• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜିକାଲି କ୍ୟାନସର ଏକ ସାଧାରଣ ରୋଗ ହୋଇଗଲାଣି । ବିଶ୍ୱ ସାରା ମାଡ଼ି ଚାଲିଛି କ୍ୟାନସର୍ । ଏହାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମେଡିସିନ ନଥିବା ବେଳେ କେବଳ ସଚେତନତା ଦ୍ୱାରା ହିଁ ଏଥିରୁ ରକ୍ଷା ପାଇହେବ । ତେବେ ଆପଣ ଜାଣନ୍ତି କି, ଘରେ ବ୍ୟବହାର ହେଉଥିବା ବାସନ ଦ୍ୱାରା ମଧ୍ୟ ଏହା ସୃଷ୍ଟି ହୋଇପାରେ ।

ପ୍ରତିବର୍ଷ କ୍ୟାନସରରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି । ଡାକ୍ତରଙ୍କ ଅନୁସାରେ ଲୋକମାନଙ୍କର ଜୀବନଶୈଳୀ, ଖାଦ୍ୟ, ପ୍ରଦୂଷିତ ଓ ବିଷାକ୍ତ ପରିବେଶ ଏଥି ନିମନ୍ତେ ଦାୟୀ ଅଟେ । କାର୍ସିନୋଜେନିକ୍ ନାମକ ଏକ ପଦାର୍ଥ ବର୍ତ୍ତମାନ ଘରୋଇ ବାସନରେ ରହୁଛି । ଏହା ହିଁ ମୁଖ୍ୟତଃ କ୍ୟାନସର କରାଇଥାଏ ।

ଗବେଷଣା ଅନୁସାରେ, କାର୍ସିନୋଜେନିକ୍ ସୂର୍ଯ୍ୟଠାରୁ ଆସୁଥିବା ଅତି ବାଇଗଣୀ ରଶ୍ମୀଠାରୁ ମଧ୍ୟ ଅଧିକ କ୍ଷତିକାରକ ହୋଇପାରେ । ଟେଫଲନ୍ ଦ୍ୱାରା ତିଆରି ହୋଇଥିବା ପାତ୍ରଗୁଡ଼ିକରେ ରୋଷେଇ କରିବା ଦ୍ୱାରା କ୍ୟାନସରର ଆଶଙ୍କା ବଢ଼ିଥାଏ । ଉଚ୍ଚ ତାପମାତ୍ରାରେ ଏହା ଗରମ ହେବା ଦ୍ୱାରା ସେଥିରୁ ରାସାୟନିକ ପଦାର୍ଥ ବାହାରିଥାଏ ।

ଏଣୁ ଏପରି ରୋଷେଇ ବାସନ ବଦଳରେ ସେରାମିକ୍ କିମ୍ବା କାଷ୍ଟ୍ ଆଇରନ୍ ଯୁକ୍ତ ବାସନ ବ୍ୟବହାର କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ପ୍ଲାଷ୍ଟିକ ମଧ୍ୟ କ୍ୟାନସର କରାଇଥାଏ ବୋଲି ଜଣାପଡ଼ିଛି । ପ୍ଲାଷ୍ଟିକ ଅପେକ୍ଷାକୃତ ଶସ୍ତାରେ ମିଳୁଥିବାରୁ ଅନେକ ବ୍ୟବହାର କରିଥାଆନ୍ତି । କିନ୍ତୁ ଏହା କ୍ୟାନସରର କାରଣ ହେଉଛି ।

ପ୍ଲାଷ୍ଟିକ ବଦଳରେ ଗ୍ଲାସ୍ କିମ୍ବା ଷ୍ଟେନଲେସ୍ ଷ୍ଟିଲ୍ ବ୍ୟବହାର କରିବାରୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ବଜାରରେ ମିଳୁଥିବା ସଫେଇ ସାମଗ୍ରୀ ଦ୍ୱାରା ମଧ୍ୟ କ୍ୟାନସର ହେଉଛି । ଯେପରି ଡିଟରଜେଣ୍ଟ, ଗ୍ରୀସ କଟିଂ ଏଜେଣ୍ଟ । ଏହି ସବୁରେ ଆମୋନିଆ, ଇଥିଲିନ୍ ଗ୍ଲାଇକଲ୍, ଟ୍ରାଇସୋଡିୟମ୍ ଫସଫେଟ୍, ସୋଡିୟମ୍ ହାଇପୋକ୍ଲୋରାଇଡ୍ ଆଦି ରହିଛି । ଏହି ରାସାୟନିକ ପଦାର୍ଥଗୁଡ଼ିକ ହିଁ କ୍ୟାନସର ସୃଷ୍ଟି କରିଥାଏ ।

ଏହା ସହ ସେଣ୍ଟେଡ କ୍ୟାଣ୍ତେଲ୍, ପେଟ୍ରୋଲିୟମ୍, ପରଫ୍ୟୁମ୍, ପାରାଫିନ୍ ଆଦି ମଧ୍ୟ କ୍ୟାନସର୍ କରାଉଥିବା ଜଣାପଡ଼ିଛି । ସେଣ୍ଟେଡ ମହମବତୀ ଜଳିବା ଫଳରେ ସେ ଧୂଆଁ ସିଗାରେଟ ଧୂଆଁ ସହ ସମାନ ହୋଇଥାଏ । ଏସବୁରେ କାର୍ସିନୋଜେନ୍ ରହିଥାଏ । କାର୍ସିନୋଜେନ୍ DNA ସହ ମିଶି କ୍ୟାନସର କରାଇଥାଏ ।