Advertisment

Sperm Freezing Trend: ଭାରତରେ ସ୍ପର୍ମ ଫ୍ରିଜିଂର ନୂଆ ଟ୍ରେଣ୍ଡ , ଦୁର୍ବଳ ହେଉଛି କି ପୁରୁଷଙ୍କ ଶୁକ୍ରାଣୁ ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଜଣେ ପୁରୁଷ ଏକ ବର୍ଷ ପର୍ଯ୍ୟନ୍ତ ଯୌନ ସମ୍ପର୍କ ରଖିବା ସତ୍ତ୍ୱେ ଜଣେ ମହିଳା ଗର୍ଭଧାରଣ କରିବାରେ ଅସମର୍ଥ ହେଲେ, ସଂପୃକ୍ତ ପୁରୁଷକୁ ଇନଫଟାଇଲ ବୋଲି ଧରାଯାଏ। ଅନ୍ୟପଟେ କେତେକ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ବହୁତ କମ ଥିବା ସହ ଏହାର କ୍ୱାଲିଟି ମଧ୍ୟ ଖରାପ ଥାଏ । ଏହି ସମସ୍ୟାକୁ ଅଲିଗୋସ୍ପର୍ମିଆ କୁହାଯାଏ । ଜଣେ ପୁରୁଷର ପ୍ରତି ମିଲିଲିଟର ସିମେନରେ ଯଦି ୧୫୦ ମିଲିୟନରୁ କମ୍ ଶୁକ୍ରାଣୁ ସଂଖ୍ୟା ଥାଏ, ତେବେ ଏହାକୁ ଶୁକ୍ରାଣୁ ଅଭାବ ବୋଲି ବିବେଚନା କରାଯାଏ ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
କାହିଁକି ଦୁର୍ବଳ ହେଉଛି ପୁରୁଷଙ୍କ ଶୁକ୍ରାଣୁ

କାହିଁକି ଦୁର୍ବଳ ହେଉଛି ପୁରୁଷଙ୍କ ଶୁକ୍ରାଣୁ

ମା’ ହେବାର ଅପୂର୍ବ ତଥା ଦୁର୍ଲଭ ଅନୁଭୂତିର କୌଣସି ତୁଳନା ନାହିଁ । ପୁଅ ହେଉ କି ଝିଅ କୋଳ ପୂରିଗଲେ ମା’ର ମନ ମମତାରେ ଭରିଯାଏ । ସମୟ ଥିଲା ଭାରତରେ ପ୍ରତି ମହିଳାଙ୍କ ଜନ୍ମ ହାର ୫.୯୨ ଥିଲା, ଅର୍ଥାତ୍ ହାରାହାରି ଜଣେ ମହିଳା ୬ଟି ସନ୍ତାନ ଜନ୍ମ ଦେଉଥିଲେ । କିନ୍ତୁ ୨୦୨୩ ସୁଦ୍ଧା ଏହି ସଂଖ୍ୟା ୨କୁ ଖସି ଆସିଛି, ଯାହା ରିପ୍ଲେସମେଣ୍ଟ ସ୍ତର ଠାରୁ ମାତ୍ର ୦.୧ ପଏଣ୍ଟ କମ୍ । ଜନ୍ମହାରରେ ଲଗାତାର ହ୍ରାସ ଭବିଷ୍ୟତରେ ଜନସଂଖ୍ୟା ଉପରେ ପ୍ରଭାବ ପକାଇବ ବୋଲି ବିଶେଷଜ୍ଞ ମତ ଦିଅନ୍ତି। ଏହି ହ୍ରାସର ଏକ ମୁଖ୍ୟ କାରଣ ହେଉଛି ପରିବର୍ତ୍ତିତ ଜୀବନଶଶୈଳୀ ଏବଂ ବନ୍ଧ୍ୟାତ୍ୱ ବୃଦ୍ଧି ସମସ୍ୟା । ବର୍ତ୍ତମାନ ବନ୍ଧ୍ୟାତ୍ୱ ଏକ ବିଶ୍ୱ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି। ଲକ୍ଷ ଲକ୍ଷ ଦମ୍ପତି ବନ୍ଧ୍ୟାତ୍ୱର ଶିକାର ହେଉଛନ୍ତି।

Advertisment

ବିଶେଷକରି ପୁରୁଷମାନଙ୍କଠାରେ ଇନଫର୍ଟିଲିଟି ସମସ୍ୟା ଦ୍ରୁତ ଗତିରେ ବଢ଼ୁଛି, ଯେଉଁ କାରଣରୁ ସେମାନେ ବାପା ହେବାକୁ ଅସମର୍ଥ ହେଉଛନ୍ତି । ଏକ ଅଧ୍ୟୟନରୁ ଜଣାପଡ଼ିଛି, ବିଶ୍ୱରେ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟାରେ ୫୦ ପ୍ରତିଶତ ହ୍ରାସ ଘଟିଛି, ଯେଉଁଥିରେ ଭାରତୀୟ ପୁରୁଷମାନଙ୍କ ମଧ୍ୟରେ ଅଧିକ ବନ୍ଧ୍ୟାତ୍ୱ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଜଣେ ପୁରୁଷ ଏକ ବର୍ଷ ପର୍ଯ୍ୟନ୍ତ ଯୌନ ସମ୍ପର୍କ ରଖିବା ସତ୍ତ୍ୱେ ଯଦି ଜଣେ ମହିଳା ଗର୍ଭଧାରଣ କରିବାରେ ଅସମର୍ଥ ହେଲେ, ସଂପୃକ୍ତ ପୁରୁଷକୁ ଇନଫଟାଇଲ ବୋଲି ଧରାଯାଏ।

ଅନ୍ୟପଟେ କେତେକ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ବହୁତ କମ ଥିବା ସହ ଏହାର କ୍ୱାଲିଟି ମଧ୍ୟ ଖରାପ ଥାଏ । ଏହି ସମସ୍ୟାକୁ ଅଲିଗୋସ୍ପର୍ମିଆ କୁହାଯାଏ । ଜଣେ ପୁରୁଷର ପ୍ରତି ମିଲିଲିଟର ସିମେନରେ ଯଦି ୧୫୦ ମିଲିୟନରୁ କମ୍ ଶୁକ୍ରାଣୁ ସଂଖ୍ୟା ଥାଏ, ତେବେ ଏହାକୁ ଶୁକ୍ରାଣୁ ଅଭାବ ବୋଲି ବିବେଚନା କରାଯାଏ ।

Advertisment

କେଉଁ କାରଣ ପାଇଁ ପୁରୁଷର ଶୁକ୍ରାଣୁ ସଂଖ୍ୟା କମିଥାଏ ?

• ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଇବା ପଛରେ ଅନେକ କାରଣ ରହିଛି । ପରିବର୍ତ୍ତିତ ଜୀବନଶୈଳୀ ଏବଂ ପ୍ରଦୂଷିତ ପରିବେଶ ଏଥିପାଇଁ ଅନେକାଂଶରେ ଦାୟୀ । ଅନୁପଯୁକ୍ତ ଖାଦ୍ୟ, ଠିକ୍ ସମୟରେ ନ ଶୋଇବା, ଧୂମପାନ, ମଦ୍ୟପାନ, ମୋବାଇଲ୍ ଓ ଲାପଟପ ରେଡିଏସନ  ବ୍ୟତୀତ ପରିବେଶରେ ଥିବା ରାସାୟନିକ ପଦାର୍ଥ ଏହାର କାରଣ ।
• ଅତ୍ୟଧିକ ମୋଟାପଣ ମଧ୍ୟ ଶୁକ୍ରାଣୁର ମାନକୁ ପ୍ରଭାବିତ କରେ । ବାହାର ଖାଦ୍ୟ ବା ଜଙ୍ଗଫୁଡ଼ ସେବନ ଦ୍ୱାରା ଓଜନ ବୃଦ୍ଧି ପାଇଥାଏ । ଆଉ ଏହି ଖରାପ ଖାଦ୍ୟାଭ୍ୟାସ ଶୁକ୍ରାଣୁ ଉତ୍ପାଦନ ପାଇଁ ଆବଶ୍ୟକ ହରମୋନକୁ ନଷ୍ଟ କରିଦିଏ, ଫଳରେ ଶୁକ୍ରାଣୁ ସଂଖ୍ୟା କମ୍ ହୋଇଥାଏ ।
• ମୋବାଇଲ୍ ଫୋନର ବାରମ୍ବାର ବ୍ୟବହାର, ଯାହା ଚୁମ୍ବକୀୟ ବିକିରଣ ସୃଷ୍ଟି କରେ, ଶୁକ୍ରାଣୁକୁ ପ୍ରଭାବିତ କରିଥାଏ ଏବଂ ଶୁକ୍ରାଣୁ ସଂଖ୍ୟାକୁ ହ୍ରାସ କରିପାରେ।
• ମାନସିକ ଚାପରେ ରହୁଥିବା ପୁରୁଷଙ୍କର ମଧ୍ୟ ଶୁକ୍ରାଣୁ ସଂଖ୍ୟା ଓ ମାନ ପ୍ରଭାବିତ ହୁଏ । ଚାପ ହେତୁ ହରମୋନ ଉତ୍ପାଦନ କମିଯାଏ, ଯେଉଁ କାରଣରୁ ଶୁକ୍ରାଣୁ ଉତ୍ପାଦନ ହେବା ମଧ୍ୟ ହ୍ରାସ ପାଏ ।
• ଏହା ବ୍ୟତୀତ ବର୍ତ୍ତମାନ ସମୟରେ କୃତ୍ରିମ ଭାବରେ ମାଂସପେଶୀକୁ ବଢ଼ାଇବା ପାଇଁ ନିଆଯାଉଥିବା ଷ୍ଟେରଏଡ୍ ଦ୍ୱାରା ମଧ୍ୟ ଶୁକ୍ରାଣୁ ସଂଖ୍ୟାରେ ହ୍ରାସ ଘଟିଥାଏ ।
• ମଦ୍ୟପାନ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । କମ୍ ବୟସରୁ ମଦ୍ୟପାନ ଭଳି ଖରାପ ଅଭ୍ୟାସରେ ଲିପ୍ତ ରହିଲେ ପ୍ରଜନନ କ୍ଷମତା ହ୍ରାସ ପାଇଥାଏ । ଯଦି ଆପଣ ସତରେ ବାପା ହେବା ପାଇଁ ଚାହୁଁଛନ୍ତି ତେବେ ମଦ୍ୟପାନ ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ।
• ଅଧିକ ସିଗାରେଟ ଟାଣିବା ଫଳରେ ଶୁକ୍ରାଣୁ ସଂଖ୍ୟା ମଧ୍ୟ କମ୍ ହୋଇଥାଏ ।

ପୁରୁଷମାନଙ୍କ ଠାରେ ବଢ଼ୁଛି ଇନଫର୍ଟିଲିଟି

ଭାରତରେ ପୁରୁଷ ବାଞ୍ଝପଣ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପାଲଟିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଦେଶରେ ୪୦-୫୦% ଇନଫର୍ଟିଲିଟି ମାମଲା ପାଇଁ ପୁରୁଷ ଦାୟୀ, କିନ୍ତୁ ବିଶ୍ୱରେ ଏହି ସଂଖ୍ୟା ମାତ୍ର ୧୫% ଅଟେ । ତେବେ ଭାରତରେ କାହିଁକି ଏହି ସମସ୍ୟା ଏତେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ?

ଓଏସିସ୍ ଫର୍ଟିଲିଟିର ମେଡିକାଲ୍ ନିର୍ଦ୍ଦେଶକ କହିଛନ୍ତି, ଆମେ ଯେଉଁ ପ୍ରକାର ଜୀବନ ବିତାଉଛୁ ତାହା ଅନେକ ବାହ୍ୟ ଏବଂ ଆଭ୍ୟନ୍ତରୀଣ କାରଣ ଦ୍ୱାରା ପ୍ରଭାବିତ ହେଉଛି । ପ୍ରଦୂଷଣ, ବାହାର ଖାଦ୍ୟ, କୀଟନାଶକ ଏବଂ ବିଷାକ୍ତ ବାୟୁ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି। ଏହା ବ୍ୟତୀତ ଚାପ, ନିଦ୍ରାର ଅଭାବ ଏବଂ ଧୂମପାନ ଭଳି ଅଭ୍ୟାସ ମଧ୍ୟ ପୁରୁଷମାନଙ୍କର ଫର୍ଟିଲିଟି ଉପରେ ପ୍ରଭାବ ପକାଉଛି ।

ସ୍ପର୍ମ ଫ୍ରିଜିଂ ଟ୍ରେଣ୍ଡ

ଏହି ଆହ୍ୱାନ ଗୁଡ଼ିକ ଦୃଷ୍ଟିରେ ରଖି ସ୍ପର୍ମ ଫ୍ରିଜିଂ ଓ ଶୁକ୍ରାଣୁ ସଂରକ୍ଷଣ ଏକ ନୂତନ ସମାଧାନ ଭାବରେ ଉଭା ହୋଇଛି । ଏହି କୌଶଳ ପୁରୁଷମାନଙ୍କୁ ଭବିଷ୍ୟତରେ ପିତା ହେବାର ସୁଯୋଗ ଦେଇଥାଏ, ବିଶେଷତଃ ସେହି ମାମଲାରେ ଯେଉଁଠାରେ ଶୁକ୍ରାଣୁ ସଂଖ୍ୟା କମ୍ କିମ୍ବା କିଛି ଗୁରୁତର ରୋଗର ଚିକିତ୍ସା ହେଉଥାଏ ।

ପ୍ରାଇମ ଆଇଭିଏଫର ହେଡ କହିଛନ୍ତି, କ୍ୟାନସରର ଚିକିତ୍ସା କରାଉଥିବା ପୁରୁଷ, ବିପଦପୂର୍ଣ୍ଣ ବୃତ୍ତିରେ କାର୍ଯ୍ୟ କରୁଥିବା ଏବଂ ଭବିଷ୍ୟତରେ ପିତା ହେବା ପାଇଁ ସେମାନଙ୍କ ବିକଳ୍ପକୁ ଖୋଲା ରଖିବାକୁ ଚାହୁଁଥିବା ପୁରୁଷଙ୍କ ପାଇଁ ବର୍ତ୍ତମାନ ଶୁକ୍ରାଣୁ ଫ୍ରିଜ୍ ଏକ ପ୍ରଭାବଶାଳୀ କୌଶଳ ହୋଇପାରିଛି ।

ସ୍ପର୍ମ ଫ୍ରିଜିଂ କ’ଣ ?

ଏହି ପ୍ରକ୍ରିୟା ସାଧାରଣତଃ ଜଣେ ପୁରୁଷର ଶୁକ୍ରାଣୁ ନମୁନା ସଂଗ୍ରହ କରି ଏହାକୁ ଭବିଷ୍ୟତରେ ବ୍ୟବହାର ପାଇଁ ସଂରକ୍ଷଣ କରାଯାଏ । ଯଦି କୌଣସି ପୁରୁଷଙ୍କର ଚିକିତ୍ସା ଚାଲିଛି କିମ୍ବା ଶୁକ୍ରାଣୁ ସଂଖ୍ୟା କମ୍ ରହିଛି, ତେବେ ଏହି ପ୍ରକ୍ରିୟା ତାଙ୍କୁ ଭବିଷ୍ୟତରେ ସନ୍ତାନ ପ୍ରାପ୍ତି କରିବାର ସୁଯୋଗ ଦେଇଥାଏ ।

ସୁସ୍ଥ ଜୀବନଶୈଳୀର ଅଭ୍ୟାସ ଦ୍ୱାରା ଏଭଳି ଗୁରୁତର ସମସ୍ୟାରୁ ରକ୍ଷା ପାଇହେବ । ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା, ଜଙ୍କଫୁଡ ନଖାଇବା , ନିଦ୍ରା ପୂରଣ କରିବା, ଅଯଥା ଚାପଗ୍ରସ୍ତ ନରହିବା, ଠିକ୍ ସମୟରେ ବିଶ୍ରାମ ନେବା, ଏବଂ ନିୟମିତ ବ୍ୟାୟାମ କରିବା ଦ୍ୱାରା ଜଣଙ୍କ ଶୁକ୍ରାଣୁ ସଂଖ୍ୟା ଓ ଗୁଣରେ ଉନ୍ନତି ହୋଇଥାଏ । ଏହାସହ ପ୍ଲାଷ୍ଟିକ୍ ବ୍ୟବହାରକୁ କମ୍ କରିବା, ଫୋନ୍ ଏବଂ ଲାପଟପ ବ୍ୟବହାର କମ୍ କରିବା ଦ୍ୱାରା ପୁରୁଷଙ୍କ ବନ୍ଧ୍ୟାତ୍ୱକୁ ଅନେକାଂଶରେ ରୋକାଯାଇପାରିବ।

Male Infertility Infertility Infertility Treatment Lower Sperm Quality Lower Sperm Quantity Sperm Quality
Advertisment
Advertisment