Advertisment

'ଏଥର ଓଡ଼ିଶାରେ ନବୀନଙ୍କ ସହ ସାମ୍ନାସାମ୍ନି ଲଢ଼େଇ'

‘ଆମେ ଓଡ଼ିଶା ଜନତାଙ୍କୁ ବିନମ୍ର ପ୍ରାର୍ଥନା କରୁଛୁ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ପାଇଁ ସୁଯୋଗ ଦିଅନ୍ତୁ। ଯେଉଁଠି ମୋଦିଙ୍କ ନେତୃତ୍ୱର ବିଜୟ ହୋଇଛି, ସେଠି ବିକାଶର ଗତି ତ୍ୱରାନ୍ୱିତ ହୋଇଛି।’

author-image
Manoranjan Behera
ଅଦ୍ୟତନ ହୋଇଛି
Amit Shah

Amit Shah

ଓଡ଼ିଶାରେ ଏକାକୀ ଲଢ଼ିବା ନେଇ ବିଜେପି ନିଷ୍ପତ୍ତିର କାରଣ ଖୋଲିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। କହିଲେ ଓଡ଼ିଆ ଭାଷା, ସଂସ୍କୃତି ଓ ଓଡ଼ିଶା ରାଜ୍ୟର ଗର୍ବ ପାଇଁ ଅଲଗା ଲଢ଼ିବାକୁ ନିଷ୍ପତ୍ତି ନେଲା ବିଜେପି। ଏହା ଆମ କାର୍ଯ୍ୟକର୍ତ୍ତାଙ୍କର ଦୃଢ଼ ମତ ଥିଲା ଏବଂ ମୁଁ ଭାବୁଛି ଓଡ଼ିଶା ଜନତାଙ୍କର ମଧ୍ୟ ଏହି ଦୃଢ଼ ମତ ଥିଲା। ସେହି ମତ ଆଧାରରେ ଆଗକୁ ବଢ଼ିଲୁ। ଏବେ ଆଉ ଦ୍ୱନ୍ଦ୍ୱ ନାହିଁ। ଏଥର ନବୀନଙ୍କ ସହ ସାମ୍ନାସାମ୍ନି ଲଢ଼େଇ ବୋଲି କହିଛନ୍ତି ଶାହ।

Advertisment

ସେ ଆହୁରି କହିଛନ୍ତି ଯେ, ଆମେ ଓଡ଼ିଶା ଜନତାଙ୍କୁ ବିନମ୍ର ପ୍ରାର୍ଥନା କରୁଛୁ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ପାଇଁ ସୁଯୋଗ ଦିଅନ୍ତୁ। ଯେଉଁଠି ମୋଦିଙ୍କ ନେତୃତ୍ୱର ବିଜୟ ହୋଇଛି, ସେଠି ବିକାଶର ଗତି ତ୍ୱରାନ୍ୱିତ ହୋଇଛି। 'ଇଣ୍ଡିଆ ଟୁଡେ'କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ଅମିତ ଶାହ।

ସରିଲା ୨୪ ମହାସଂଗ୍ରାମର ପ୍ରଥମ ଲଢ଼େଇ। ପଶ୍ଚିମବଙ୍ଗ ଓ ମଣିପୁରର କିଛି ଛୋଟମୋଟ ହିଂସାକୁ ଛାଡ଼ି ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ଆଜି ଭୋଟ୍ ପଡ଼ିଛି। ଇଭିଏମରେ ସିଲ୍ ହୋଇଛି ୮ କେନ୍ଦ୍ରମନ୍ତ୍ରୀ ୨ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧,୬୨୫ ପ୍ରାର୍ଥୀଙ୍କ ଭାଗ୍ୟ।

Advertisment

ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତର ସବୁଠୁ ବଡ଼ ଗଣତାନ୍ତ୍ରିକ ପର୍ବରେ ସାମିଲ ହେବାର ଉତ୍କଣ୍ଠା। ନେତା, ଜନତା, ଅଭିନେତା...ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ବୁଥ ଆଗରେ ଲମ୍ବା ଲାଇନ୍। ପ୍ରଥମ ଥର ଭୋଟ୍ ଦେଉଥିବା ଯୁବ ମତଦାତାଙ୍କଠାରୁ ଆରମ୍ଭ କରି ଶତାୟୁଙ୍କ ମନରେ ସେଇ ଉତ୍ସାହ ... ଗୋଟିଏ ଇଚ୍ଛା, ନିଜ ମନ ମୁତାବକ ପ୍ରାର୍ଥୀକୁ ଭୋଟ ଦେଇ ଆମରି ଭାଗ୍ୟ ଆମ ହାତେ ଗଢ଼ିବୁ।

Amit Shah CM Naveen Patnaik Odisha Politics General Elections 2024
Advertisment
Advertisment