Advertisment

ମତଦାନ ବେଳେ ଗର୍ଜିଲା ବନ୍ଧୁକ, ଏଣେ ତେଣେ ଦୌଡ଼ିବାକୁ ଲାଗିଲେ ଭୋଟର

ହିଂସାକାଣ୍ଡ ସତ୍ତ୍ୱେ ଲୋକେ ଭୋଟ ଦେବାକୁ ଆସୁଛନ୍ତି । ଦିନ ୧୨ଟା ସୁଦ୍ଧା ପଶ୍ଚିମବଙ୍ଗରେ ୩୩.୫୬ ପ୍ରତିଶତ ଭୋଟ ପଡ଼ିସାରିଛି । ସେହିଭଳି ମଣିପୁରରେ ୨୭.୭୪ ପ୍ରତିଶତ ଭୋଟ ଗ୍ରହଣ ସରିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Violence during Lok Sabha Elections 2024 Phase 1

Political Violence

ନିର୍ବାଚନ ଆରମ୍ଭ ହେଉ ହେଉ ପଶ୍ଚିମବଙ୍ଗରେ ହିଂସା । ଏନେଇ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ଟିଏମ୍‌ସି । ବିଜେପି ହିଂସା ଏବଂ ବିଶୃଙ୍ଖଳା ସୃଷ୍ଟି କରୁଛି ବୋଲି କହିଛି ଟିଏମ୍‌ସି । କୁଚ୍ ବିହାର ଜିଲ୍ଲାର ସିତଲକୁଚି ଅଞ୍ଚଳରେ ଟିଏମ୍‌ସି କର୍ମୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛି ଦଳ । ଖାଲି ସେତିକି ନୁହେଁ ଭୋଟର ମାନଙ୍କୁ ଧମକ ଚମକ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । 

Advertisment

ତେବେ କେବଳ ପଶ୍ଚିମବଙ୍ଗ ନୁହେଁ ମଣିପୁରରେ ବି ହିଂସାକାଣ୍ଡ ଦେଖିବାକୁ ମିଳିଛି । ମଣିପୁରରେ ଗର୍ଜିଛି ବନ୍ଧୁକ । ଇନର ମଣିପୁର ଏବଂ ଆଉଟର ମଣିପୁରରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ଆଉ ଏହି ସମୟରେ ହିଁ ଶୁଣିବାକୁ ମିଳିଛି ଗୁଳି ଫୁଟିବାର ଶବ୍ଦ । କିଛି ଦୁର୍ବୃତ୍ତ ଗୁଳି ଫୁଟାଇ ଫେରାର ହୋଇଯାଇଛନ୍ତି । ବନ୍ଧୁକ ଓ ଗୁଳି ଫୁଟିବା ଦେଖି ଭୋଟ ଦେବାକୁ ଆସିଥିବା ଲୋକେ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ । ଥମନପୋକ୍‌ପି ଥାନା ଅନ୍ତର୍ଗତ ଏକ ପୁଲିଂ ବୁଥ୍ ନିକଟରେ କିଛି ଦୁର୍ବୃତ୍ତ ଗୁଳି ଫୁଟାଇଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ: ନିର୍ବାଚନର କିଛି ଘଣ୍ଟା ପୂର୍ବରୁ ପୁଲିଂ ବୁଥ୍‌ରେ ଯବାନଙ୍କ ସନ୍ଦେହ ଜନକ ମୃତ୍ୟୁ

Advertisment

ତେବେ ଏହି ହିଂସାକାଣ୍ଡ ସତ୍ତ୍ୱେ ଲୋକେ ଭୋଟ ଦେବାକୁ ଆସୁଛନ୍ତି । ଦିନ ୧୨ଟା ସୁଦ୍ଧା ପଶ୍ଚିମବଙ୍ଗରେ ୩୩.୫୬ ପ୍ରତିଶତ ଭୋଟ ପଡ଼ିସାରିଛି । ସେହିଭଳି ମଣିପୁରରେ ୨୭.୭୪ ପ୍ରତିଶତ ଭୋଟ ଗ୍ରହଣ ସରିଛି । ଆଜି ମଣିପୁରର ଦୁଇଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଥିବା ବେଳେ ପଶ୍ଚିମବଙ୍ଗରେ ୩ଟି ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି।

ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରରେ ଆଜି ନିର୍ବାଚନ ଚାଲିଛି । ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଚାଲିଛି। ତାମିଲନାଡୁର ସମସ୍ତ ୩୯ଟି ଯାକ ସିଟରେ ଗୋଟିଏ ଦିନରେ ଭୋଟ୍ ଚାଲିଛି । ରାଜସ୍ଥାନର ୧୨ଟି, ଉତ୍ତର ପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ର, ଆସାମ ଓ ଉତ୍ତରାଖଣ୍ଡର ୫ଟି ଲେଖାଏଁ ଆସନରେ ଚାଲିଛି ମତଦାନ।

ବିହାରର ୪ଟି, ପଶ୍ଚିମବଙ୍ଗର ୩ଟି, ଅରୁଣାଚଳ  ପ୍ରଦେଶର ୨ଟି ଯାକ ଆସନ, ମଣିପୁରର ସମସ୍ତ ୨ଟି ଆସନ, ମେଘାଳୟର ସମସ୍ତ ୨ଟି ସିଟ୍ ଏବଂ ଛତିଶଗଡ଼, ତ୍ରିପୁରା, ମିଜୋରମ, ନାଗାଲାଣ୍ଡ, ଜାମ୍ମୁ କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ ଓ ପୁଡୁଚେରିର ଗୋଟିଏ ଲେଖାଏଁ ଆସନରେ ହେଉଛି ମତଦାନ। 

ତେବେ ଭୋଟ ପୂର୍ବରୁ ଲୋକତନ୍ତ୍ରର ମହାପର୍ବରେ ସମସ୍ତେ ସାମିଲ ହେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥର ରେକର୍ଡ ସଂଖ୍ୟାରେ ଭୋଟ ଦେଇ ଗଣତନ୍ତ୍ରର ପର୍ବ ପାଳନ କରିବାକୁ ସମସ୍ତଙ୍କୁ କହିଛନ୍ତି ମୋଦି ।  ବିଶେଷ କରି ପ୍ରଥମ ଥର ଭୋଟ ଦେଉଥିବା ଯୁବ ଭୋଟରଙ୍କୁ ନିଶ୍ଚିତ ଭୋଟ ଦେବାକୁ ସେ ଅପିଲ କରିଛନ୍ତି ।

BJP TMC General Elections 2024
Advertisment
Advertisment