Advertisment

Union Budget 2025: ଜାଣନ୍ତୁ, ଏଥର ବଜେଟରେ କ’ଣ ହେଲା ଶସ୍ତା ଓ କ’ଣ ହେଲା ମହଙ୍ଗା ?

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ। ବଜେଟରେ କ’ଣ ଶସ୍ତା ହେଲା ଏହି ଘୋଷଣାକୁ ଅପେକ୍ଷା କରିଥାନ୍ତି ସବୁ ବର୍ଗର ଲୋକେ। ଲୋକଙ୍କର ଏହି ଅପେକ୍ଷାକୁ ଭରଣା କରିଛନ୍ତି ସୀତାରମଣ।

author-image
Tapaswini Nayak
ଅଦ୍ୟତନ ହୋଇଛି
Union Budget

Union Budget

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ। ବଜେଟରେ କ’ଣ ଶସ୍ତା  ହେଲା, କେଉଁ ଜିନିଷ ମହଙ୍ଗା ହେଲା ଏହି ଘୋଷଣାକୁ ଅପେକ୍ଷା କରିଥାନ୍ତି ସବୁ ବର୍ଗର ଲୋକେ। ଲୋକଙ୍କର ଏହି ଅପେକ୍ଷାକୁ ଭରଣା କରିଛନ୍ତି ସୀତାରମଣ। ଏନେଇ କରିଛନ୍ତି ବଡ ଘୋଷଣା।

Advertisment

ଆସନ୍ତୁ ଜାଣିବା କ’ଣ ଶସ୍ତା ହେଲା?

ଶସ୍ତା ହୋଇଥିବା ଜିନିଷ: ମେଡିକାଲ ଉପକରଣ, ମୋବାଇଲ ବ୍ୟାଟେରୀ, ଇଲେକ୍ଟ୍ରି ଗାଡ଼ି, ଏଲଇଡି ଟିଭି, ଲିଥିୟମ ଆୟନ ବ୍ୟାଟେରୀ, କପଡ଼ା,ଜୋତା, ପର୍ସ, ଲେଦର ଜ୍ୟାକେଟ, ବୈଦ୍ୟୁତିକ ଉପକରଣ, ହ୍ୟାଣ୍ଡଲ୍ୟୁମ କପଡ଼ା। 

ଏଥିସହ ବଜେଟରେ ଜୀବନ ରକ୍ଷାକାରୀ ଔଷଧ ଉପରୁ ଟିକସ ଛାଡ଼ କରିଛନ୍ତି କେନ୍ଦ୍ର ସରକାର। ଫଳରେ ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ।  କ୍ୟାନସର, ଅନ୍ୟ ଦୂରାରୋଗ୍ୟ ବ୍ୟାଧି ପାଇଁ ଔଷଧ ଶସ୍ତାରେ ମିଳିବ। ୩୬ ପ୍ରକାର ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ ବୋଲି କହିଛନ୍ତି ନିର୍ମଳା। ୩୬ ଜୀବନ ରକ୍ଷାକାରୀ ଔଷଧ ଉପରୁ କଷ୍ଟମ ଡ୍ୟୁଟି ସଂପୂର୍ଣ୍ଣ ଛାଡ଼ କରାଯାଇଛି । ଏଲ୍ ଇଡି ଟିଭି ଉପରୁ କର ହ୍ରାସ ନେଇ ଘୋଷଣା କରିଛନ୍ତି ନିର୍ମଳା।

Advertisment

ମହଙ୍ଗା ହୋଇଥିବା ଜିନିଷ: ପାଷ୍ଟିକ ଜାତ ଉତ୍ପାଦନ ସାମଗ୍ରୀ ମହଙ୍ଗା ହୋଇଛି । ନିଟେଡ୍ ଫାବ୍ରିକ୍, ଫ୍ଲାଟ୍ ସ୍କ୍ରିନ୍ ଟିଭି ମହଙ୍ଗା ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।  

ସେହିପରି ଅର୍ଥମନ୍ତ୍ରୀ ବଜେଟ୍‌ରେ ଇନ୍‌କମ୍‌ ଟ୍ୟାକ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି। ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । କ୍ୟାପିଟାଲ ଗେନ୍‌ ଛଡ଼ା ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । କ୍ୟାପିଟାଲ ଗେନ୍‌ ଥିଲେ ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିବ ।

ଅଧିକ ପଢ଼ନ୍ତୁ: Union Budget 2025: ବଜେଟ୍‌ ୨୦୨୫, ବିହାରକୁ ବଡ଼ ଭେଟି

Finance Minister Nirmala Sitharaman Union Budget
Advertisment
Advertisment