ସୁନ୍ଦରଗଡ ଲୋକସଭା କ୍ଷେତ୍ରର ୭ଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ଦୃଷ୍ଟିବାଧିତ ବୃଦ୍ଧା ଓ ସାଧାରଣ ଭୋଟର । ଭୋଟ କେନ୍ଦ୍ରକୁ ଯାଇ ନିଜର ମତ ସାବ୍ୟସ୍ତ କରିଛନ୍ତି ।
କେବଳ ବଡ଼ ବଡ଼ ଟ୍ରାଭେଲ ଏଜେନ୍ସି ନୁହନ୍ତି, ଅଟୋ ବାଲା, ଟାକ୍ସିବାଲା ବି ମାଗଣା ଅଫର ରଖିଛନ୍ତି ।
ସରିଲା 24 ମହାସଂଗ୍ରାମର ପ୍ରଥମ ଲଢ଼େଇ। ପଶ୍ଚିମବଙ୍ଗ ଓ ମଣିପୁରର କିଛି ଛୋଟମୋଟ ହିଂସାକୁ ଛାଡ଼ି ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ଆଜି ଭୋଟ୍ ପଡ଼ିଛି ।
ମୋର ଭୋଟ, ମୋର ଗର୍ବ। ଗଣତନ୍ତ୍ରର ମହାପର୍ବର ଚମକ ଦେଖିଲା ଭାରତ। ଖରାବର୍ଷାକୁ ଖାତିର ନକରି ମତଦାନ କରିବାକୁ ପୋଲିଂ ବୁଥରେ ଭିଡ଼।
ସ୍ବାଧୀନତାର ୭୫ ବର୍ଷ ପରେ ବି ଅଛି କି, ନାହିଁ ନାହିଁର ଗାଁ। ରହିବାକୁ ଖଣ୍ଡିଏ ପକ୍କା ଘର, ପିଇବାକୁ ବିଶୁଦ୍ଧ ପାଣି ଆଉ ସରକାରଙ୍କ ଯୋଜନା ପହଁଚିବାକୁ ପକ୍କା ରାସ୍ତା, ଏବେବି ଅନେକ ଗାଁ ପାଇଁ ସାତସପନ। ନିର୍ବାଚନ ଆସିଲେ ନେତାଙ୍କ ଗାଁ କଥା ମନେ ପଡ଼େ।
ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା। ୮୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ। ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର।
ରାସ୍ତା ନାହିଁ ତ ଭୋଟ୍ ନାହିଁ । ବିକାଶ ନାଁରେ ମିଛ ପ୍ରତିଶ୍ରୁତି ଦେଇଥିବା ସରକାରକୁ ଜବାବ ଦେବାକୁ ବଜ୍ର ଶପଥ ନେଉଛନ୍ତି ଗାଁ ଲୋକେ । ଭୋଟ୍ ବର୍ଜନ ପାଇଁ ଚେତାବନୀ ଦେଉଛନ୍ତି ।
ଏବେ ରାଜ୍ୟ ସରକାରଙ୍କ ଢୋଲପିଟା ଯୋଜନାର ନଗ୍ନଚିତ୍ର ସହ ଦାଉ ଦାଉ ହୋଇ ବାରିହେଉଛି ନିର୍ବାଚନବେଳର ମିଥ୍ୟା ପ୍ରତିଶ୍ରୁତି।
ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳର ଭରପୂର ଉଦ୍ୟମ । ବିଜେଡି ସରକାରଙ୍କ ସ୍କିମ୍ ବନାମ ବିଜେପିର ମତଦାତା ସଚେତନତା ଅଭିଯାନ । କଂଗ୍ରେସ ବି ଯୁବକଙ୍କୁ ଟ୍ରେନିଂ ଦେଇ କରିବ ନିର୍ବାଚନ ପାଇଁ ପ୍ରସ୍ତୁତ କରିବ ।
ଆମ ଓଡ଼ିଶା, ନବୀନ ଓଡ଼ିଶା ସ୍କିମ୍ ନାଁରେ ଗ୍ରାମାଂଚଳ ଭୋଟ୍ ହାତେଇବାକୁ ବିଜେଡିର ପ୍ରୟାସ । ଦଳୀୟ ନେତାମାନେ ଗାଁ ଗାଁ ବୁଲି, ପ୍ରକଳ୍ପ ବାଛିବା ଆଳରେ କରୁଛନ୍ତି ସଭା ସମିତି । ନୂଆ ସ୍କିମରେ ପଂଚାୟତ ପିଛା ୫୦ ଲକ୍ଷ ପର୍ଯ୍ୟନ୍ତ ସହାୟତା ଦିଆଯିବା ବ୍ୟବସ୍ଥା ଥିବାରୁ ଏଥିରୁ ଭରପୁର ଫାଇଦା ଉଠାଇବା ଚକ୍କରରେ ରହିଛି ଶାସକ ଦଳ ।
ଭୋଟରଙ୍କୁ ହାତରେ ରଖିବା ପାଇଁ ବିଜେଡିର ବଡ଼ ପ୍ଲାନ୍ । ନବୀନ ଓଡ଼ିଶା ସ୍କିମ୍ ମାଧ୍ୟମରେ ଗାଁ ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ପ୍ରଶାସନ ବଦଳରେ ବିଜେଡି ନେତା ଆଣୁଛନ୍ତି ପ୍ରସ୍ତାବ! ପ୍ରକଳ୍ପ ଚୟନ ନାଁରେ ହେଉଛି ଦଳୀୟ ସଭା ସମିତି, ପ୍ରସ୍ତୁତ ହେଉଛି ଗାଁ ଭୋଟ୍ ପ୍ଲାନ ।
କାହା ମଥାରେ ଲଗାଇ ଦିଆଯାଉଛି ଫୁଲ ଚନ୍ଦନ...ତ ଆଉ କାହା ଉପରେ କରାଯାଉଛି ପାଣି ସ୍ପ୍ରେ। ହାତରେ ପରିଚୟପତ୍ର ଖଣ୍ଡେ ଖଣ୍ଡେ ଧରି ଲମ୍ବା ଧାଡ଼ିରେ ଅପେକ୍ଷାରତ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ମତଦାତା। ଯୁବଠୁ ବୟସ୍କ ଅବା ଦିବ୍ୟାଙ୍ଗ ଭୋଟର। ୪୦ ଡିଗ୍ରୀରୁ ଅଧିକ ତାତିରେ ବି ଉତ୍ସାହର ସହ ନିଜକୁ ସାମିଲ କରିଛନ୍ତି ଗଣତନ୍ତ୍ରର ମହାନ ପର୍ବରେ।
ଲୋ ବୋଉଲୋ...କି ନାଚଲୋ...ଖାଲି ଅଣ୍ଟା ଦୋହଲୁଛି। ଇଏ କଣ ନିର୍ବାଚଳ ଫଳର ନାଚ ନାଁ ଆଉ କିଛି କିରେ ନାରଣ? ହେ...ସେଗୁଡ଼ା ତୁ ବୁଝି କଣ କରିବୁ? ଦେଖ୍ ଦେଖ୍ ନାଚ ଦେଖ୍...
ଭାଇଲୋ…ଏ ଭାଇ। ଦେଶୀ ନା ବିଦେଶୀ? ନେତାଏ ପେଟେ ପିଇବାକୁ ଦେଇଛନ୍ତି , ଆଉ ଭାଇ ବି ଜମା ଫୁରସତ ଦେଇନାହାନ୍ତି। ଏ ବ୍ୟାଗ ଭିତରେ କଣ ଅଛି କିରେ ନାରଣ? କୁକୁଡ଼ା ବୋଧହୁଏ ପଶିଛି...
ଏତେ ବଡ଼ ଭୋଟ୍ ଗଲା। ଆମକୁ ତ ଟଙ୍କା କିଏ ଦେଲେନି...ଭତ୍ତା, ଜୋତା, ଛତା ଗଲା କୁଆଡ଼େ? ଏ ଦଳରୁ ଟଙ୍କା ଖାଇ ସେ ଦଳରେ ଭୋଟ୍ କିଏ ଦେଲା କିରେ ନାରଣ?
ସେ କଟକର ବିଧାୟକ ଥିଲେ। ଏବେ ପୁଅକୁ ବିଧାୟକ କରି ମୁହାଁଇଛନ୍ତି କେନ୍ଦ୍ରାପଡା ଆଡେ। ଭୋଟ ବେଳେ ଗାଁକୁ ଯାଇ ଦେଉଛନ୍ତି ଭୋଜି...
ପଂଚାୟତ ନିର୍ବାଚନ ପାଇଁ ଗାଁ ମୁହାଁ ନେତା। କାହାକୁ କରୋନା କମଳ ବାଂଟି ଦେଉଛନ୍ତି ତ କାହାର ଗୋଡ଼ ଧରିନେଉଛନ୍ତି...କହୁ କହୁ କହିଦେଉଛନ୍ତି ଆମେ ନେଇ ନେଇ ନେତା, ଆମେ ପୁଣି କାହାକୁ କ’ଣ ଦେବୁ?
ଭୋଟ ଦେବ କୋଉଠି ଜିଅନ୍ତା ମାଛ ଚିହ୍ନ ଯୋଉଠି। ମୋ ବୋଉଲୋ...ଏ ନାନି କଣ ଜିଅନ୍ତା ମାଛ ଧରି ଘରକୁ ଘର ବୁଲୁଛନ୍ତି, ନାରଣରେ ସେ ମାଛ ଖାଇବାକୁ ଦେବେନିରେ ମାଛ ଚିହ୍ନକୁ ଭୋଟ ଦେବା ପାଇଁ କହୁଛନ୍ତି...ଦେଖନ୍ତୁ ଏହି ଭିଡ଼ିଓ