• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜନଗହଳି ବସ୍‌ରେ ବିକିନି ପିନ୍ଧି ପଶିଲେ ମହିଳା । ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ ଘଟଣା । ଗତ କିଛିଦିନ ହେବ ଦିଲ୍ଲୀ ବହୁ ପ୍ରକାର ଅଶ୍ଲୀଳ କାର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହି ଆସିଛି । ଲଗାତାର ଦିଲ୍ଲୀ ମେଟ୍ରୋରେ ଯୁବକ ଯୁବତୀମାନଙ୍କର ଅଶ୍ଲୀଳ ଭିଡିଓ ଭାଇରାଲ ହେଉଛି । ବର୍ତ୍ତମାନ ଏହି ବିକୃତ ମାନସିକତା ଦିଲ୍ଲୀର ବସ୍ ପର୍ଯ୍ୟନ୍ତ ଆସି ପହଞ୍ଚିଛି ।

ପ୍ରବଳ ଗରମ ଭିତରେ ଦିଲ୍ଲୀର ଜଣେ ମହିଳା ବିକିନି ପିନ୍ଧି ବସ୍ ରେ ଚଢ଼ିଛନ୍ତି । ଏହାକୁ ନେଇ ତାଙ୍କୁ ଭୀଷଣ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି । ମହିଳା ଜଣକ ବିକିନିରେ ଜନଗହଳି ବସ୍ ରେ ଯାତ୍ରା କରିଛନ୍ତି । ଏନେଇ ଏକ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେଉଛି । ମହିଳା ଜଣଙ୍କୁ ଏପରି କାର୍ଯ୍ୟ ପାଇଁ ଭୀଷଣ ଗାଳି ପଡ଼ିଛି ।

ଅନେକ ଲୋକ ଏପରି କାର୍ଯ୍ୟ ପାଇଁ ଛି’ଛାକର କରିଛନ୍ତି । କେହି କେହି ଏହା ପ୍ରକୃତ ମହିଳା ସଶକ୍ତିକରଣ ନୁହେଁ ବୋଲି ମଧ୍ୟ କହିଛନ୍ତି । ତେବେ ଭିଡିଓରେ ଦେଖିବାକୁ ମିଳୁଛି ଯେ, ମହିଳାଙ୍କୁ ଏପରି ଅବସ୍ଥାରେ ଦେଖି ସମସ୍ତେ ହତବାକ୍ ହୋଇଯାଉଛନ୍ତି । କେହି କେହି ନିରାପଦ ଦୂରତ୍ୱ ମଧ୍ୟ ରଖୁଥିବା ଦେଖିବାକୁ ମିଳିଛି ।

ତେବେ ପରିବହନ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ମହିଳା ଜଣକ ପଞ୍ଜାବୀ ବାଗ୍ ବସଷ୍ଟାଣ୍ତରୁ ଚଢ଼ିଥିଲେ । ଏପରି ଅବସ୍ଥାରେ ମହିଳାଙ୍କୁ ଦେଖି କେତେଜଣ ଯାତ୍ରୀ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ତେବେ ୧୦ ମିନିଟ ପରେ ମହିଳା ଜଣକ ବସରୁ ଓହ୍ଲାଇ ଯାଇଥିଲେ ବୋଲି ଜଣାପଡ଼ିଛି ।

୧୨ ସେକେଣ୍ତର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଦେଖାଯାଇଛି ଯେ, ମହିଳା ଜଣକ ବସ୍ ର ଡୋର୍ ପାଖେ ଛିଡ଼ା ହୋଇଥିବା ବେଳେ, ଅନ୍ୟ ସମସ୍ତେ ତାଙ୍କଠାରୁ ନିରାପଦ ଦୂରତ୍ୱ ରଖି ପଳାଇ ଯାଉଛନ୍ତି । ଭିଡିଓଟି X ରେ ବହୁ ମାତ୍ରାରେ ସେୟାର ହୋଇଛି ।