Advertisment

ଆପଣ ଫାଷ୍ଟ୍‌ ଟାଇମ୍‌ ଭୋଟର କି ? ଯାଆନ୍ତୁ ଏହି ବିମାନରେ, ପାଇବେ ରିହାତି....

ଯୁବକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଭୋଟ୍ ଦେବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ #VoteAsYouAre ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Discount To First-Time Voters

Discount To First-Time Voters

ଆଜିଠୁ ଆରମ୍ଭ ହୋଇଛି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ନିର୍ବାଚନ ସମୟ ମଧ୍ୟରେ ଟାଟା ଗ୍ରୁପ୍‌ର ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ପ୍ରଥମ ଥର ପାଇଁ ଭୋଟ୍‌ ଦେବାକୁ ଥିବା ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ଏକ ବଡ଼ ଘୋଷଣା କରିଛି । ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି କି ଆଗାମୀ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ୍‌ ଦେବାକୁ ଥିବା ଭୋଟରଙ୍କୁ କମ୍ପାନୀ ବିଶେଷ ରିହାତି ଦେବ । ଏହି ଡିସକାଉଣ୍ଟ ୧୯ ପ୍ରତିଶତ ପର୍ଯ୍ୟନ୍ତ ରହିବ।

Advertisment

ଅଧିକ ପଢ଼ନ୍ତୁ: ୬ ଟି ଜିଲ୍ଲାରେ ମିଳିଲାନି ଗୋଟିଏ ବି ଭୋଟ୍, ଅଲଗା ରାଜ୍ୟ ଦାବିରେ ଅଟଳ ସ୍ଥାନୀୟ ଜନତା

ଯୁବକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଭୋଟ୍ ଦେବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ #VoteAsYouAre ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି। ଏହା ଅଧୀନରେ, ୧୮ ରୁ ୨୨ ବର୍ଷ ବୟସର ଭୋଟରମାନେ ଏହି ରିହାତି ପାଇବେ। କମ୍ପାନୀ ଏକ ବିବୃତ୍ତିରେ କହିଛି କି ସମ୍ପୃକ୍ତ ନିର୍ବାଚନମଣ୍ଡଳୀ ନିକଟ ବିମାନବନ୍ଦରକୁ ଯାତ୍ରା କରିବା ପାଇଁ ଭୋଟରଙ୍କୁ ଏହି ରିହାତି ମିଳିବ। ଏହି ଡିସକାଉଣ୍ଟ ଅବଧି ଏପ୍ରିଲ ୧୮ ରୁ ଜୁନ୍ ୧ ପର୍ଯ୍ୟନ୍ତ ରହିବ । ତେବେ ଏହି ରିହାତି ଟିକେଟର ବୁକିଂ ଏୟାରଲାଇନ୍ସର ମୋବାଇଲ୍ ଆପ୍ ଏବଂ ୱେବସାଇଟ୍ www.airindiaexpress.com ମାଧ୍ୟମରେ କରିପାରିବେ।

Advertisment

ଏୟାର ଇଣ୍ଡିଆ ଏକ୍ସପ୍ରେସର ସିଇଓ ଅଙ୍କୁର ଗର୍ଗ କହିଛନ୍ତି ଯେ ଏୟାର ଇଣ୍ଡିଆ ଏକ୍ସପ୍ରେସ ସବୁବେଳେ ପରିବର୍ତ୍ତନ ପାଇଁ ଆଗକୁ ବଢ଼ି କାର୍ଯ୍ୟ କରିଛି। କମ୍ପାନୀ ଏହାର ୧୯ତମ ବାର୍ଷିକୀ ପାଇଁ ପ୍ରସ୍ତୁତ ହେଉଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ଏହାର ସ୍ୱତନ୍ତ୍ର ପଦକ୍ଷେପ #VoteAsYouAre ଅଭିଯାନ ଆରମ୍ଭ କରିଛି ।

ଟାଟା ଗ୍ରୁପର ବିମାନ କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ସମଗ୍ର ଭାରତୀୟ ରାଜ୍ୟରେ ୩୧ଟି ଗନ୍ତବ୍ୟ ସ୍ଥଳକୁ ବିମାନ ଚଳାଚଳ କରୁଛି। ଏଥିମଧ୍ୟରେ ପଞ୍ଜାବର ଅମୃତସର, ଉତ୍ତରପ୍ରଦେଶର ଅଯୋଧ୍ୟା, ଦିଲ୍ଲୀ, ଗୋଆ, ଗୁଆହାଟି, ଗ୍ୱାଲିଅର, ହାଇଦ୍ରାବାଦ, ମଣିପୁରର ଇମ୍ଫାଲ, ଇନ୍ଦୋର, ମଧ୍ୟପ୍ରଦେଶର ଜୟପୁର, କେରଳର କନ୍ନୁର, କୋଚି ଏବଂ କୋଜିକୋଡେ, କୋଲକାତା, ଲକ୍ଷ୍ନୌ, ଶ୍ରୀନଗର, ରାଞ୍ଚି, ପୁଣେ, ମୁମ୍ବାଇ, ବାରାଣାସୀ ଆଦି ପ୍ରମୁଖ ସହର ଅନ୍ତର୍ଭୁକ୍ତ।

Tata Group Air India Express General Elections 2024
Advertisment
Advertisment