• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କାଙ୍କେର୍ ଟ୍ରେଲର୍ ପରେ ଥରହର ଲାଲଗଡ଼ ! ପୂରା ଫିଲ୍ମ ଦେଖାଇବ 'ଅପରେସନ୍ ପ୍ରହାର' ! ହିଟ୍ ଲିଷ୍ଟରେ ହିଡ଼ମା ସମେତ ୧୭ ଦୁର୍ଦ୍ଦାନ୍ତ ମାଓ କମାଣ୍ଡର ! ଦେଶରୁ ନକ୍ସଲବାଲର ମୂଳୋତ୍ପାଟନ ପାଇଁ 'ଅପରେସନ ପ୍ରହାର'ରେ ପ୍ରସ୍ତୁତ ହୋଇଛି ୧୭ ଜଣିଆ ହିଟ୍ ଲିଷ୍ଟ। ୧୭ ଜଣ ଖତରନାକ୍ ନକ୍ସଲ ନେତାଙ୍କୁ ଚିହ୍ନଟ କରାଯାଇଥିବା ବେଳେ, ସେମାନଙ୍କୁ ନିପାତ କରିବାକୁ ଜଙ୍ଗଲର ଚପ୍ପା ଚପ୍ପା ଅଣ୍ଡାଳୁଛନ୍ତି ସୁରକ୍ଷା କର୍ମୀ । ସରେଣ୍ଡର ନ କେଲ ସଫା ହୋଇଯିବା ସୁନିଶ୍ଚିତ । ଏହି ୧୭ ଜଣିଆ ହିଟ୍ ଲିଷ୍ଟରେ ରହିଛି କୁଖ୍ୟାତ ମାଓ କମାଣ୍ଡର ମାଣ୍ଡୱି ହିଡ଼ମା ଓରଫ୍ ହିଡ଼ମାଲୁ ଓରଫ୍ ସନ୍ତୋଷ । ସେ ଏବେ ସୁକମା ଜଙ୍ଗଲରେ ଲୁଚିଥିବା ଜାଣିବାକୁ ପାଇଛନ୍ତି ସୁରକ୍ଷାକର୍ମୀ।

ଛତିଶଗଡ଼ରେ ସକ୍ରିୟ ଥିବା ଅନ୍ୟ ନକ୍ସଲ ନେତାମାନେ ହେଲେ ହରି ଭୂଷଣ, ରମନ୍ନା, ଥିପାନି ତିରୁପତି, ମାଡ୍ ଅଞ୍ଚଳର ମୁପ୍ପାଲା ଲକ୍ଷ୍ମଣ ଓ ନମ୍ବଲା କେଶବ ରାଓ; ଛତିଶଗଡ଼ ସୀମାନ୍ତରେ କେ. ସତ୍ୟନାରାୟଣ ରେଡ୍ଡି; ଝାଡ଼ଖଣ୍ଡର ମିଶିର ବେଶ୍ରା ଓ ସୁଧାକର; ଛତିଶଗଡ଼ ଓ ମହାରାଷ୍ଟ୍ର ଜଙ୍ଗଲରେ ସକ୍ରିୟ ଏମ୍. ବେଣୁଗୋପାଳ; ଛତିଶଗଡ଼ ଓ ଝାଡ଼ଖଣ୍ଡ ଜଙ୍ଗଲରେ ସକ୍ରିୟ ଚନ୍ଦ୍ରୀ ଯାଦବ; ଛତିଶତଗଡ଼ ଓ ତେଲେଙ୍ଗାନାରେ ସକ୍ରିୟ ପାଲୁରି ପ୍ରସାଦ ରାଓ, ଝାଡ଼ଖଣ୍ଡ; ଓ ପଶ୍ଚିମବଙ୍ଗର ଅସୀମ ମଣ୍ଡଳ ।

କେବଳ ଏମାନେ ନୁହଁନ୍ତି, ଓଡ଼ିଶାରେ ସକ୍ରିୟ ଥିବା ୩ ନକ୍ସଲ ମଧ୍ୟ ଅଛନ୍ତି ସୁରକ୍ଷା କର୍ମୀଙ୍କ ସୁଟ୍-ଆଟ୍-ସାଇଟ୍ ତାଲିକାରେ । ଓଡ଼ିଶାରେ ସକ୍ରିୟ ମଡେମ୍ ବାଲାକ୍ରିଷ୍ଣା, ଆନ୍ଧ୍ର-ଓଡ଼ିଶା ସୀମାରେ ସକ୍ରିୟ ଅକ୍କି ରାଜ୍ ଓରଫ୍ ହରଗୋପାଳ ଏବଂ ଆନ୍ଧ୍ରପ୍ରଦେଶ-ଓଡ଼ିଶା-ଛତିଶଗଡ଼ ଟ୍ରାଇଜଙ୍କସନରେ ଅପରେଟ୍ କରୁଥିବା ମଲ୍ଲରାଜି ରେଡ୍ଡି । ବାକି ଜଣେ ମାଓବାଦୀ ପରଭେଜର ଏ ଯାଏଁ ପତ୍ତା ମିଳିନଥିଲେ ବି, ତାକୁ ମଧ୍ୟ ଟ୍ରାକ୍ କରି ନିପାତ କରିବାକୁ ଚେଷ୍ଟା ଚାଲିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଲାଲବାହିନୀର ଗଡ଼ କୁହାଯାଉଥିବା ବସ୍ତର ଡିଭିଜନରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଟଳିଲେଣି ୭୯ ମାଓବାଦୀ। ଗତ ୧୫ ଦିନ ଭିତରେ ୨ଟି ବଡ଼ ଅପରେସନରେ ଢେର୍ ହେଲେଣି ୪୨ ନକ୍ସଲ । ଦୁଇ ଦିନ ତଳେ କାଙ୍କେରରେ ଶଙ୍କର ରାଓ ସମେତ ୨୯ ମାଓବାଦୀ ସଫା ହେବା ପରେ, ବଢ଼ିଛି ସୁରକ୍ଷାକର୍ମୀଙ୍କ ମନୋବଳ।

ମାଓବାଦୀ ମାନେ ଯେଉଁଠି ଆଡ୍ଡା କରିଥିଲେ, କୁହାଯାଉଛି ଠିକ ସେହି ସ୍ଥାନର ପିନ୍-ପଏଣ୍ଟ ଲୋକେସନ୍ ଡାଟା ଓ ଗ୍ରୀଡ୍ ମ୍ୟାପ୍ ଦେଇଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ। ବସ୍ତର ଆଇଜି ମଧ୍ୟ କହିଛନ୍ତି ଯେ, ମାଓ ବିରୋଧୀ ଅପରେସନ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ଏହାକୁ ଆହୁରି ଜୋରଦାର କରାଯିବ । ଖୁବଶୀଘ୍ର ଦେଶରୁ ନକ୍ସଲବାଦ ଖତମ ହୋଇଯିବ ବୋଲି ଦୃଢ଼ୋକ୍ତ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।