ୍ଟରେ ରହିଛନ୍ତି ମୁପାଲା ଲକ୍ଷ୍ମଣ ରାଓ ( ଛତିଶଗଡ ), ନାମ୍ବଲା କେଶବ ରାଓ ( ଛତିଶଗଡ ), ମଲାରଜୀ ରେଡ୍ଡୀ , ମଲାଲାଜୁଲା ଭେନୁଗୋପାଲ , ମିସିର ବେସ୍ରା , ଚନ୍ଦ୍ରୀ ଯାଦବ , ଥିପାନି ଥିରୁପତି, ଆକ୍କି ରାଜ , କଡ଼ାରାତ ସତ୍ୟନାରାୟଣ ରେଡ୍ଡୀ, ପାଲୁରୀ ପ୍ରସାଦ ରାଓ, ମୋଡେମ୍ ବାଲକ୍ରିଷ୍ଣା , ରମଣନା , ସୁଧାକର, ପରଭେଜ୍ , ଅସିମ ମଣ୍ଡଳ, ହରି ଭୂଷଣ ଓ ମାଣ୍ଡଭି ହିଡ଼ମା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)