• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଅଭାବନୀୟ ଘଟଣା । ପୋଲିସ ଭ୍ୟାନ୍‌ ଭିତରେ ମହିଳାଙ୍କୁ ଦୁଷ୍କର୍ମ । ଜଣେ ମହିଳା କଏଦୀଙ୍କୁ ଚିକିତ୍ସା ପାଇଁ ନିଆଯିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ହରିୟାଣାରେ ଘଟିଛି । ଅଭିଯୋଗ ହୋଇଛି ଯେ ମହିଳା କଏଦୀ ଯେଉଁ ଗାଡିରେ ଥିଲେ ସେହି ଗାଡ଼ିରେ ଥିବା ଅନ୍ୟ ଦୁଇଜଣ କଏଦୀ ତାଙ୍କୁ ଦୁଷ୍କମ କରିଥିଲେ । ଏହି ମାମଲାରେ ପୋଲିସ ଉଭୟ କଏଦୀଙ୍କ ବିରୋଧରେ ମାମଲା ରୁଜୁ କରିଛି । 

ତେବେ ଏହି ଘଟଣା ଘଟିବା ସମୟରେ କଣ କରୁଥିଲେ ପୋଲିସ ? କେମିତି ପୋଲିସ ଭ୍ୟାନ୍‌ ଭିତିରେ କଲେ ଦୁଷ୍କର୍ମ ? କିପରି ସୁରକ୍ଷାକୁ ଭେଦ କରି କଲେ ଏତେ ବଡ଼ କାଣ୍ତ ? ଏଭଳି ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ଏଭଳି ଘଟଣାକୁ ନେଇ ପୋଲିସ କାଠଗଡ଼ାରେ ଠିଆ ହୋଇଛି । 

ଅଧିକ ପଢ଼ନ୍ତୁ: ରାଜଧାନୀରେ ବ୍ୟବସାୟୀଙ୍କୁ ହତ୍ୟା; ମିଟିଂ ପାଇଁ ଆସିଥିଲେ, ଶବ ପାଲଟିଲେ

ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ଦଣ୍ଡ ଭୋଗୁଥିବା ମହିଳା କଏଦୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ PGIରେ ଚିକିତ୍ସା କରାଯାଉଥିଲା ଓ ଚିକିତ୍ସା ପାଇଁ ୨୦ ଫେବୃଆରୀରେ ତାଙ୍କୁ କଏଦୀ ଗାଡିରେ ନିଆଯାଇଥିଲା । ମହିଳାଙ୍କ କହିବାନୁସାରେ, ଗାଡିରେ ମନୀଷ ଏବଂ ସତୀଶ ନାମକ ଅନ୍ୟ ଦୁଇଜଣ କଏଦୀ ଥିଲେ । ସେ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ସୁରକ୍ଷା କର୍ମୀମାନେ ଗାଡିଟିକୁ PGI ହସ୍ପିଟାଲରେ ପାର୍କିଂ କରି କାଗଜପତ୍ର ଯାଞ୍ଚ କରୁଥିଲେ, ସେତେବେଳେ ଦୁଇ ସହଯୋଗୀ କଏଦୀ ଥଣ୍ଡା ପାନୀୟରେ ମଦ ମିଶାଇ ତାଙ୍କୁ ଦୁଷ୍କର୍ମ କରିଥିଲେ ।

ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନର ଦାୟିତ୍ୱରେ ଥିବା ସୁଖବୀର କହିଛନ୍ତି ଯେ ମହିଳା କଏଦୀଙ୍କ ଅଭିଯୋଗ ଆଧାରରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ସେ କହିଛନ୍ତି ଯେ ଘଟଣା ସ୍ଥଳ PGI ହୋଇଥିବାରୁ 'ଜିରୋ ଏଫ୍‌ଆଇଆର' ପଞ୍ଜୀକୃତ ହୋଇଥିଲା ଏବଂ ମାମଲା ରୋହତକ ପୋଲିସକୁ ଯାଞ୍ଚ ପାଇଁ ପଠାଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାର ତଦନ୍ତ କରାଯାଉଥିବା ପୋଲିସ କହିଛି ।