/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713515460.jpg)
K. Annamalai
ନିର୍ବାଚନ ଭିତରେ ଡିଏମକେ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ତାମିଲନାଡ଼ୁ ମୁଖ୍ୟ ଆନ୍ନାମଲାଇ । କୋଏମ୍ବାଟୁରୁରେ ଡିଏମକେ ହଜାରେ କୋଟି ଟଙ୍କା ସାରିଛି । କେବଳ ଆନ୍ନାମଲାଇ ଓ ବିଜେପିକୁ ହରାଇବାକୁ ଘରକୁ ଘର ବୁଲି ଟଙ୍କା ବଣ୍ଟା ଯାଉଛି। କୋଏମ୍ବାଟୁର ଭଳି ସାରା ତାମିଲନାଡ଼ୁରେ ଏବେ ଟଙ୍କା ଭରସାରେ ଡିଏମକେ ନିର୍ବାଚନ ଲଢ଼ୁଥିବା ଅଭିଯୋଗ ସେ କରିଛନ୍ତି।
ଅନ୍ୟପକ୍ଷରେ ଡିଏମକେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ନିର୍ବାଚନ ହାରୁଥିବା ଜାଣି ବିଜେପି ଏଭଳି କହୁଛି ବୋଲି ପାଲଟା ଅଭିଯୋଗ କରିଛି ଡିଏମ୍କେ ।
ଅଧିକ ପଢ଼ନ୍ତୁ: ମତଦାନ ବେଳେ ଗର୍ଜିଲା ବନ୍ଧୁକ, ଏଣେ ତେଣେ ଦୌଡ଼ିବାକୁ ଲାଗିଲେ ଭୋଟର
ଅନ୍ୟପଟେ ଭୋଟ୍ ଦେଉଛି ପୁରା ଭାରତ, ଜନତା ବାଛୁଛନ୍ତି ନେତା। ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ରରେ ନିର୍ବାଚନ ଚାଲିଛି । ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଚାଲିଛି । ତାମିଲନାଡୁର ସମସ୍ତ ୩୯ଟି ଯାକ ସିଟରେ ଗୋଟିଏ ଦିନରେ ଭୋଟ୍ ଚାଲିଛି । ରାଜସ୍ଥାନର ୧୨ଟି, ଉତ୍ତର ପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ର, ଆସାମ ଓ ଉତ୍ତରାଖଣ୍ଡର ୫ଟି ଲେଖାଏଁ ଆସନରେ ଚାଲିଛି ମତଦାନ। ବିହାରର ୪ଟି, ପଶ୍ଚିମବଙ୍ଗର ୩ଟି, ଅରୁଣାଚଳ ପ୍ରଦେଶର ୨ଟି ଯାକ ଆସନ, ମଣିପୁରର ସମସ୍ତ ୨ଟି ଆସନ, ମେଘାଳୟର ସମସ୍ତ ୨ଟି ସିଟ୍ ଏବଂ ଛତିଶଗଡ଼, ତ୍ରିପୁରା, ମିଜୋରମ, ନାଗାଲାଣ୍ଡ, ଜାମ୍ମୁ କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ବୀପ ଓ ପୁଡୁଚେରିର ଗୋଟିଏ ଲେଖାଏଁ ଆସନରେ ହେଉଛି ମତଦାନ।
ସେହିପରି ତାମିଲନାଡ଼ୁ ସମେତ ୧୭ ରାଜ୍ୟରେ ହେଭିୱେଟ୍ ପ୍ରାର୍ଥୀ, ମୁଖ୍ୟମନ୍ତ୍ରୀ ତଥା ବିଭିନ୍ନ ଦଳର ବରିଷ୍ଠ ନେତା ଭୋଟ୍ ଦେଉଛନ୍ତି । ଚେନ୍ନାଇରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍, ବିଜେପି ରାଜ୍ୟ ସଭାପତି ଆନାମଲ୍ଲାଇ ମତଦାନ ସାବ୍ୟସ୍ତ କରିଛନ୍ତି। ସେହିପରି ବରିଷ୍ଠ କଂଗ୍ରେସ ନେତା ଚିଦାମ୍ବରମ, ବିଜେପି ନେତ୍ରୀ ସୌନ୍ଦର୍ଯ୍ୟରାଜନ୍ ବି ଭୋଟ୍ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)