Advertisment

ମୋର ଭୋଟ, ମୋର ଗର୍ବ; ଖରାବର୍ଷାକୁ ଖାତିର ନ କରି ପୋଲିଂ ବୁଥ୍‌ରେ ଭୋଟରଙ୍କ ଭିଡ଼

ମୋର ଭୋଟ, ମୋର ଗର୍ବ। ଗଣତନ୍ତ୍ରର ମହାପର୍ବର ଚମକ ଦେଖିଲା ଭାରତ। ଖରାବର୍ଷାକୁ ଖାତିର ନକରି ମତଦାନ କରିବାକୁ ପୋଲିଂ ବୁଥରେ ଭିଡ଼।

author-image
Manoranjan Behera
Election 2024

Election 2024

ପ୍ରଥମ ପର୍ଯ୍ୟାୟ ଭୋଟରେ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ଦେଶର ଭାଗ୍ୟ ନିର୍ଦ୍ଦାରଣ କରିବାକୁ ବହୁ ମାତ୍ରାରେ ଜନତା ଆସି ଭୋଟ ଦେଇଛନ୍ତି। ପ୍ରବଳ ଖରା ସାଙ୍ଗକୁ କିଛି ସ୍ଥାନରେ ବର୍ଷା ହୋଇଥିଲେ ବି ଲୋକେ ଖାତିର କରିନଥିଲେ। ଲୋକେ ଲାଇନରେ ଠିଆ ହୋଇ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେଇଥିଲେ। ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଶ ଉତ୍ସାହପୂର୍ଣ୍ଣ ରହିଛି।

Advertisment

ମୋର ଭୋଟ, ମୋର ଗର୍ବ। ଗଣତନ୍ତ୍ରର ମହାପର୍ବର ଚମକ ଦେଖିଲା ଭାରତ। ଖରାବର୍ଷାକୁ ଖାତିର ନକରି ମତଦାନ କରିବାକୁ ପୋଲିଂ ବୁଥରେ ଭିଡ଼। ମତଦାନ କରି ଦେଶର ଭାଗ୍ୟ ବିଧାତା ସାଜିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଶ ଉତ୍ସାହପୂର୍ଣ୍ଣ ରହିଛି। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଦିନର ମହତ୍ୱକୁ ସମସ୍ତେ ବୁଝିଛନ୍ତି। ଖାସ ସେଥିପାଇଁ ଲୋକେ ବୁଥ୍ ଆଗରେ ଲମ୍ବା ଲାଇନ ଲଗାଇ ଭୋଟ ଦେଇଛନ୍ତି।

ଦେଶର ବିଭିନ୍ନ ସ୍ଥାନର ମତଦାନ କେନ୍ଦ୍ରରୁ ଆସିଛି ନିଆରା ଦୃଶ୍ୟ। କେଉଁଠି ବିବାହ ସାରି ବର କନିଆ ଭୋଟ୍ ଦେବାକୁ ଆସିଛନ୍ତି, ତ ଆଉ କେଉଁଠି ଦୁର୍ଘଟଣାର  ଶୀକାର ହୋଇବି ଭୋଟ ଦେବାକୁ ଭୁଲି ନାହାନ୍ତି। ବିଶ୍ୱର ସବୁଠୁ ଗେଡି ମହିଳା ଜ୍ୟୋତି ଆମଗେ ମଧ୍ୟ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଛନ୍ତି। ନାଗପୁରରେ ଭୋଟ ଦେଇ ନିଜର ମୂଲ୍ୟବାନ ଭୋଟକୁ ସାବ୍ୟସ୍ତ କରିଛନ୍ତି। ଭାରତୀୟ ନିର୍ବାଚନର ସୁନ୍ଦରତାକୁ ଆଜି ସାରା ବିଶ୍ୱ ଦେଖିଛି।

Advertisment

ବୟସର ଅପରାହ୍ନରେ ବି ଦେଶ ପାଇଁ ନିଜର ଅସ୍ତିତ୍ବର ପରାକାଷ୍ଠା ଦେଖାଇଛନ୍ତି ବୟସ୍କ ଭୋଟର। କାହା ଉପରେ ସାହାରା ହୋଇ କିମ୍ବା ହୁଇଲ ଚେୟାର ହେଉ। ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେବା ସହ ମତଦାନ କରିବାକୁ ଅନ୍ୟମାନଙ୍କୁ ଅପିଲ କରିଛନ୍ତି। ଦାମ୍ପତ୍ୟ ଜୀବନର ଆରମ୍ଭ ପୂର୍ବରୁ ଦେଶର ଭବିଷ୍ୟତ ଗଠନରେ ନିଜର ଗୁରତ୍ୱ ବୁଝିଛନ୍ତି ନବଦମ୍ପତ୍ତି। ନବବିବାହିତ ଜୋଡି ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଛନ୍ତି। ଆସାମ, ଉତ୍ତରପ୍ରଦେଶ, ମହାରାଷ୍ଟ୍ରରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ବୁଲେଟର ଗର୍ଜନରୁ ବାହାରି ଆଜି ଭୋଟ ଦେଇଛି ମଣିପୁର। ହିଂସାର ଭୟରୁ ମୁକ୍ତ ହୋଇ ହଜାର ହଜାର ଲୋକ ଭୋଟ ଦେଇଛନ୍ତି। ରାଜ୍ୟରେ ଶାନ୍ତି ମୈତ୍ରୀ, ଅହିଂସା ଅଖଣ୍ଡତାକୁ ଭୋଟ ଦେଇଥିବା ଲୋକେ କହିଛନ୍ତି। ମଣିପୁରରେ ଦୁଇଟି ସିଟ୍‌ରେ ଭୋଟିଂ ହୋଇଛି। କିଛି ଶତାୟୁ ଭୋଟର ବି ନିଜର ମତ ସାବ୍ୟସ୍ତ କରିଛନ୍ତି। ତାମିଲନାଡୁରେ ଆଜି ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ ନିଜର ମତ ସାବ୍ୟସ୍ତ କରିଛନ୍ତି।

ଗଣତନ୍ତ୍ରର ଏହି ମହାନ ପର୍ବକୁ ଅବାଧ, ମୁକ୍ତ ଓ ସୁରକ୍ଷିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କଡା ସୁରକ୍ଷା ବ୍ୟବସ୍ଥା ସହ ମତଦାନ କେନ୍ଦ୍ରରେ ଖରାରୁ ମୁକ୍ତି ପାଇଁ ପାଣି ଓ ମେଡିକାଲ ଫେସିଲିଟି ମଧ୍ୟ ଥିଲା। ଆଜି ୧୦୨ ଆସନରେ ମତଦାନ ହୋଇଥିବା ବେଳେ ଏକ ଲକ୍ଷ ୮୭ ହଜାର ପୋଲିଂ ଷ୍ଟେସନର ବ୍ୟବସ୍ଥା ହୋଇଥିଲା।

General Elections 2024 Voters Voting
Advertisment
Advertisment